Connect with us

ଆଞ୍ଚଳିକ

ରାଜସ୍ୱ ମନ୍ତ୍ରୀଙ୍କ ଅଚାନକ ଯାଜପୁର ଗସ୍ତ

ସାଙ୍କେତିକ

ରାଜସ୍ୱ ମନ୍ତ୍ରୀଙ୍କ ଅଚାନକ ଯାଜପୁର ଗସ୍ତ
ଭୁବନେଶ୍ୱର, ୨୭ ସେପ୍ଟେମ୍ବର – ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି ଶୁକ୍ରବାର ଯାଜପୁର ଜିଲ୍ଲାର ରସୁଲପୁର ଓ ଧର୍ମଶାଳା ତହସିଲ୍ ଅଚାନକ ଗସ୍ତ କରି ବିଭିନ୍ନ ସରକାରୀ ଯୋଜନା କାର୍ଯ୍ୟକାରିତାର ଅଗ୍ରଗତି ସଂପର୍କରେ ସମୀକ୍ଷା କରିଥିଲେ । ବୈଠକରେ ମନ୍ତ୍ରୀ ଶ୍ରୀ ମାର୍ଣ୍ଡି ବିଭିନ୍ନ ଯୋଜନା ଅନ୍ତର୍ଗତ ନିର୍ବିରୋଧ ଦାଖଲଖାରଜ ମାମଲା ଫଇସଲା, ବିବିଧ ପ୍ରମାଣପତ୍ର ପ୍ରଦାନ, ବସୁନ୍ଧରା ଯୋଜନା ଅନ୍ତର୍ଗତ ବାସଯୋଗ୍ୟ ଜମି ପଟ୍ଟା ବଂଟନ, ସରକାରୀ ଜମିର ସୁରକ୍ଷା ଓ ସମସ୍ତ ଯୋଜନା କାର୍ଯ୍ୟକାରିତାରେ ୫ “ଟି’ର ଉପଯୋଗ ଉପରେ ଗୁରୁତ୍ୱ ଆରୋପ କରିଥିଲେ ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ମାର୍ଣ୍ଡି ତହସିଲ୍ଦାର ତଥା ଅନ୍ୟ କର୍ମଚାରୀମାନଙ୍କୁ ଆନ୍ତରିକତା ଓ ସାଧୁତାର ସହ କାର୍ଯ୍ୟ ସଂପାଦନପୂର୍ବକ ସମୟସୀମା ମଧ୍ୟରେ ନାଗରିକମାନଙ୍କୁ ବିଭିନ୍ନ ସେବା ଯୋଗାଇଦେବା ପାଇଁ ପରାମର୍ଶ ଦେଇଥିଲେ । ଜନସାଧାରଣଙ୍କୁ ବିଭିନ୍ନ ସରକାରୀ ଯୋଜନାର ସେବା ଯୋଗାଇ ଦେବାରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ଉଭୟ ତହସିଲରେ ଜନସାଧାରଣଙ୍କର ବିଭିନ୍ନ ଆପତି ଅଭିଯୋଗ ଗ୍ରହଣ ଓ କର୍ମବିଧାନ ଲିପିବଦ୍ଧ କରିବା ପାଇଁ ମନ୍ତ୍ରୀଙ୍କ ନିର୍ଦ୍ଦେଶାନୁସାରେ ଚଳନ କରାଯାଇଥିବା ରେଜିଷ୍ଟର ଶ୍ରୀ ମାର୍ଣ୍ଡି ତଦାରଖ କରିଥିଲେ ।

ଏହି ସମୀକ୍ଷା ଅବସରରେ ମନ୍ତ୍ରୀ ଜନସାଧାରଣଙ୍କ ସହ ମତବିନିମୟ କରିବା ସହିତ ଉଭୟ ତହସିଲ୍ରେ ସେବା ପ୍ରଦାନର ମାନ ଉପରେ ତାଙ୍କର ମତାମତ ଲୋଡ଼ିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ