Connect with us

ଦେଶ

ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ : ନବୀନଙ୍କ ସମର୍ଥନ ଲୋଡିଲେ ଏନ ଡି ଏ ଓ ବିରୋଧୀ ଦଳ ନେତା

ଭୁବନେଶ୍ୱର,୭ା୮ : ରାଜ୍ୟସଭାର ଉପାଧ୍ୟକ୍ଷ ଭାବେ ପି.ଜେ. କୁରିଏନଙ୍କ କାର୍ଯ୍ୟକାଳ ଗତ ୧ ତାରିଖରେ ଶେଷ ହେବା ପରେ ନୂଆ ଉପାଧ୍ୟକ୍ଷ ପଦ ପାଇଁ ୯ରେ ନିର୍ବାଚନ ହେବ । ଏହାକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ଶାସକ ଏନ ଡି ଏ ପକ୍ଷରୁ ଜେଡିୟୁ ଏମ ପି ହରିବଂଶ ନାରାୟଣ ସିଂଙ୍କୁ ଉପସଭାପତି ପ୍ରାର୍ଥୀ କରିବା ପରେ ବିରୋଧୀ ଦଳମାନଙ୍କ ପକ୍ଷରୁ ଏମ ପି ବନ୍ଦନା ଚଭନଙ୍କୁ ପ୍ରାର୍ଥୀ କରାଯାଇଛି । ତେବେ ରାଜ୍ୟସଭା ଅଙ୍କ ଗଣତି ଅନୁସାରେ ବିଜେଡି ଓ ଏଆଇଏଡିଏମ କେ ଦଳର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବାରୁ ଏହି ଦୁଇ ଦଳକୁ ନିଜ ପକ୍ଷରୁ ଆଣିବାକୁ ଉଭୟ ପକ୍ଷ କସରତ ଆରମ୍ଭ କରିଦେଇଛନ୍ତି । ତେବେ ଏଆଇଏଡିଏମ୍ କେ ଏନ୍ ଡି ଏ କୁ ସମର୍ଥନ କରିବାର ସମ୍ଭାବନା ଥିବାରୁ ଏବେ ସମସ୍ତଙ୍କ ନଜର ବିଜେଡି ଉପରେ ରହିଛି । ଆଜି ବିଜେଡି ମୁଖ୍ୟ ନବୀନ ପଟ୍ଟନାୟକଙ୍କୁ ଏନ ଡି ଏ ତରଫରୁ ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର, ବିଜେପି ସଭାପତି ଅମିତ ଶାହା ଓ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଫୋନ୍ କରି ସମର୍ଥନ ମାଗିଛନ୍ତି । ସେହିପରି ବିରୋଧୀ ମହାଗଠବନ୍ଧନ ପକ୍ଷରୁ ଶରଦ ପାୱାର ମଧ୍ୟ ସମର୍ଥନ ମାଗିଛନ୍ତି । ଏବେ ରାଜ୍ୟସଭାର ମୋଟ ସଦସ୍ୟ ସଂଖ୍ୟା ୨୪୫ । ତେବେ ସେଥିରୁ ଗୋଟିଏ ଖାଲି ରହିଛି । ଫଳରେ ଏବେ ଥିବା ୨୪୪ ସଦସ୍ୟ ମଧ୍ୟରୁ ଉପସଭାପତି ଜିତିବା ପାଇଁ ୧୨୨ଟି ଭୋଟ ଆବଶ୍ୟକ । ଏନ ଡି ଏ ପାଖରେ ଏବେ ୯୦ଜଣ ସଦସ୍ୟ ଅଛନ୍ତି (ଶିବସେନାର ୩ ସଦସ୍ୟଙ୍କୁ ଛାଡି) ଓ ଏହାକୁ ଆଉ ୩୨ଟି ଭୋଟ ଆବଶ୍ୟକ । ସେହିପରି ବିରୋଧୀଙ୍କ ସଦସ୍ୟ ସଂଖ୍ୟା ଏବେ ୧୧୨ ରହିଛି, ଅର୍ଥାତ ଏମାନଙ୍କୁ ଆଉ ମାତ୍ର ୧୦ଟି ଦରକାର । କିନ୍ତୁ ନିରପେକ୍ଷ ଥିବା ଦଳ ଏଆଇଡିଏମ କେ , ବିଜେଡି, ଶିବସେନା, ଟି ଆର ଏସ ଓ ଆଉ କେତେକ ଦଳ ପାଖରେ ମୋଟ ୪୨ ସଦସ୍ୟ ଅଛନ୍ତି । ଏ ଆଇ ଡି ଏମ କେ ୧୩ ଓ ବିଜେଡିର ୯ ସଦସ୍ୟ ଅଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ