Connect with us

ଓଡିଶା

ରାଜ୍ୟରୁ ଲୁଟ୍ ହେଉଛି ଲଘୁ ଖଣିଜ

ସାଙ୍କେତିକ

ରାଜ୍ୟରୁ ଲୁଟ୍ ହେଉଛି ଲଘୁ ଖଣିଜ
ଲୁଟେରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି
ଭୁବନେଶ୍ୱର,୨୦ ନଭେମ୍ବର – ରାଜ୍ୟରେ ଲଘୁ ଖଣିଜ ସମ୍ପଦ ବେଆଇନ୍ ଭାବେ ଉତୋଳନ ହେବା ସହ ତାକୁ ବାହାର ରାଜ୍ୟକୁ ଚୋରାଚାଲାଣ କରାଯାଉଥିବା ପ୍ରସଙ୍ଗକୁ ନେଇ ବୁଧବାର ବିଧାନସଭାରେ ବିରୋଧୀ ଦଳ ବିଜେପି ପକ୍ଷରୁ ଉଦବେଗ ପ୍ରକାଶ କରାଯାଇଥିଲା । ଅନ୍ୟପକ୍ଷରେ ଏଥିରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଉଭୟ ବିରୋଧୀ ଓ ଶାସକ ଦଳ ପକ୍ଷରୁ ଦାବି କରାଯାଇଥିଲା । ତେବେ ବିଜେପି ଦଳର ନିର୍ଦ୍ଦିଷ୍ଟ ପ୍ରଶ୍ନର ଉତର ନଦେବାରୁ ତାର ପ୍ରତିବାଦରେ ଦଳୀୟ ସଭ୍ୟମାନେ କକ୍ଷତ୍ୟାଗ କରିଥିଲେ ।
ବିଧାୟକ ବିଷ୍ଣୁ ସେଠୀ , ମୋହନ ମାଝୀ , ମୁକେଶ ମହାଲିଙ୍ଗ , ତାରା ପ୍ରସାଦ ବାହିନୀପତି ପ୍ରମୁଖ ଅଭିଯୋଗ କରିଥିଲେ ଯେ, ଓଡିଶ।ରୁ ପ୍ରତିଦିନ କୋଟି କୋଟି ଟଙ୍କା ମୂଲ୍ୟର ଲଘୁ ଖଣିଜ ପ୍ରଦାର୍ଥ ଉତୋଳନ ହେଉଛି । ବିଶେଷ କରି ନଦୀମାନଙ୍କରୁ ବାଲି , ପାହାଡରୁ ପଥର ପଶ୍ଚିମବଙ୍ଗ , ଆନ୍ଧ୍ର ଓ ତାମିଲନାଡୁ ଆଦି ରାଜ୍ୟମାନଙ୍କୁ ଚାଲାଣ ହେଉଛି । ଏମାନଙ୍କୁ ଧରିବାପାଇଁ ମାନବ ସମ୍ବଳ ମଧ୍ୟ ନାହିଁ । ଖାଲି ପଡିଥିବା ଆରଆଇ ,ଅମୀନ ପଦବୀ ପୂରଣ ହେଉନାହିଁ । ଯାଜପୁରର ଡଙ୍କାରୀ ପାହାଡରୁ ବ୍ଲାକ୍ ଷ୍ଟୋନ୍ ଚୋରି ହେଉଛି । ଏହି ଭଳି ଅନେକ ପାହାଡରେ ବହୁମୂଲ୍ୟବାନ୍ ଖଣିଜ ସମ୍ପଦ ରହିଛି । ଏହି ଚୋରିକୁ ରୋକିବା ପାଇଁ ସରକାର କରିଥିବା ଆଇନକୁ କାର୍ଯ୍ୟକାରୀ କରାଯାଉ ନାହିଁ । ଚୋରି ରୁ ହେଉଥିବା ଲାଭକୁ ରାଜନେତା ଓ ଅଫିସର ବାଂଟି ନେଉଛନ୍ତି । ରାଜ୍ୟକୁ ରାଜସ୍ୱ ମିଳୁନାହିଁ । ଏଥିପାଇଁ ସୈରାତ ଗୁଡିକର ନିଲାମ ବ୍ୟବସ୍ଥା କରାଯାଉ । କେଉଁ କେଉଁ ଜିଲ୍ଲାରେ ନଦୀ , ଖଣି ଇତ୍ୟାଦିର ଜିଲ୍ଲା ସର୍ଭେ ରିପୋର୍ଟ ପ୍ରସ୍ତୁତ କରନ୍ତୁ । ଡଙ୍କାରୀ ପାହାଡ ଲୁଟେରା ଠାରୁ ତୁରନ୍ତ ଫାଇନ୍ ଟଙ୍କା ଆଦାୟ କରାଯାଉ । ରୟାଲଟି ବୃଦ୍ଧି କରାଯାଉ ।
ଅପରପକ୍ଷରେ ମନ୍ତ୍ରୀ କହିଥିଲେ ଯେ ଖଣିଜରେ ରୟାଲଟି କିପରି ବୃଦ୍ଧି ହେବ ସେଥିପ୍ରତି ଦୃଷ୍ଟି ଦିଆଯିବ । ସଭ୍ୟମାନଙ୍କ ପ୍ରସ୍ତାବ ଉପରେ ଆଲୋଚନା କରାଯିବ । ଡଙ୍କାରୀ ପାହାଡରୁ ଖଣି ଉତୋଳନ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ଏପର୍ଯ୍ୟନ୍ତ ଓଡିଶାରେ ଲଘୁ ଖଣିଜ ପଦାର୍ଥ ବାବାଦକୁ ୭୦.୯୮ କୋଟି ଟଙ୍କା ଆଦାୟ କରାଯାଇଛି । ବେଆଇନ ଚୋରା କାରବାର ରେ ଯେଉଁମାନେ ସମ୍ପୃକ୍ତ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଥିଲେ । ଖଣି ଚୋରି ରୋକିବାପାଇଁ ଡାରେକ୍ଟର ଅଫ୍ ମାଇନର ମିନେରାଲ ଗଠନ କରିବାକୁ ଯାଉଛୁ । ରାଜ୍ୟରେ ୪୦୦୦ ମିନେରାଲ ଉତ୍ସ ରହିଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା