Connect with us

ଓଡିଶା

ଡ୍ୟୁଟି ବେଳେ ଉପର ଅଫିସରଙ୍କୁ ଭାଇ ଡାକିଲେ କାର୍ଯ୍ୟାନୁଷ୍ଠାନ

ସାଙ୍କେତିକ

ଡ୍ୟୁଟି ବେଳେ ଉପର ଅଫିସରଙ୍କୁ ଭାଇ ଡାକିଲେ କାର୍ଯ୍ୟାନୁଷ୍ଠାନ
ଭୁୁବନେଶ୍ୱର, ୧୮ ନଭେମ୍ବର – ସରକାରୀ ଅଫିସ ଡ୍ୟୁଟି ସମୟରେ ବରିଷ୍ଠ ଅଧିକାରୀ ମାନଙ୍କୁ “ଭାଇ” ସମ୍ବୋଧନ କରିପାରିବେନି । ଏହାଦ୍ୱାରା ସରକାରୀ ମର୍ଯ୍ୟାଦା ଭଙ୍ଗ ହେଉଛି । ଏପରି କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ରାଜ୍ୟ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ପକ୍ଷରୁ ଏଭଳି ନିର୍ଦ୍ଦେଶନାମା ଜାରି ହୋଇଛି । ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ ନିର୍ଦ୍ଦେଶକ ରତ୍ନାକର ରାଉତ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି ।

ଉକ୍ତ ନିର୍ଦ୍ଦେଶନାମାରେ କୁହାଯାଇଛି ଯେ ,ଅଫିସରେ କୌଣସି ଜୁନିଅର ଅଧିକାରୀ ଭାଇ ସମ୍ବୋଧନ କଲେ ଏହା ଅଫିସର ଡେକୋରମ୍ ନଷ୍ଟ କରୁଛି । ଷ୍ଟେଟ୍ ସରଭାଂଟ କଣ୍ଡକ୍ଟ ରୁଲ୍-୧୯୫୯ର ଏହା ଖୋଲା ଉଲଂଘନ । ବରିଷ୍ଠ ଅଧିକାରୀ ଉପସ୍ଥିତିରେ ବି ଅନେକ କର୍ମଚାରୀ ସେମାନଙ୍କ ଉପରିସ୍ଥ ଅଫିସରଙ୍କୁ ଭାଇ ଡାକୁଛନ୍ତି । ଅଫିସ ଭିତରେ ଏଭଳି ଭାଇ ଉଚ୍ଚାରଣ ଠିକ ନୁହଁ । ତେଣୁ ଅଫିସ ସମୟରେ ସବୁ କର୍ମଚାରୀ ସରକାରୀ ମର୍ଯ୍ୟାଦା ରକ୍ଷା କରିବା ପାଇଁ ଏଥିରେ ପରାମର୍ଶ ଦିଆଯାଇଛି । ଏହାର ଉଲ୍ଲଙ୍ଘନ ହେଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶନାମାରେ ଚେତାଇ ଦିଆଯାଇଛି । ନଭେମ୍ବର ୧୬ ତାରିଖରେ ନିର୍ଦ୍ଦେଶକ ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା