Connect with us

ଓଡିଶା

ଗୃହମନ୍ତ୍ରୀଙ୍କ ଅଚାନକ ଖଣ୍ଡଗରି ଥାନା ପରିଦର୍ଶନ

ସାଙ୍କେତିକ

ଗୃହମନ୍ତ୍ରୀଙ୍କ ଅଚାନକ ଖଣ୍ଡଗରି ଥାନା ପରିଦର୍ଶନ
ଭୁୁବନେଶ୍ୱର, ୦୧ ଅଗଷ୍ଟ – ଗୃହ, ଶିଳ୍ପ, ଶକ୍ତି ଓ ଏମ୍ଏସ୍ଏମ୍ଇ ମନ୍ତ୍ରୀ ଶ୍ରୀ ଦିବ୍ୟ ଶଙ୍କର ମିଶ୍ର ଆଜି ଖଣ୍ଡଗିରି ଥାନାକୁ ଅଚାନକ ପରିଦର୍ଶନ କରିଥିଲେ । ପ୍ରାୟ ୪ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଅଂଚଳରେ ଆଇନ୍ ଶୃଙ୍ଖଳା ଦାୟିତ୍ୱ ବହନ କରିଥିବା ଏହି ଥାନା ସଂପର୍କରେ ମନ୍ତ୍ରୀ ପଚାରି ବୁଝିଥିଲେ । ଦୈନିକ ଦାଖଲ କରାଯାଉଥିବା ଏତାଲା ସମେତ ବିଭିନ୍ନ ମାମଲାରେ ତ୍ୱରିତ ସମାଧାନ ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ ।
ଅନ୍ୟପକ୍ଷରେ ଭୁବନେଶ୍ୱରରେ ହେଉଥିବା ନିଶାକାରବାରକୁ ପ୍ରତିହତ କରିବା ସହିତ ସଂପୃକ୍ତ ଦଲାଲ ଓ ଚୋରାବେପାରୀମାନଙ୍କୁ ଦୃଢ଼ହସ୍ତରେ ଦମନ କରିବାକୁ ମନ୍ତ୍ରୀ ଶ୍ରୀ ମିଶ୍ର ନିର୍ଦ୍ଦେଶ ଦେଇଥିଲେ । ସାଧାରଣ ଜନତାର ସେବା କରିବା ନିମନ୍ତେ ଥାନାରେ ଥିବା ଅଧିକାରୀ ଏବଂ କର୍ମଚାରୀମାନେ ଯଥାସମ୍ଭବ ସୌଜନ୍ୟ ପ୍ରଦର୍ଶନ କରିବା ସହ ଆଇନ୍ ଖିଲାପକାରୀମାନଙ୍କ ପ୍ରତି କୌଣସି ମାତ୍ରାରେ କୋହଳ ନହେବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଥିଲେ । ସାଧାରଣ ନାଗରିକ ତା’ର ସମସ୍ୟା କି ଅଭିଯୋଗ କରିବା ପାଇଁ ଟେଲିଫୋନ କଲେ ତୁରନ୍ତ ତାହାର ଉତର ଥାନା ପକ୍ଷରୁ ଦିଆଯିବା ଆବଶ୍ୟକ ବୋଲି ମନ୍ତ୍ରୀ କହିଥିଲେ । ଏହା ବ୍ୟତୀତ ଜନପ୍ରତିନିଧିମାନଙ୍କୁ ଉପଯୁକ୍ତ ବ୍ୟବହାର ପ୍ରଦର୍ଶନ, ଥାନାର ଭିତର ଓ ବାହ୍ୟ ପରିସର ମଧ୍ୟରେ ପରିଷ୍କାର ପରିଚ୍ଛନ୍ନତା ବଜାୟ ରଖିବାକୁ ମଧ୍ୟ ମନ୍ତ୍ରୀ କହିଥିଲେ ।
ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ପରିଦର୍ଶନ ସମୟରେ ଜୋନ୍-୩ର ଏସିପି ପ୍ରାଣକୃଷ୍ଣ ରାଉତ ଅଧିକ ଜନସଂଖ୍ୟା ଏବଂ ସଂଖ୍ୟାଧିକ ମାମଲା ଦୃଷ୍ଟିରୁ ସେ ଅଂଚଳରେ ଆଉ ଗୋଟିଏ ଥାନା ପ୍ରତିଷ୍ଠାର ଆବଶ୍ୟକତା ରହିଛି ବୋଲି ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଭାରପ୍ରାପ୍ତ ଥାନା ଅଧିକାରୀ ରଶ୍ମିରଞ୍ଜନ ମହାପାତ୍ର ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା