Connect with us

ଦେଶ

ରାକେଶ ଆସ୍ଥାନାଙ୍କୁ ହାଇକୋର୍ଟଙ୍କ ଅନ୍ତରୀଣ ସୁରକ୍ଷା

ସାଙ୍କେତିକ ଚିତ୍ର

ରାକେଶ ଆସ୍ଥାନାଙ୍କୁ ହାଇକୋର୍ଟଙ୍କ ଅନ୍ତରୀଣ ସୁରକ୍ଷା
ନୂଆଦିଲ୍ଲୀ,୨୩ା୧୦ : କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ (ସିବିଆଇ)ର ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କୁ ମଙ୍ଗଳବାର ଦିଲ୍ଲୀ ହାଇକୋର୍ଟରୁ ବଡ ଆଶ୍ୱସ୍ତି ମିଳିଛି । ହାଇକୋର୍ଟ ଆସ୍ଥାନାଙ୍କ ଗିରଫଦାରୀ ଉପରେ ଆସନ୍ତା ୨୯ ପର୍ଯ୍ୟନ୍ତ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି । ଏହାସହ ସିବିଆଇକୁ ଯଥାସ୍ଥିତି ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ସିବିଆଇ ଏଫ୍ଆଇଆରରେ ସଂଶୋଧନ ପାଇଁ କୋର୍ଟଙ୍କ ଅନୁମତି ମାଗିଛି । ଗିରଫଦାରୀ ଆଶଙ୍କା ବୃଦ୍ଧି ପାଇବା ପରେ ମଙ୍ଗଳବାର ସକାଳେ ସିବିଆଇର ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନା ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ତାଙ୍କ ବିରୋଧରେ ରୁଜୁ ଦୁର୍ନୀତି ମାମଲାକୁ ରଦ୍ଦ କରିବା ପାଇଁ ସେ ନିବେଦନ କରିଛନ୍ତି ।

ଏହି ସମୟ ପର୍ଯ୍ୟନ୍ତ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଓ ଜାମିନ୍ ବିହୀନ ଗିରଫ ପରୱାନା ଜାରି ନ କରିବାକୁ କୁହାଯାଇଛି । କୋର୍ଟରେ ଆସ୍ଥାନାଙ୍କ ଓକିଲ ଦର୍ଶାଇଥିଲେ ଯେ, ଆସ୍ଥାନା ଯେଉଁ ଲୋକଙ୍କୁ ଗିରଫ କରିବା ପାଇଁ ସୁପାରିଶ କରିଥିଲେ ସେହି ଲୋକର ଅଭିଯୋଗ ଆଧାରରେ ଆସ୍ଥାନାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ସରକାର ଏବଂ କୋର୍ଟଙ୍କ ଅନୁମତି ନ ନେଇ ଆସ୍ଥାନାଙ୍କ ବିରୋଧରେ ତଦନ୍ତ ଆରମ୍ଭ କରାଯାଇଛି । ସିବିଆଇ ପକ୍ଷରୁ ଯୁକ୍ତିରେ ଦର୍ଶାଯାଇଥିଲା ଯେ, ଆସ୍ଥାନାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ରହିଛି । ତାଙ୍କ ବିରୋଧରେ ଦୁର୍ନୀତି ନିରୋଧ ଆଇନ, ଅପରାଧିକ ଷଡଯନ୍ତ୍ର, ଲାଞ୍ଚ ନେବା ଏବଂ ଠକେଇ ଭଳି ଅଭିଯୋଗ ରହିଛି ।

ପ୍ରକାଶଯୋଗ୍ୟ ଯେ, ଏହି ମାମଲାରେ ସୋମବାର ସିବିଆଇ ଡିଏସପି ଦେବେନ୍ଦ୍ର କୁମାରଙ୍କୁ ଗିରଫ କରାଯାଇଛି । ମାଂସ ରପ୍ତାନିକାରୀ ମୋଇନ କ୍ୟୁରେସିର ଦୁର୍ନୀତି ମାମଲାରେ ଅନିୟମିତତା ଅଭିଯୋଗ ପୂର୍ବକ ରାକେଶ ଆସ୍ଥାନାଙ୍କ ବିରୋଧରେ ସିବିଆଇ ଲାଞ୍ଚ ମାମଲା ରୁଜୁ କରିଥିଲେ । ତେବେ ରାକେଶଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ସିବିଆଇ ଅନୁମତି ନେଇ ନାହିଁ । ଲାଞ୍ଚ ମାମଲା ରୁଜୁ ପରେ ରାକେଶ ଆସ୍ଥାନା ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କ ବିରୋଧରେ ବିଭିନ୍ନ ପ୍ରକାର ଅଭିଯୋଗ ଆଣିଛନ୍ତି । ଆଲୋକ ବର୍ମାଙ୍କ ବିରୋଧରେ ରାକେଶ କ୍ୟାବିନେଟ୍ ସଚିବ ଓ ସିଭିସିଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

ଉଲ୍ଲେଖ ଯେ, ସିବିଆଇର ନିର୍ଦ୍ଦେଶକ ଆଲୋକ ବର୍ମା ଏବଂ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ଆଭ୍ୟନ୍ତରୀଣ କନ୍ଦଳର ସମାଧାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଭୟଙ୍କୁ ଆଲୋଚନା ପାଇଁ ଡାକିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ