Connect with us

ଓଡିଶା

ରଥଯାତ୍ରା ଏପାଖ ସେପାଖ

ସାଙ୍କେତିକ

ରଥଯାତ୍ରା ଏପାଖ ସେପାଖ
ପୁରୀ, ୧୨ ଜୁଲାଇ – ଏ ବର୍ଷ ରଥଯାତ୍ରାରେ ଅନେକ ଐତିହାସିକ ପରମ୍ପରା ସୃଷ୍ଟି ହୋଇଛି । ଶ୍ରୀଗୁଣ୍ଡିଚା ଦିନ ଏକା ଦିନକେ ତିନି ରଥ ଲାଗିବା ଓ ବାହୁଡ଼ା ଦିନ ନିର୍ଦ୍ଧାରିତ ସମୟ ପୂର୍ବରୁ ତିନିରଥ ସିଂହଦ୍ୱାରରେ ଲାଗିବା ଏକ ବିରଳ ଘଟଣା । ନଅଦିନ ବ୍ୟାପୀ ମହାପ୍ରଭୁଙ୍କ ଏହି ଯାତ୍ରାରେ ବଡଦାଣ୍ଡରେ ଗହଳି ଚହଳି ଲାଗିଥିଲା । ପଲ୍ଲିଶ୍ରୀ ମେଳାରେ ନାହିଁନଥିବା ଭିଡ ପରିଲକ୍ଷିତ ହୋଇଥିଲା । ରଥଯାତ୍ରା ବାହୁଡା ଯାତ୍ରା ସଂପର୍କରେ ଏପାଖ ସେପାଖରେ ଏକ ବିଶେଷ ଉପସ୍ଥାପନା……
ଆସିଥିଲି କାଳିଆ ତୋ ଦରଶନ ପାଇଁରେ : ରାଉରକେଲାରୁ ଆସିଥିଲେ ଜଣେ ଭକ୍ତ । ଶରଧାବାଲିରେ ଦୁଇହାତ ଟେକି ମଣିମା ମଣିମା ଡାକୁଥିବା ବେଳେ ଶରଧାବାଲିରେ ସାଷ୍ଟାଙ୍ଗ ପ୍ରଣିପାତ କରି କାନ୍ଦି ଉଠିଥିଲେ । ରଥ ଉପରେ କାଳିଆକୁ ଦର୍ଶନ କରି ଆତ୍ମବିଭୋର ହୋଇ ପଡିଥିଲେ । ଠିଆ ହୋଇ ଅତି ସୁନ୍ଦର ସ୍ୱରରେ ବୋଲୁଥିଲେ ଆସିଥିଲି କାଳିଆରେ ଦରଶନ ପାଇଁରେ…, ତୋତେ ଛାଡି ଯିବାକୁ ମୋ ମନ ବଳୁ ନାହିଁରେ ।
ସୁନାବେଶ ପୂର୍ବରୁ ସେବାୟତଙ୍କ ସୁନାବେଶ : ଗତ କିଛି ବର୍ଷ ତଳେ ସେବାୟତମାନେ ଅଧିକ ସୁନା ପିନ୍ଧିବେ ନାହିଁ କି ମୋବାଇଲ ନେବେ ନାହିଁ ବୋଲି ବ୍ୟବସ୍ଥାବଳୀରେ ରହିଥିଲା । କିନ୍ତୁ ଏବର୍ଷ ଫନି ବାତ୍ୟା ସତ୍ୱେ କିଛି ସେବାୟତ ସୁନାବେଶ ପୂର୍ବରୁ ନିଜେ ସୁନାବେଶ ହୋଇ ଦର୍ଶନ ଦେଉଥିବା ଦେଖିବାକୁ ମିଳିଥିଲା । ମୋଟା ମୋଟା ବାଘନଖି ମାଳ, ଚେନ୍, ବଡ ମୁଦି, ବେସଲେଟ ଲଗାଇ ବେଶ ଠାଣିରେ ଠିଆ ହୋଇଥିବାରୁ ଏହାକୁ ଦେଖି ଢେଙ୍କାନାଳରୁ ଆସିଥିବା ଜଣେ ଭକ୍ତ କହିଲେ ଦେଖ ହୋ ପ୍ରଭୁଙ୍କ ସୁନାବେଶ ପୂର୍ବରୁ ସେବାୟତଙ୍କ ସୁନାବେଶ ।
ଅଟୋବାଲାଙ୍କ ଜୁଲମ୍ : ରଥଯାତ୍ରା ଉପଲକ୍ଷେ ପୁରୀ ସହରରେ ପ୍ରାୟ ୧୫ହଜାର ଅଟୋ ବୁଲୁଥିଲା । ତାଳବଣିଆରୁ ଲକ୍ଷ୍ମୀ ଟକିଜ୍ ପର୍ଯ୍ୟନ୍ତ ଛାଡି ଦେବାପାଇଁ ମୁଣ୍ଡ ପିଛା ୧୦୦ ଟଙ୍କା ହିସାବରେ ୬ଜଣଙ୍କୁ ୬ଶହ ଟଙ୍କା ନେଉଥିବା ରାଉରକେଲାରୁ ଆସିଥିବା ଭକ୍ତ ମରଚିକୋଟ ଛକଠାରେ ଅଟୋ ଡ୍ରାଇଭରର ହୁକୁମାତି ସଂପର୍କରେ ବଖାଣୁ ଥିଲେ । ରଥଯାତ୍ରୀମାନେ ସହରର ବାଟ ସଂପର୍କରେ ଅନଭିଜ୍ଞ ଥିବାରୁ ଅଟୋବାଲା ବୁଲାଇ ବୁଲାଇ ଅଧିକ ଟଙ୍କା ଜୁଲମ କରୁଥିଲେ । ରଥଯାତ୍ରା ସମନ୍ୱୟ ବୈଠକରେ ଏ ସଂପର୍କରେ ଅଧିକ ଆଲୋଚନା ହୋଇଥିଲା ଓ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି କରିବା ସତ୍ୱେ ଅଟୋ ଡ୍ରାଇଭରମାନେ କିଛି ଶୁଣିନଥିଲେ ।
ବେଆଇନ ପାର୍କିଂ ବଢିଲା : ପୌରସଂସ୍ଥା ପକ୍ଷରୁ ନିର୍ଦ୍ଦିଷ୍ଟ ସ୍ଥାନରେ ବାଇକ୍ ଓ ଚାରିଚକିଆ ଯାନ ପାଇଁ ଟେଣ୍ଡର ହୋଇଥିଲା । ଟେଣ୍ଡର ଧାରୀମାନେ ଟେଣ୍ଡର ନେଇଥିଲେ । କିନ୍ତୁ ଏବର୍ଷ ବାଇକ୍ ପ୍ରତି ୧୦ଟଙ୍କା ମୂଲ୍ୟ ରହିଥିବା ବେଳେ ୫୦ରୁ ୧୦୦ଟଙ୍କା ଆଦାୟ ହୋଇଥିଲା । ଅଧିକ ଟଙ୍କା ଆଦାୟ କଲେ ଏତଲା ଦିଆଯିବ ବୋଲି ପ୍ରଶାସନ କହିଥିବା କଟକଣା କାଟୁ କରିନଥିଲା । ଯାହା ଫଳରେ ହଜାର ହଜାର ସଂଖ୍ୟାରେ ବାଇକ୍ ଆରୋହୀ ଅଧିକ ଟଙ୍କା ଦେଇ ମନଦୁଃଖରେ ଫେରୁଥିବା ଦେଖାଯାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା