Connect with us

ଅପରାଧ

ଯନ୍ତୁମାନଙ୍କ ଆକ୍ରମଣରେ ଶୀକାର ହେଉଥିବା ବ୍ୟକ୍ତିଙ୍କ ପାଇଁ ଅନୁକମ୍ପା ରାଶି ବୃଦ୍ଧି

ସାଙ୍କେତିକ

ଯନ୍ତୁମାନଙ୍କ ଆକ୍ରମଣରେ ଶୀକାର ହେଉଥିବା ବ୍ୟକ୍ତିଙ୍କ ପାଇଁ ଅନୁକମ୍ପା ରାଶି ବୃଦ୍ଧି
ଭୁବନେଶ୍ୱର :- ଯନ୍ତୁ ମାନଙ୍କ ଆକ୍ରମଣରେ ଶୀକାର ହୋଇ ମୃତ୍ୟୁବରଣ କରୁଥିବା ବ୍ୟକ୍ତି ମାନଙ୍କ ପାଇଁ ଥିବା ଅନୁକମ୍ପା ମୂଳକ ସହାୟତା ରାଶି ୧ ଲକ୍ଷ ଟଙ୍କା ବୃଦ୍ଧି କରିବା ପାଇଁ ବନ ବିଭାଗ ପକ୍ଷରୁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ଏ ସମ୍ପର୍କରେ ସୂଚନା ଦେଇ ପିସିସିଏଫ୍ ସନ୍ଦୀପ୍ ତ୍ରିପାଠୀ ସୂଚନା ଦେଇ କହିଛନ୍ତି ଯେ, ବର୍ତମାନ ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ଏହି ଅନୁକମ୍ପା ମୂଳକ ସାହାଯ୍ୟ ୪ ଲକ୍ଷ ଟଙ୍କା ମିଳୁଛି । ଏହାକୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ପ୍ରସ୍ତାବରେ ଉଲ୍ଲେଖ କରାଯାଇଛି ।

ଅନ୍ୟପକ୍ଷରେ ସେ କହିଛନ୍ତି ଯେ, ଫସଲକୁ ରକ୍ଷା କରିବା ପାଇଁ ହାତୀ ମାନଙ୍କୁ ଘଉଡ଼ାଇବା ନିମନ୍ତେ ପଶ୍ଚିମ ବଙ୍ଗରୁ ଗଜ ଯାନ ଅଣାଯିବ । ଏଥିରେ ସାଇରନ୍ ଓ ଟ୍ରାଙ୍କୁଲାଇଜର ର ବ୍ୟବସ୍ଥା ରହିଛି । ଏହି ଯାନ ପ୍ରଚଣ୍ଡ ଶବ୍ଦ ସୃଷ୍ଟି କରିବ । ଯାହା ଫଳରେ ହାତୀମାନେ ପଳାଇଯିବାକୁ ବାଧ୍ୟ ହେବେ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ