Connect with us

ଦେଶ

ଦୀପାବଳିରେ ୨ ଘଣ୍ଟା ଫୁଟିବ ବାଣ : ସୁପ୍ରିମକୋର୍ଟ

ସାଙ୍କେତିକ ଚିତ୍ର

ଦୀପାବଳିରେ ୨ ଘଣ୍ଟା ଫୁଟିବ ବାଣ : ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୨୩ା୧୦ : ଦୀପାବଳିରେ ବାଣ ବିକ୍ରିକୁ ନେଇ ମଙ୍ଗଳବାର ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି । କେତେକ ସର୍ତ୍ତକୁ ପାଳନ କରି ଦୀପାବଳିରେ ବାଣ ବିକ୍ରି କରାଯାଇ ପାରିବ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟ ବାୟୁ ପ୍ରଦୂଷଣ ଉପରେ ପ୍ରଭାବ ପକାଉଥିବା ବାଣଗୁଡିକୁ ନିୟନ୍ତ୍ରିତ ଭାବେ ବ୍ୟବହାର କରି ପ୍ରଦୂଷଣ ରୋକିବା ଦିଗରେ ଯତ୍ନବାନ ହେବାକୁ ଦେଶବାସୀଙ୍କୁ ପରାମର୍ଶ ଦେବା ସହ ବାଣ ବିକ୍ରି ଓ କ୍ରୟକୁ ସବୁଜ ସଙ୍କେତ ଦେଇଛନ୍ତି ।

ସୁପ୍ରିମକୋର୍ଟର ଏହି ନିର୍ଦ୍ଦେଶ ପରେ ଚଳିତ ବର୍ଷ ଦୀପାବଳି ସଂଧ୍ୟାରେ ବାଣ ଶବ୍ଦ ଓ ଆଲୋକ ଆକାଶରେ ଦୃଶ୍ୟମାନ ହେଲେ ମଧ୍ୟ ଦେଶବାସୀ ଉତ୍ସବ ପାଳନ ଅବସରରେ ପ୍ରଦୂଷଣ ପ୍ରତି ଯତ୍ନବାନ ହେବେ ବୋଲି ଆଶା କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ଦେଶବାସୀଙ୍କୁ ରାତି ୮ଟାରୁ ୧୦ଟା ମଧ୍ୟରେ ବାଣ ଫୁଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ନୂଆବର୍ଷ ଦିନ ରାତି ୧୧ଟା ୪୫ରୁ ୧୨ଟା ୧୫ମି ମଧ୍ୟରେ ବାଣ ଫୁଟାଇବାକୁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ । ଏହାବ୍ୟତୀତ ଅନଲାଇନ ବାଣ ବିକ୍ରି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ସୁପ୍ରିମକୋର୍ଟ । ବିଗତ ବର୍ଷ ମଧ୍ୟ ପ୍ରଦୂଷଣକୁ ଦୃଷ୍ଟିରେ ରଖି ଦିଲ୍ଲୀ ଓ ଏନସିଆରରେ ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଇ ଥିଲେ ।

ଏପରିକି ଦିଲ୍ଲୀ ଓ ଏନସିଆରରେ ବାଣ ବିକ୍ରି ଉପରେ ମଧ୍ୟ ପ୍ରତିବନ୍ଧକ ଲଗା ଯାଇଥିଲା । ଅବଶ୍ୟ ୧୨ ସେପ୍ଟେମ୍ବର ୨୦୧୭ରେ ସୁପ୍ରିମକୋର୍ଟ ପ୍ରତିବନ୍ଧକକୁ ସଂଶୋଧନ କରି ବାଣ ବିକ୍ରିର ଲାଇସେନ୍ସକୁ ୫୦ ପ୍ରତିଶତ କମ୍ କରି ପ୍ରଦାନ କରିବାକୁ ଅନୁମତି ପ୍ରଦାନ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ