Connect with us

ଓଡିଶା

ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ପାଇଁ ଭିଡ଼

ସାଙ୍କେତିକ

ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଶୁଭେଚ୍ଛା ପାଇଁ ଭିଡ଼
ଭୁବନେଶ୍ୱର:– ଆଜି ନବ ବର୍ଷର ପ୍ରଥମ ସନ୍ଧ୍ୟାରେ ସଚିବାଳୟଠାରେ ବିଧାୟକ ଓ ମନ୍ତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ପୁଷ୍ପଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇଥିଲା ବେଳେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ଉନ୍ନୟନ କମିଶନର ଅସିତ୍ ତ୍ରିପାଠୀ, ସ୍ୱରାଷ୍ଟ୍ର ସଚିବଙ୍କ ସମତେ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ ଓ ସଚିବ ମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ତାଙ୍କ ଦୀର୍ଘ ଜୀବନ କାମନା କରିବା ସହ ନବ ବର୍ଷର ଶୁଭେଚ୍ଛା ଜଣାଇଥିଲେ । ପରେ ସଚିବାଳୟ କର୍ମଚାରୀ ସଂଘର କର୍ମକର୍ତାଙ୍କ ସମେତ ସାଧାରଣ କର୍ମଚାରୀମାନେ ଅନୁରୂପ ଭାବେ ମୁଖ୍ୟମନ୍ତ୍ରୀଙ୍କୁ ସଚିବାଳୟ ପ୍ରବେଶ ଦ୍ୱାରରେ ପୁଷ୍ପ ଗୁଚ୍ଛରେ ପୋତି ପକାଇଥିଲେ ଏବଂ ସଚିବାଳୟର କ୍ୟାଡ଼ର ପରିବର୍ତନ କରିବା ସହ ଅନୁଶାସନ ସଚିବ ପଦବୀ ସୃଷ୍ଟି କରିଥିବାରୁ ମୁଖ୍ୟନ୍ତ୍ରୀଙ୍କୁ ଅଶେଷ ଧନ୍ୟବାଦ ଦେଇଥିଲେ ।

ଅପରପକ୍ଷରେ ମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ସେମାନଙ୍କ କରିଡ଼ରରେ ପ୍ରବଳ ଭିଡ଼ ରହିଥିବାର ଲକ୍ଷ ହୋଇଥିଲା । । ସେହିପରି ବିଶ୍ୱ ବିଦ୍ୟାଳୟର କୂଳପତି ଏବଂ ବିଭିନ୍ନ ବିଭାଗର ଡିନ୍, ପୋଲିସ କମିଶନରେଟ କାର୍ଯ୍ୟାଳୟ ଏବଂ ମୁଖ୍ୟ ଦପ୍ତର କାର୍ଯ୍ୟାଳୟର ବିଭିନ୍ନ ନିର୍ଦ୍ଦେଶକ ମାନଙ୍କର କରିଡରରେ ଶୁଭେଚ୍ଛା ଜଣାଇବା ପାଇଁ ପ୍ରବଳ ଭିଡ଼ ଦେଖାଦେଇଥିଲା । କୁଳପତି ଓ ଡିନ୍ ମାନଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଅଧ୍ୟାପକ ଏବଂ ଛାତ୍ର ଛାତ୍ରୀ ମାନଙ୍କର ଭିଡ଼ ହୋଇଥିଲା ବେଳେ ପୋଲିସ କମିଶନରେଟରେ ହୋମଗାର୍ଡ଼ ଠାରୁ ଆରମ୍ଭ କରି ଥାନା ଅଧିକାରୀ ମାନଙ୍କର ଭିଡ଼ ହୋଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା