Connect with us

ଓଡିଶା

ରାଜ୍ୟରେ ୧୯ଟି ନୂତନ ଡାଏଲିସିସ୍ କେନ୍ଦ୍ର କାର୍ଯ୍ୟକ୍ଷମ ହେଲା , ଆଉ ୭ଟି ଖୁବଶୀଘ୍ର ଖୋଲାଯିବ

ସାଙ୍କେତିକ ଚିତ୍ର

ରାଜ୍ୟରେ ୧୯ଟି ନୂତନ ଡାଏଲିସିସ୍ କେନ୍ଦ୍ର କାର୍ଯ୍ୟକ୍ଷମ ହେଲା , ଆଉ ୭ଟି ଖୁବଶୀଘ୍ର ଖୋଲାଯିବ
ଭୁବନେଶ୍ୱର,୧୪।୧୨: ଜଗତସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ପିପିପି ମେଡରେ ଏକ ଡାଏଲିସିସ୍ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଥିବା ବେଳେ ,ଏହାକୁ ମିଶାଇ ୨୦୧୮-୧୯ରେ ମୋଟ ୧୯ଟି ନୂତନ ଡାଏଲିସିସ୍ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି । ତେବେ ଆଗାମୀ ଦିନରେ ଆଉ ୭ଟି କାର୍ଯ୍ୟକ୍ଷମ ହେବାକୁ ଯାଉଛି ବୋଲି ଶୁକ୍ରବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇନ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରତାପ ଜେନା ପ୍ରକାଶ କରିଛନ୍ତି ।

ଏହି ସବୁ କେନ୍ଦ୍ର ଗୁଡ଼ିକ ପିପିପି ମୋଡରେ କାର୍ଯ୍ୟ କରୁଛି । ଏଠାରେ ବିନା ମୂଲ୍ୟରେ ରୋଗୀ ଚିହ୍ନଟ, ଡାକ୍ତରୀ ପରୀକ୍ଷା ଓ ଚିକିତ୍ସା ସୁବିଧା ସହ ମାଗଣା ଡାଏଲିସିସ୍ ସୁବିଧା ଉପଲବ୍ଧ ହେଉଛି । ଚଳିତ ବର୍ଷ ବୃକକ୍ ଜନିତ ରୋଗରେ ଆକ୍ରାନ୍ତ ରୋଗୀ ମାନଙ୍କୁ ୨୮୬୬୫ ଥର ଡାଏଲିସିସ୍ କରାଯାଇଥିବା ନେଇ ମନ୍ତ୍ରୀ ସୂଚନା ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା