Connect with us

ଓଡିଶା

ରଥଯାତ୍ରାରେ ୨, ୩, ୪ ଚକିଆ ଗାଡି ପାର୍କିଂ ବ୍ୟବସ୍ଥା

ସାଙ୍କେତିକ

ରଥଯାତ୍ରାରେ ୨, ୩, ୪ ଚକିଆ ଗାଡି ପାର୍କିଂ ବ୍ୟବସ୍ଥା
ପୁରୀ, ୨ ଜୁଲାଇ – ଟୁରିଷ୍ଟ ବସ୍ ଓ ରିଜର୍ଭ ବସ୍ ଗୁଡିକ ମାଳତୀପାଟପୁର ବସଷ୍ଟାଣ୍ଡରେ ପାର୍କିଂ କରିବେ । ଯାତ୍ରୀବାହୀ ବସ୍, ୪ଚକିଆ ଯାନ ଓ ଅଟୋରିକ୍ସା ଯାନଗୁଡିକ ମାଳତୀପାଟପୁର ଠାରୁ ଓଭର ବ୍ରିଜ ଦେଇ ବାଇପାସ୍ ନଗର ଛକ, ଗ୍ରୀଡ ଷ୍ଟେସନ ଦେଇ ତାଳବଣିଆ ଅସ୍ଥାୟୀ ବସଷ୍ଟାଣ୍ଡକୁ ଯିବ । ସେଠାରୁ ଯାତ୍ରୀମାନଙ୍କୁ ନେଇ ଭୂଦାନ ଛକ, ବାଲିଘାଟ ଛକ, ଗୋପାଳପୁର ଦେଇ ବୀରହରେକୃଷ୍ଣପୁର ଠାରେ ଜାତୀୟ ରାଜପଥକୁ ପ୍ରବେଶ କରିବ ।

ଦୁଇଚକିଆ ଯାନଗୁଡିକ ଭୁବନେଶ୍ୱର ପଟୁ ଆସି ହରେକୃଷ୍ଣପୁର ଛକରୁ ମଙ୍ଗଳାଘାଟକୁ ଆସି ମଶାଣି ଚଣ୍ଡୀ, ଗୋଖାସାହି, ଦେବୀଘାଟ, ନରେନ୍ଦ୍ର କୋଣ ଦେଇ ଜଗନ୍ନାଥ ବଲ୍ଲଭରେ ପାର୍କିଂ କରିବ ଓ ଯିବା ସମୟରେ ହରିଜନ ସାହି, ଜେଲରୋଡ ଛକ, କୁମ୍ଭାରପଡା ଥାନା ଦେଇ ଅଠରନଳା ହୋଇ ଜାତୀୟ ରାଜପଥରେ ଭୁବନେଶ୍ୱର ଫେରିବ । ସେହିପରି ବ୍ରହ୍ମଗିରି ପଟୁ ଆସୁଥିବା ବସ୍ ଓ ଯାନଗୁଡିକ ମଙ୍ଗଳାଘାଟ ପାଖ ଫ୍ଲୋରିସ ଇଣ୍ଡିଆ ପାର୍କିଂ ସ୍ଥଳରେ ଗାଡି ରଖିବେ ଓ ସେହିପଟେ ଫେରିବେ । ଦୁଇଚକିଆ ଯାନଗୁଡିକ ମଙ୍ଗଳାଘାଟ, ଗୋଖାସାହି, ଦେବୀଘାଟ, ନରେନ୍ଦ୍ର କୋଣ ଦେଇ ଜଗନ୍ନାଥ ବଲ୍ଲଭରେ ପାର୍କିଂ କରିବେ ।

କୋଣାର୍କ ପଟୁ ଆସୁଥିବା ବସ୍, ଚାରିଚକିଆ ଓ ଦୁଇଚକିଆ ଯାନଗୁଡିକ ତାଳବଣିଆଠାରେ ପାର୍କିଂ କରିବେ । ମାଳତୀପାଟପୁର ଠାରୁ ତାଳବଣିଆ, ଅଠରନଳା ଓ ସମୁଦ୍ରକୂଳକୁ ଯିବା ପାଇଁ ଚାହୁଁଥିବା ଯାତ୍ରୀମାନେ ଟାଉନ ବସରେ ଯାଇପାରିବେ । ଭିନ୍ନକ୍ଷମମାନଙ୍କ ପାଇଁ ତାଳବଣିଆ, ଷ୍ଟେସନ ଓ ଜଗନ୍ନାଥ ବଲ୍ଳଭ ଠାରେ ଇ-ଅଟୋ ବ୍ୟବସ୍ଥା କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା