Connect with us

ଓଡିଶା

ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ କଟ୍ ଅଫ୍ ମାର୍କ ; କଳାରେ ବିଜେବି ଓ ବିଜ୍ଞାନରେ ରେଭେନ୍ସା ଆଗରେ

ସାଙ୍କେତିକ

ପ୍ରକାଶ ପାଇଲା ଯୁକ୍ତ ୨ ପ୍ରଥମ କଟ୍ ଅଫ୍ ମାର୍କ ; କଳାରେ ବିଜେବି ଓ ବିଜ୍ଞାନରେ ରେଭେନ୍ସା ଆଗରେ
ଭୁୁବନେଶ୍ୱର, ୦୨ ଜୁଲାଇ – ଯୁକ୍ତ ୨ରେ ନାମ ଲେଖା ପାଇଁ ମଙ୍ଗଳବାର ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ତାଲିକା ପ୍ରକାଶ ପାଇଛି । କଳାରେ ବିଜେବି ଜୁନିଅର କଲେଜ ଆଗରେ ରହିଛି । ଏଠାରେ କଟ୍ ଅଫ୍ ମାର୍କ ୭୧.୧୭% ରହିଛି । ସେହିପରି ଦ୍ୱିତୀୟରେ ୭୦.୧୭% କଟ୍ ଅଫ୍ ସହ ରେଭେନ୍ସା ଜୁନିଅର କଲେଜ ରହିଥିବା ବେଳେ ୬୮.୫% ସହ ତୃତୀୟରେ ଘସିପୁରାର ପତିତପାବନ କଲେଜ ରହିଛି ।
ସେହିପରି ବିଜ୍ଞାନ ବିଭାଗରେ ରେଭେନ୍ସା ଜୁନିୟର କଲେଜ ଆଗରେ ରହିଛି । ଏଠାରେ କଟ୍ ଅଫ୍ ମାର୍କ ୯୦ ପ୍ରତିଶତ ରହିଛି । ଦ୍ୱିତୀୟରେ ବିଜେବି କଲେଜ – ୮୮.୬୭ % ଓ ତୃତୀୟରେ ବ୍ରହ୍ମପୁର ସରସ୍ୱତୀ ବିଦ୍ୟା ମନ୍ଦିର – ୮୭.୬୭ % ।
ବାଣିଜ୍ୟରେ ଗଂଜାମର ଗୋପାଳପୁର ହାୟର ସେକେଣ୍ଡାରୀ ସ୍କୁଲ ୮୦.୬ % ସହ ଆଗରେ ରହିଛି । ୭୬.୧୭ ପ୍ରତିଶତ ସହ ଢେଙ୍କାନାଳ ଇଭିନିଙ୍ଗ୍ ହାୟର ସେକେଣ୍ଡାରୀ ସ୍କୁଲ ଏବଂ ତୃତୀୟରେ ୭୬ ପ୍ରତିଶତ ସହ ରେଭେନ୍ସା ଜୁନିୟର କଲେଜ ରହିଛି । ଏହି ତାଲିକାରେ ୭୩.୩୩ ପ୍ରତିଶତ ସହ ବିଜେବି ଜୁନିୟର କଲେଜ ଚତୁର୍ଥରେ ରହିଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା