Connect with us

ଦେଶ

‘ପ୍ରଗତିଶୀଳ ସମାଜବାଦୀ ପାର୍ଟି’ (ଲୋହିଆ) ନାମରେ ନୂଆ ରାଜନୈତିକ ଦଳ

ସାଙ୍କେତିକ ଚିତ୍ର

ଲକ୍ଷ୍ନୌ : ସମାଜବାଦୀ ପାର୍ଟି ନେତା ଶିବପାଲ ଯାଦବ ‘ପ୍ରଗତିଶୀଳ ସମାଜବାଦୀ ପାର୍ଟି’ ( ଲୋହିଆ )ନାମରେ ନୂଆ ରାଜନୈତିକ ଦଳ ପଞ୍ଜୀକୃତ କରିଛନ୍ତି । ସମାଜବାଦୀ ପାର୍ଟି ଛାଡିବା ପରେ ନିରପେକ୍ଷ ଭାବେ ଏକ ଦଳ ଗଢିବାର ନିଷ୍ପତ୍ତି ନେଇଥିଲେ ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମୂଲାୟମ ସିଂହ ଯାଦବଙ୍କ ଭାଇ ଶିବପାଲ ଯାଦବ ।

ମଙ୍ଗଳବାର ନୂଆ ଦଳର ନାଁ ପଞ୍ଜୀକୃତ ହେବା ପରେ ଶିବପାଲ କହିଛନ୍ତିଯେ , ସମାଜବାଦୀ ପାର୍ଟିରେ ମୋତେ ଓ ମୁଲାୟମଙ୍କୁ ଅପମାନିତ କରାଯାଇଛି । ପରିସ୍ଥିତି ଏପରି ହେଲା ଯେ, ତାଙ୍କୁ ଦଳ ଛାଡିବାକୁ ବାଧ୍ୟ କରାଗଲା । ପ୍ରଗତିଶୀଳ ସମାଜବାଦୀ ପାର୍ଟି ଲୋହିଆ ଦଳରେ ବହୁ ସଂଖ୍ୟାରେ ବିଜେପି, କଂଗ୍ରେସ, ଏସପି ଓ ବିଏସପି ନେତା ସାମିଲ ହୋଇଛନ୍ତି । ଏହି ଦଳ ଲୋକଙ୍କ ପାଇଁ କାମ କରିବା ସହ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରିବ ବୋଲି ସେ କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ