Connect with us

ଓଡିଶା

ସୋମନାଥ ରାଉତରାୟ ଓଡିଶା ରାଜ୍ୟ ଜେଡିୟୁର ସାଧାରଣ ସମ୍ପାଦକ ଓ ଦଳୀୟ ପ୍ରବକ୍ତା ଭାବରେ ନିଯୁକ୍ତ

Pic-RE

ଶ୍ରୀ ସୋମନାଥ ରାଉତରାୟ ଓଡିଶା ରାଜ୍ୟ ଜେଡିୟୁର ସାଧାରଣ ସମ୍ପାଦକ ଓ ଦଳୀୟ ପ୍ରବକ୍ତା ଭାବରେ ନିଯୁକ୍ତ

ଭୁବନେଶ୍ୱର :- ଓଡିଶା ରାଜ୍ୟ ଜେଡିୟୁର ସାଧାରଣ ସମ୍ପାଦକ ଓ ଦଳୀୟ ପ୍ରବକ୍ତା ଭାବରେ ସୋମନାଥ ରାଉତରାୟଙ୍କୁ ନିଯୁକ୍ତି ଦିଆଯାଇଛି  l ଶ୍ରୀ ରାଉତରାୟଙ୍କ ନିଯୁକ୍ତି ସୂଚନା ଆଜି ଭୁବନେଶ୍ୱର ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଜେଡିୟୁର କେନ୍ଦ୍ରୀୟ ସାଧାରଣ ସମ୍ପାଦକ ତଥା ଓଡିଶା ପ୍ରଭାରୀ ମୌଲାନା ଗୁଲାମ ରସୁଲ ବଳିଆବି ଘୋଷଣା କରିବା ସହିତ ଶ୍ରୀ ରାଉତରାୟଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ l

ଏଠାରେ ଉଲ୍ଲେଖଯୋଗ୍ୟଯେ ,ଶ୍ରୀ ରାଉତରାୟ ଏହା ପୂର୍ବରୁ ଓଡିଶା ରାଜ୍ୟ ଜେଡିୟୁର ସଦସ୍ୟତା ସଂଗ୍ରହ ଅଭିଯାନର ମୁଖ୍ୟ ଥିଲେ l ସାମ୍ବାଦିକ ସମିଳନୀରେ ଗୁଲାମ ରସୁଲ ବଳିୟାବୀ ପ୍ରକାଶ କରିଥିଲେଯେ, ଓଡ଼ିଶାରେ ନିର୍ବାଚନ ଲଢ଼ିବାର ସମ୍ଭାବନା ଅଛି ନା ନାହିଁ ତାହା ତୃଣମୂଳ ସ୍ତରରୁ ଅନୁଧ୍ୟାନ କରାଯାଉଛି କିଛିଦିନପରେ ଏହାର ସ୍ପଷ୍ଟ ରୂପରେଖ ଜଣାପଡ଼ିଯିବ l କେନ୍ଦ୍ରରେ ବିଜେପି ପ୍ରାୟୋଜିତ ତିନ ତଲାକ ବିଲକୁ ଜେଡିୟୁ ବିରୋଧ କରୁଛି ଓ ଆଗକୁ ମଧ୍ୟ ବିରୋଧ ଜାରି ରଖିବ l ସେ ସିଧା ସଳଖ ବିଜେପିର ଅଣରାଜନୈତିକ ମନୋଭାବ କୁ ନାପସନ୍ଦ କରି କହିଥିଲେଯେ, ନିର୍ବାଚିତ ସରକାର ଦେଶର ବିକାଶ ଓ ଲୋକଙ୍କ ଉନ୍ନତି ପାଇଁ ଯତ୍ନବାନ ହେବା ଆବଶ୍ୟକ କିନ୍ତୁ ଦୁଖରକଥା ସରକାର ବିବାହ,ତଲାକ ,ମନ୍ଦିର ,ତଥା ଅନ୍ୟ ଅଣରାଜନୈତିକ ମାମଲାଗୁଡ଼ିକୁ ଉତଥାପାନ କରି ଏକ ଖରାପ ପରଂପରା ସୃଷ୍ଟି କରିବାସହିତ ସମାଜରେ ବିଶୃଙ୍ଖଳା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି.lଏହା ଗ୍ରହଣୀୟ ନୁହିଁ l

ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତର ଦେଇ କହିଲେଯେ , ଜେଡିୟୁର ମେଣ୍ଟ ବିଜେପି ସହିତ କେବଳ ବିହାର ରାଜ୍ୟରେ ସୀମିତ ଅଛି  l ଓଡ଼ିଶାରେ ମେଣ୍ଟ ନାହିଁ ତେଣୁ ଆମେ ଏଠି ନିଜର କର୍ମୀ ତଥା ସ୍ଥାନୀୟ ସମସ୍ୟାକୁ ନେଇ ଲଢେଇ କରିବୁ l ରାଜ୍ୟରେ ଦଳୀୟ ଆଭିମୁଖ୍ୟକୁ ଗଣମାଧ୍ୟମ ଓ କର୍ମୀମାନଙ୍କ ମଧ୍ୟରେ ଉପସ୍ଥାପନ କରିବାର ଦାୟିତ୍ୱ ଶ୍ରୀ ରାଉତରାୟଙ୍କ ନ୍ୟସ୍ତ କରଯାଇଛି ବୋଲି ସ୍ପଷ୍ଟ କରିଥିଲେ l ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣସମ୍ପାଦକ ତଥା ପ୍ରବକ୍ତା ଶ୍ରୀ ସୋମନାଥ ରାଉତରାୟ ଉପସ୍ଥିତ ଥିଲେ  l

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା