Connect with us

ଓଡିଶା

ନିଜ ଉପରେ ହଉଥିବା ଚର୍ଚାର ଅବସାନ ଘଟାଇଛନ୍ତି ନବ ଦାସ

ସାଙ୍କେତିକ ଚିତ୍ର

ନିଜ ଉପରେ ହଉଥିବା ଚର୍ଚାର ଅବସାନ ଘଟାଇଛନ୍ତି ନବ ଦାସ
ଭୁବନେଶ୍ୱର : ଝାରସୁଗୁଡ଼ା ବିଧାୟକ ନବ ଦାସ କଂଗ୍ରେସ ଛାଡ଼ି ବିଜେଡ଼ିରେ ମିଶିବାକୁ ଯାଉଛନ୍ତି ବୋଲି ଯେଉଁ ଚର୍ଚା ହେଉଥିଲା ତାହାର ଅବସାନ ଘଟାଇଛନ୍ତି ନିଜେ ନବ ଦାସ । ନିଜେ ଏକ ପ୍ରେସ୍ ରିଲିଜ୍ ଜରିଆରେ ସ୍ପଷ୍ଟୀକରଣ ଦେଇ ଲେଖିଛନ୍ତି ଯେ, ମୁଁ କଂଗ୍ରେସ ଦଳ ଛାଡ଼ି ବିଜୁ ଜନତା ଦଳରେ ଯୋଗଦେବାର ଅପ୍ରଚାର କରାଯାଉଛି ।

‘ମୁଁ ମୋର ଛାତ୍ର ଜୀବନରୁ କଂଗ୍ରେସ ସହିତ ଜଡ଼ିତ ଅଛି । କଂଗ୍ରେସ ଦଳର ଉଥାନ ଓ ପତନ, ଦଳର ନୀତି ଆଦର୍ଶରେ ମୁଁ ଅନୁପ୍ରାଣିତ । ମୋର ଅତୀତର କାର୍ଯ୍ୟ ଦ୍ୱାରା କଂଗ୍ରେସ ଦଳ ମୋତେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତିଭାବେ ମନୋନୀତ କରିଛନ୍ତି । ଦଳ ତରଫରୁ ମୋତେ ଯେଉଁ ଦାୟିତ୍ୱ ମିଳିଛି ତାହା ନିଷ୍ଠାର ସହ ତୁଲାଉଛି ଏବଂ ଆଗକୁ ମଧ୍ୟ କାର୍ଯ୍ୟ କରିବି । ତେଣୁ ମୋର କଂଗ୍ରେସ ଦଳ ଛାଡ଼ି ଅନ୍ୟ ଦଳକୁ ଯିବାର ପ୍ରଶ୍ନ ଉଠୁନାହିଁ । ଏବଂ ଯେଉଁମାନେ ମୋ ନାଁରେ ଅପପ୍ରଚାର କରୁଛନ୍ତି ସେମାନଙ୍କୁ କ୍ଷାନ୍ତ ରହିବା ପାଇଁ ମୁଁ ଅନୁରୋଧ କରୁଛି ‘ ।

ଏହି ସ୍ପଷ୍ଟୀକରଣ ଦ୍ୱାରା କଂଗ୍ରେସ ଶିବିରକୁ ଆଶ୍ୱସ୍ଥି ଆଣିଦେଇଛି । ଦୀର୍ଘ କିଛି ଦିନ ହେବ ନବ ଦାସ ବିଜେଡ଼ିରେ ସାମିଲ ହେବା ସମ୍ଭାବନା ଗଣାମଧ୍ୟମ ରୁ ଆରମ୍ଭକରି ବିଭିନ୍ନ ରାଜନୈତିକ ମହଲରେ ଆଲୋଚନା ହେଉଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା