Connect with us

ଓଡିଶା

ଓସିଏ ନିର୍ବାଚନ : ବାପା ପରେ ପୁଅ ହେଲେ ସମ୍ପାଦକ

ସାଙ୍କେତିକ

ଓସିଏ ନିର୍ବାଚନ : ବାପା ପରେ ପୁଅ ହେଲେ ସମ୍ପାଦକ
– ପଙ୍କଜ ସଭାପତି , ସଂଜୟ ସମ୍ପାଦକ ନିର୍ବାଚିତ
କଟକ/ଭୁବନେଶ୍ୱର, ୨୭ ସେପ୍ଟେମ୍ବର – ଓଡ଼ିଶା କ୍ରିକେଟ ଆସୋସିଏସନ୍ (ଓସିଏ) ନିର୍ବାଚନ ଶେଷ ହୋଇଛି । ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ପୁଅ ସଞ୍ଜୟ ବେହେରା ନୂଆ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ସଞ୍ଜୟ ବେହେରାଙ୍କ ସପକ୍ଷରେ ୭୩ରୁ ୪୫ ଭୋଟ ଯାଇଥିବା ବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ନବ ପଟ୍ଟନାୟକ ମାତ୍ର ୨୫ ଭୋଟ୍ ପାଇଥିଲେ ।

ସେହିପରି ସଭାପତି ଭାବେ ପଙ୍କଜ ଲୋଚନ ମହାନ୍ତି, ଉପସଭାପତି ଭାବେ ଅକ୍ଷୟ ସାମଲ, କୋଷାଧ୍ୟକ୍ଷ ଭାବେ ବିକାଶ ପ୍ରଧାନ ଏବଂ ଯୁଗ୍ମ ସମ୍ପାଦକ ଭାବେ ମେହତାବ ଖାଁ ନିର୍ବାଚିତ ହୋଇଛନ୍ତି । ଓଡ଼ିଶା କ୍ରିକେଟ ଆସୋସିଏସନ୍ (ଓସିଏ) ନିର୍ବାଚନ ପାଇଁ ମତଦାନ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଚାଲିଥିଲା । ଭୋଟ୍ ଗଣତି ପରେ ଅପରାହ୍ନ ପ୍ରାୟ ୪ ଟାରେ ଫଳାଫଳ ଘୋଷଣା ହୋଇଥିଲା । ଅନ୍ୟପକ୍ଷରେ ନିକଟରେ ସିବିଆଇ ଦ୍ୱାରା ଗିରଫ ହୋଇଥିବା ଓସିଏର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରା ମେଡିକାଲରୁ ଥାଇ ଭୋଟ୍ ଦେଇଥିଲେ । ସିବିଆଇ ଦ୍ୱାରା ଗିରଫ ହୋଇ ଝାରପଡା ଜେଲରେ ଥିବା ବେଳେ ଅସୁସ୍ଥତା ଯୋଗୁଁ ଆଶୀର୍ବାଦଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରାଯାଇଥିଲା । ଅଧିକ ଚିକିତ୍ସା ପାଇଁ ଗତକାଲିଠୁ ଏସସିବି ଅସ୍ଥିଶଲ୍ୟ ବିଭାଗର ଭର୍ତି କରାଯାଇଛି । ଟ୍ରମା ୱାର୍ଡରେ ତାଙ୍କୁ ଭର୍ତି କରାଯାଇଥିବା ବେଳେ ତାଙ୍କର ଆବଶ୍ୟକ ଚିକିତ୍ସା ଚାଲିଛି । ନାମାଙ୍କନ ଦାଖଲ ପରଠୁ ଆପେକ୍ସ କାଉନସିଲ୍ ସଦସ୍ୟ ପାଇଁ କେନ୍ଦ୍ରାପଡାର ଶୁଭାଶିଷ୍ ସେନାପତି ଅପ୍ରତିଦ୍ୱନ୍ଦୀ ଭାବେ ନିର୍ବାଚିତ ହୋଇ ସାରିଛନ୍ତି ।

ଏବେ ସଭାପତି, ଉପସଭାପତି, ସମ୍ପାଦକ, ଯୁଗ୍ମ ସମ୍ପାଦକ ଓ କୋଷାଧକ୍ଷ ପାଇଁ ୧୦ଜଣଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହୋହଇଥିଲା । ସଭାପତି ପଦ ପାଇଁ ପ୍ରଦୀପ ଚୌହ୍ୱାନ ଓ ପଙ୍କଜ ଲୋଚନ ମହାନ୍ତି, ଉପସଭାପତି ପଦ ପାଇଁ ପ୍ରଶାନ୍ତ ପ୍ରସାଦ ପଟ୍ଟନାୟକ ଓ ଅକ୍ଷୟ କୁମାର ସାମନ୍ତ, ସମ୍ପାଦକ ପାଇଁ ନବରଞ୍ଜନ ପଟ୍ଟନାୟକ ଓ ସଞ୍ଜୟ ବେହେରା, ଯୁଗ୍ମ-ସମ୍ପାଦକ ପଦ ପାଇଁ ସୁଜିତ୍ କୁମାର ପ୍ରଧାନ ଓ ମେହେତାବ ଖାନ୍ ଏବଂ କୋଷାଧକ୍ଷ ପାଇଁ ଅନୀଲ କୁମାର ବିଶ୍ୱାଳ ଓ ବିକାଶ ପ୍ରଧାନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥଲା ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା