Connect with us

ଓଡିଶା

ଆଜି ସୁନାବେଶ

ସାଙ୍କେତିକ

 

ଆଜି ସୁନାବେଶ
ମହଣ ମହଣ ସୁନାରେ ଝଲସିବେ ମହାବାହୁ
ପୁରୀ,  ଜୁଲାଇ – ନଅଦିନ ଯାତ୍ରା ସାରି ପ୍ରଭୁ ଏବେ ସିଂହଦ୍ୱାରରେ ରଥାରୂଢ ହୋଇ ରହିଛନ୍ତି । ବାହୁଡ଼ା ଦିନ ଏକାଦଶୀ ପଡିବା ସହ ସୁନାବେଶ ହେବା ସମ୍ଭବ ହେଉନଥିବାରୁ ପ୍ରଶାସନ ପକ୍ଷରୁ ଶନିବାର ଦିନ ସୁନାବେଶ କରିବା ପାଇଁ ନୀତି ନିର୍ଘଂଟ ଧାର୍ଯ୍ୟ ହୋଇଥିଲା । ସିଂହଦ୍ୱାରଠାରେ ତିନିରଥକୁ ରେଲୱେ ଜ୍ୟାକ୍ ଦ୍ୱାରା ସମାନଭାବେ ରଖାଯିବା ପରେ ରାତିରେ ବ୍ୟାରିକେଡ ନିର୍ମାଣ କରାଯିବ । ଶନିବାର ଦିନ ତିନି ଠାକୁର ମହଣ ମହଣ ସୁନାରେ ସଜ୍ଜିତ ହୋଇ ଭକ୍ତଙ୍କୁ ଦର୍ଶନ ଦେବେ । କିରିଟ, ବାହୁଟି, କୁଣ୍ଡଳ, ଆଡକାନି, ଘାଘରାମାଳି, କଦମ୍ବ ମାଳି, ବାଘନଖି, ହଳ ମୂଷଳ, ଶଙ୍ଖଚକ୍ର, ବାହୁ, ଶ୍ରୀପୟର ଆଦି ସ୍ୱର୍ଣ୍ଣ ଅଳଙ୍କାରେ ଭୂଷିତ ହୋଇ ମହାବାହୁ ଭକ୍ତମାନଙ୍କୁ ଦର୍ଶନ ଦେବେ । ଏହି ଦୁର୍ଲଭ ବେଶ ଦର୍ଶନ କରିବା ଦ୍ୱାରା ଭକ୍ତମାନଙ୍କର ଧନ ଓ ସୁବର୍ଣ୍ଣ ବଢିବା ସହ ପରିବାରର ମାନ ସମ୍ମାନ ବଢିଥାଏ ବୋଲି ବିଶ୍ୱାସ ରହିଛି ।
ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ନିମନ୍ତେ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାରିକେଡ ନିର୍ମାଣ କରାଯାଇଛି । ପ୍ରଭୁଙ୍କ ଆଗରେ କୌଣସି ସେବାୟତ ଠିଆ ହୋଇ ନରହିବାକୁ ପ୍ରଶାସନ ପକ୍ଷରୁ ତାଗିଦ୍ କରାଯାଇଛି । ସୁନାବେଶ ପରେ ରବିବାର ଦିନ ରଥ ଉପରେ ଅଧରପଣା ନୀତି ଓ ସୋମବାର ଦିନ ନିଳାଦ୍ରୀ ବିଜେ ଅନୁଷ୍ଠିତ ହେବ । ମଙ୍ଗଳବାର ଦିନ ଭକ୍ତମାନେ ପ୍ରଥମ ନୀଳାଚଳ ଅବଢା ପାଇପାରିବେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା