Connect with us

ଓଡିଶା

ରଥଖଳାରୁ ….. ଉଠିଲା ଦୁଆରବନ୍ଧ, ରଙ୍ଗ ଅପେକ୍ଷାରେ ୧୨ ଘୋଡା

ସାଙ୍କେତିକ

ରଥଖଳାରୁ ….. ଉଠିଲା ଦୁଆରବନ୍ଧ, ରଙ୍ଗ ଅପେକ୍ଷାରେ ୧୨ ଘୋଡା
ପୁରୀ, ୧ ଜୁଲାଇ – ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଆଉ ମାତ୍ର ୨ଦିନ ପରେ ଅନୁଷ୍ଠିତ ହେବ । ରଥଯାତ୍ରାର ପୂର୍ବଦିନ ଉଭାଯାତ୍ରା ଅବସରରେ ତିନିରଥକୁ ସୁସଜ୍ଜିତ କରି ରଥଖଳାରୁ ସିଂହଦ୍ୱାର ସମ୍ମୁଖକୁ ନିଆଯିବ । ତେଣୁ ରଥ ନିର୍ମାଣ ଶେଷ କରିବା ପାଇଁ ଦିନରାତି ଏକ କରିଦେଇଛନ୍ତି ରଥ ସେବକ । ଭୋଇ ସେବାୟତଙ୍କ ଠାରୁ ଆରମ୍ଭ କରି ବିଶ୍ୱକର୍ମାଙ୍କ ପର୍ଯ୍ୟନ୍ତ ବିଭନ୍ନ ପ୍ରକାର ସେବାୟତ ରଥ ନିର୍ମାଣ ପାଇଁ ତତ୍ପର ହୋଇଉଠିଛନ୍ତି ।

ପ୍ରଶାସନଠାରୁ ଦେଢ଼ା ମଜୁରୀ ପାଇ ବିଭିନ୍ନ କାର୍ଯ୍ୟ କରୁଛନ୍ତି ଏହି ସେବାୟତମାନେ । ତିନି ରଥରେ ୨ଟି ଲେଖାଏଁ ଦ୍ୱାରବେଢା ଲଗାଯାଇଛି । ମଙ୍ଗଳବାର ଅନ୍ୟ ଦୁଇପାଶ୍ୱର୍ରେ ଦ୍ୱାର ବେଢା ଲଗାଯିବ । ଅନ୍ୟ ଦ୍ୱାରଗୁଡିକର ନିର୍ମାଣ ଶେଷ ହୋଇଥିଲେ ମଧ୍ୟ ତାହାକୁ ଚିତ୍ରିତ କରାଯାଉଛି । ତିନିରଥର ୧୨ଟି ଯାକ ଘୋଡ଼ା ଷ୍ଟାଣ୍ଡରେ ରଖାଯାଇଛି । ଆସନ୍ତାକାଲି ସେମାନଙ୍କୁ ରଙ୍ଗ କରାଯିବ । ରଥ ଉପର ପୋଟଳକାମ ଶେଷ ହୋଇ ଦଧିନଉତି ରଙ୍ଗ କରାଯାଉଛି । ରଥ ଉପରେ ଚତୁଃପାଶ୍ୱର୍ରେ ପଟା ବାଡିଆ କାମ ଶେଷ ହୋଇଛି । ପ୍ରଭା ନିର୍ମାଣ କାର୍ଯ୍ୟ ଶେଷ ହୋଇ ପ୍ରଭା ଉପରେ ଖୋଦେଇ କାର୍ଯ୍ୟ ଆଗେଇ ଚାଲିଛି । ପ୍ରଭା ଲଗାଯିବା ପରେ ସିଂହାସନ କାର୍ଯ୍ୟ ଆରମ୍ଭ କରାଯିବ ।

କମାରମାନେ କମାରଶାଳରେ ନୂତନ କଂଟା, ବଳା ଆଦି ନିର୍ମାଣ କରି ଯୋଗାଇ ଦେଉଛନ୍ତି । ଦରଜୀମାନେ ତିନିରଥରେ କନା ମଣ୍ଡଣି ପାଇଁ ସିଲେଇ କାର୍ଯ୍ୟରେ ଲାଗିପଡିଛନ୍ତି । ୩ ତାରିଖ ବୁଧବାର ଦିନ ରଥ ଆଜ୍ଞାମାଳ ବିଜେ ପରେ ରଥଖଳାରୁ ତିନିରଥ ଟଣା ଯାଇ ସିଂହଦ୍ୱାରରେ ଦଣ୍ଡାୟମାନ ହେବେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା