Connect with us

ଓଡିଶା

ଭୁବନେଶ୍ୱରରେ ରଥଯାତ୍ରା ସୁରକ୍ଷା ସମୀକ୍ଷା କଲେ ଡିଜିପି

ସାଙ୍କେତିକ

ଭୁବନେଶ୍ୱରରେ ରଥଯାତ୍ରା ସୁରକ୍ଷା ସମୀକ୍ଷା କଲେ ଡିଜିପି
– ଫନି ପରେ ରଥଯାତ୍ରା ବେଳେ ସୁରକ୍ଷା ପୋଲିସ୍ ପାଇଁ ଚ୍ୟାଲେଂଜ ହେବ
ଭୁବନେଶ୍ୱର,୨୮ ମଇ – ସାମୁଦ୍ରିକ ବାତ୍ୟା ଫନି ରେ ପୁରୀ ଜିଲ୍ଲା ବିଶେଷ ଭାବେ ପ୍ରଭାବିତ ହୋଇଥିବାରୁ ଆଗାମୀ ରଥଯାତ୍ରାରେ ସୁରକ୍ଷା ବ୍ୟବସ୍ଥା ପୋଲିସ୍ ପ୍ରଶାସନ ପାଇଁ ଚାଲେଂଜ ହେବ ବୋଲି ପୋଲିସ୍ ମହାନିର୍ଦ୍ଦେଶକ ଡ. ଆର. ପି ଶର୍ମା ପ୍ରକାଶ କରିଛନ୍ତି ।
ମଙ୍ଗଳବାର ଭୁବନେଶ୍ୱର ସ୍ଥିତ ଡିଜି କ୍ୟାମ୍ପ ଅଫିସ୍ ରେ ପୋଲିସ୍ ଡିଜି ଡ. ଶର୍ମା ଅଧ୍ୟକ୍ଷତାରେ ରଥଯାତ୍ରା ସୁରକ୍ଷା ବ୍ୟବସ୍ଥା ପ୍ରସ୍ତୁତି ନେଇ ଆଲୋଚନା କରାଯାଇଥିଲା । ଗୁଇନ୍ଦା ସୂଚନା ଆଧାରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯିବ । ଏଥିପାଇଁ କଂଟ୍ରୋଲ ରୁମ୍ ରୁ ସିସିଟିଭି ମନିଟରିଂ କରାଯିବ । ବାତ୍ୟାରେ ପୁରୀ ସହରରେ ଲାଗିଥିବା ସ୍ଥାୟୀ ସିସିଟିଭି ଗୁଡିକ ନଷ୍ଟ ହୋଇଯାଇଛି । ଯୁଦ୍ଧକାଳୀନ ଭିତିରେ ସମ୍ପୃକ୍ତ ସ୍ଥାନରେ ଅସ୍ଥାୟୀ ସିସିଟିଭି ଲଗାଯିବ । ରେଳଯାତ୍ରୀଙ୍କ ସୁରକ୍ଷା ଏବଂ ଅଘଟଣକୁ ଏଡାଇବା ପାଇଁ ଉଦ୍ୟମ କରାଯିବ । ଖୁବ୍ ଶୀଘ୍ର ବିଏସଏଫ୍ , କୋଷ୍ଟଗାର୍ଡ ଓ ସିଆରପିଏଫ୍ କୁ ନେଇ ସମନ୍ୱୟ ବୈଠକ ବସିବ । ଏହି ବୈଠକରେ ଗୁଇନ୍ଦା ସଂସ୍ଥାର ସ୍ୱତନ୍ତ୍ର ଡିଜି , ଆଇ ଜି ପୋଲିସ୍ ପ୍ରମୁଖ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା