Connect with us

ଆଞ୍ଚଳିକ

ଶ୍ୱାସରୁଦ୍ଧ ହୋଇ ୫ ମୃତ :- ପାଇଖାନା ଟାଙ୍କି ସାଜିଲା ଯମଦୂତ l

ଶ୍ୱାସରୁଦ୍ଧ ହୋଇ ୫ ମୃତ :- ପାଇଖାନା ଟାଙ୍କି ସାଜିଲା ଯମଦୂତ l

ପାଇଖାନା ଟାଙ୍କି ସାଜିଲା ଯମଦୂତ
ଶ୍ୱାସରୁଦ୍ଧ ହୋଇ ୫ ମୃତ
ରାୟଗଡ଼ା,୨ା୯ : ନବ ନିର୍ମିତ ପାଇଖାନାର ସେଣ୍ଟ୍ରିଂ ଖୋଲିବାକୁ ଟାଙ୍କି ଭିତରକୁ ଜଣେ ମହିଳା ଶ୍ରମିକ ଯାଇଥିଷଲ । ମାତ୍ର ସେ ବାହାରକୁ ନଆସିବାରୁ ଜଣକ ପରେ ଜଣେ ଡକାଡକି ହୋଇ ଅନ୍ୟମାନେ ଭିତରକୁ ଯାଇଥିଲେ । ହେଲେ ଟାଙ୍କି ଭିତରେ ସେମାନେ ସମସ୍ତେ ଶ୍ୱାସରୁଦ୍ଧ ହୋଇ ଚେତା ହରାଇ ପଡିଥିଲେ । ଟାଙ୍କି ଭାଙ୍ଗି ସେମାନଙ୍କୁ ଉଦ୍ଧାର କରିବା ପରେ ମେଡଇକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ୫ଜଣଙ୍କୁ ମୃତ ଘୋଷଣା କରିଛନ୍ତି । ଆଉ ଜଣେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି ।

ଆଜି ଏମିତି ଏକ ହୃଦୟ ବିଦାରକ ଘଟଣା ରାୟଗଡ଼ା ଜିଲ୍ଲା ବିଷମକଟକ ଥାନା ଅଞ୍ଚଳରେ ଘଟିଛି । ବିଷମକଟକ ଥାନା ଦୁର୍ଗୀ ଗାଁର ଏମ୍ ସତ୍ୟନାରାୟଣଙ୍କ ନୂଆ ଘରର ପାଇଖାନା ଟାଙ୍କି ନିର୍ମାଣ ହୋଇଥିଲା । ଆଜି ଉକ୍ତ ପାଇଖାନାର ସେଣ୍ଟ୍ରିଂ ଖୋଲାଯାଉଥିଲା । ଏହି କାମରେ ମିସ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଟାକ୍ରୀ ଓ ଦୁଇଜଣ ଶ୍ରମିକ ରଶ୍ମିତା ଓ ବୈରାଗୀ କଲକା ଲାଗିଥିଲେ । କାମ ଚାଲୁଥିବା ବେଳେ ରଶ୍ମିତା ଟାଙ୍କି ଭିତରକୁ ଯାଇଥିଲେ । ମାତ୍ର ସେ ବାହାରକୁ ନଆସିବାରୁ ଆଉଜଣେ ଶ୍ରମିକ ବୈରାଗୀ ପାଇଖାନା ଭିତରକୁ ଯାଇଥିଲେ । ହେଲେ ସେ ମଧ୍ୟ ବାହାରକୁ ଆସିନଥିଲେ । ତେବେ ମନରେ ସନ୍ଦେହ ହେବାରୁ ମିସ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ଟାଙ୍କି ଭିତରକୁ ନିଜେ ଯାଇଥିଲେ ।

କିଛି ସମୟ ପରେ ଟାଙ୍କି ଭିତରୁ ଚିକ୍ରାର ଶୁଣିବାକୁ ମିଳିଥିଲା । ଚିକ୍ରାର ଶୁଣି ପାଖ ପଡିଆରେ ଭଲିବଲ ଖେଳୁଥିବା ସୂର୍ଯ୍ୟନାରାୟଣ ପାତ୍ର, ବଂଶୀଧର ପାତ୍ର ଓ କାର୍ତ୍ତିକ ଗୌଡ ଜଣକ ପରେ ଜଣେ ପାଇଖାନା ଟାଙ୍କି ଭିତରକୁ ଯାଇ ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ । ହେଲେ ଏହା ସମ୍ଭବ ହୋଇନଥିଲା । ବରଂ ସେମାନେ ନିଜେ ବାହାରକୁ ଆସିପାରି ନଥିଲେ । ଚିକ୍ରାର ଶୁଣି ଗାଁ ଲୋକେ ଏକ ଜେସିବି ମେସିନ୍ ସାହାଯ୍ୟରେ ପାଇଖାନା ଟାଙ୍କିକୁ ଭାଙ୍ଗି ସମସ୍ତଙ୍କୁ ଉଦ୍ଧାର କରି ବିଷମକଟକ ଖ୍ରୀଷ୍ଟିଆନ୍ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ୫ଜଣଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟଜଣେ ଏବେ ମଧ୍ୟ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ