Connect with us

ଆଞ୍ଚଳିକ

ମୁଖ୍ୟମନ୍ତ୍ରୀଙ୍କ ଦଲାଲି ହଠିବା ନିର୍ଦ୍ଧେଶ ପରେ ଆଂଚଳିକ କାର୍ଯ୍ୟାଳୟ ଶୁନଶାନ

ସାଙ୍କେତିକ

ମୁଖ୍ୟମନ୍ତ୍ରୀଙ୍କ ଦଲାଲି ହଠିବା ନିର୍ଦ୍ଧେଶ ପରେ ଆଂଚଳିକ କାର୍ଯ୍ୟାଳୟ ଶୁନଶାନ
ଧର୍ମଶାଳା,୨୭ ସେପ୍ଟେମ୍ବର – ମୁଖ୍ୟମନ୍ତ୍ରୀଙ୍କ ଭିଡିଓ କନଫେରେନ୍ସ ମାଧ୍ୟମରେ ରାଜ୍ୟର ପରିବହନ ଅଧିକାରୀ ମାନଙ୍କ କାର୍ଯ୍ୟଳୟ ପରିସରରେ ଦଲାଲ ରାଜ ହଠାଇବା ନେଇ ନର୍ଦ୍ଧେଶ ଦିଆଯିବାପରେ ଚଣ୍ଡିଖୋଲ ଅଂଚଳିକ ପରିବହନ କାର୍ଯ୍ୟଳୟ ଶୁନଶାନ ହୋଇପଡଛି । ସେପେମ୍ବର ୧ତାରିଖରୁ ନୂତନ ଭାବେ ମୋଟରଯାନ ଆଇନ ଲାଗୁ ହେବା ପରେ ପ୍ରତିଦିନ ଚାଳକ ପ୍ରମାଣପତ୍ର ଅଂଳଚିକ ପରିବହନ କାର୍ଯ୍ୟଳୟରେ ୫ଶହରୁ ଅଧିକ ଆବଦେନକାରୀଙ୍କ ଲମ୍ବାଧାଡି ଲାଗୁଛି ।

ବହୁଦିନରୁ ପ୍ରଚଳିତ ନିୟମ ଅନୁଯାୟୀ ଆବେଦନକାରୀ ମାନେ ପରିବହନ କାର୍ଯ୍ୟଳୟର ବାହାରେ ଦଲାଲ ମାଧ୍ୟମରେ ଆବେଦନ କରିଥାନ୍ତି ଓ ଏମାନେ ସରକାରୀ ଚାଲାଣଦେୟ ସହିତ ଯଥେଷ୍ଟ ଅଧିକ ଟଙ୍କା ନେଇଆସୁଥିଲେ । ବହୁ ସମୟରେ ଦଲାଲ ଜରିଆରେ ଆବେଦନ ନକରୁଥିବା ବ୍ୟକ୍ତିଙ୍କୁ ଅଧିକ ତର କାର୍ଯ୍ୟଳୟ ଦୈଡିବାକୁ ପଡୁଥିଲା । ବିଭିନ୍ନ ଗଣମାଧ୍ୟମରେ ଏ ସମ୍ପର୍କରେ ଖବର ପ୍ରକାଶ ପାଇବାପରେ କମିଶନର ଏହାକୁ ତତ୍ପରତା ପ୍ରକାଶ କରି ରାଜ୍ୟର ସମସ୍ତ ଆଂଚଳିକ ପରିବହନ କାର୍ଯ୍ୟଳୟରେ ଦଲାଲ ହଠାଇବା ପାଇଁ କହିଥିଲେ । ଏହାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଭିଡିଓ କନ୍ଫେରେନ୍ସ ମାଧ୍ୟମରେ ଦଲାଲ ହେଲେ କଢ଼ା କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି କହିଥିଲେ । ଏପରକି ଏବେ ମଧ୍ୟ ଆଦି ୬୦ଜଣରୁ ଅଧିକ ଲୋକେ ଧାଡିରେ ଛିଡା ହୋଇଥିବା ଦେଖିବାକୁ ମିଳିଥିଲା । ସେହିପରି ବାହାରେ ଚାଳିଆ କରି ୫୦ରୁ ଉର୍ଦ୍ଧ ଦଲାଲ ରହି ପରିବହନ କାର୍ଯ୍ୟଳୟକୁ ଆସୁଥିବା ଲୋକମାନଙ୍କ ଠିକି ଆସୁଥିଲେ ।

ଆଜି ଏଭଳି ନିର୍ଦ୍ଧେଶ ପରେ ପରିବହନ କାର୍ଯ୍ୟଳୟ ବାହାରେ ଥିବା ଦଲାଲ ମାନେ ଆସିନଥିବା ଦେଖିବାକୁ ମଳିଥିଲା । ଫଳରେ ସୁରୁଖୁରୁରେ ଲୋକମାନେ ନିଜର ଆବେଦନ କରି ଫୋଟ ଉଠାଇଥିବା ପ୍ରକାଶ କରିଥିଲେ । ଏହି ଦଲାଲା ମାନେ ଗାଡିର ଫିଟନେସ, ପ୍ରମାଣପତ୍ର କରିବା ସହିତ କାର୍ଯ୍ୟଳୟର ଅନେକ ଅସାଧୁ କର୍ମଚାରୀଙ୍କ ସହିତ ସଂଯୋଗରେ ରହିଥାନ୍ତି । ଏପରକି ଗାଡି ଚେକିଂ ଯାଉଥିବା ଟମ ସହିତ ଏମାନେ ମଧ୍ୟ ଯାଇ ବିଭିନ୍ନ ଗାଡିରୁ ମୋଟା ଅଙ୍କର ଟଙ୍କା ଆଦାୟ କରି କର୍ମଚାରୀଙ୍କ ସହିତ ଭାଗରେ ନେଇଥାନ୍ତି । ଏହି ବିଷୟରେ ଆରଟିଓଙ୍କୁ ପଚାରିବାକୁ ଏହାକୁ ସୁଧାରିବାକୁ ସମୟ ଲାଗିବ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଧେଶକୁ ଠିକ୍ ଭାବେ ପାଳନ କରାଯିବ । ଏବଂ ଯଦି ଅଧିକ କର୍ମଚାରୀ ନିଯୁକ୍ତ କରାଯାଇପାରନ୍ତା ତେବେ କାମ ଖୁବୁ ଶ୍ରୀଘ ହୋଇପାରନ୍ତା ବୋଲି ପ୍ରକାଶ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ