Connect with us

ଓଡିଶା

ଓଡିଶାରେ ନିର୍ମାଣ ହେବ ଆଉ ୧୧୮ ମିନି ଷ୍ଟାଡିୟମ୍

ସାଙ୍କେତିକ

ଓଡିଶାରେ ନିର୍ମାଣ ହେବ ଆଉ ୧୧୮ ମିନି ଷ୍ଟାଡିୟମ୍
ଭୁବନେଶ୍ୱର, ୧୨ ଜୁଲାଇ – ରାଜ୍ୟରେ ଖୁବ୍ ଶୀଘ୍ର ୧୧୮ଟି ମିନି ଷ୍ଟାଡିୟମ୍ ର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି କ୍ରୀଡା ଓ ଯୁବସେବା ବ୍ୟାପାର ମନ୍ତ୍ରି ତୁଷାରକାନ୍ତି ବେହେରା ବିଧାନସଭାରେ ପ୍ରକାଶ କରିଛନ୍ତି ।
କଂଗ୍ରେସ ବିଧାୟକ ସୁରେଶ ରଉତରାୟଙ୍କ ଏସମ୍ପର୍କିତ ପ୍ରଶ୍ନର ଉତର ଦେଇ ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ଯେ ରାଜ୍ୟରେ ୩୧୪ଟି ବ୍ଲକ୍ ସ୍ତରୀୟ ଏବଂ ୧୪୯ ସହରାଂଚଳ ସ୍ତରୀୟ ମିନି ଷ୍ଟାଡିୟମ୍ ନିର୍ମାଣ ନିମନ୍ତେ ଅର୍ଥ ପ୍ରଦାନ କରାଯାଇଛି । ସେଥି ମଧ୍ୟରୁ ୨୧୭ଟି ମିନି ଷ୍ଟାଡିୟମ୍ ସମ୍ପୂର୍ଣ୍ଣ ହୋଇଛି । ୧୨୮ଟି ମିନି ଷ୍ଟାଡିୟମ୍ ର କାର୍ଯ୍ୟ ,ଚାଲୁ ରହିଛି । କଳିଙ୍ଗ ଷ୍ଟାଡିୟମ୍ ର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଆନ୍ତର୍ଜାତୀୟ ମାନର କ୍ରୀଡା ସୁବିଧା ନିର୍ମାଣ ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି । ଫୁଟବଲ ଖେଳର ସର୍ବ ଭାରତୀୟ ସ୍ତରରେ ପ୍ରତିଯୋଗତା ପାଇଁ ରାଜ୍ୟ କ୍ରୀଡା ବିଭାଗ ଦ୍ୱାରା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଫୁଟବଲ ହାଇ ପରର୍ଫମାନ୍ସ ସେଂଟର ପାଇଁ ଜେଏସଡବ୍ଲୁ କମ୍ପାନୀ ଓ ଅଲ୍ ଇଣ୍ଡିଆ ଫୁଟବଲ ଫେଡେରେସନ୍ ସହିତ ଓଡିଶା ସରକାର ଚୁକ୍ତି ସ୍ୱାକ୍ଷର କରିଛନ୍ତି । ସେହିପରି କ୍ରିକେଟ୍ ର ସର୍ବ ଭାରତୀୟ ପ୍ରତିଯୋଗିତା ପାଇଁ ରାଜ୍ୟରେ ଓଡିଶା କ୍ରିକେଟ୍ ଆସୋସିଏସନ୍ ସର୍ବଭାରତୀୟ ସ୍ତରରେ ବିସିସିଆଇ ଦ୍ୱାରା ପରିଚାଳିତ ହେଉଛି ।
ଦାରୁଠେଙ୍ଗ , ଚନ୍ଦକା , ତରାବୋଇ , ବେଣାପଂଜୁରୀ ଓ ଅରୁଗୁଳ ଠାରେ ମିନିଷ୍ଟାଡିୟମ୍ ନିର୍ମାଣ ପାଇଁ ପ୍ରସ୍ତାବ ନାହିଁ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି । ସେହିପରି ସୁନ୍ଦରଗଡରେ ହକି ଷ୍ଟାଡିୟମ୍ ନିର୍ମାଣ ପାଇଁ ବର୍ତମାନ ପାଇଁ ପ୍ରସ୍ତାବ ନାହିଁ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା