Connect with us

ଅପରାଧ

ମ୍ୟାଜିକ ପେନରେ ଠକେଇ ବଢ଼ିଲା ,ଜନସଚେତନତା ନାହିଁ

ସାଙ୍କେତିକ ଚିତ୍ର

ମ୍ୟାଜିକ ପେନରେ ଠକେଇ ବଢ଼ିଲା ,ଜନସଚେତନତା ନାହିଁ
ଭୁବନେଶ୍ବର: ମ୍ୟାଜିକ ପେନ୍ ମାଧ୍ୟମରେ ଠକେଇ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ଇନ୍ସପେକ୍ଟର ଦୟାନିଧି ନାୟକ । ତଦନ୍ତ ଆରମ୍ଭ ହେଉ ହେଉ ଖଣ୍ଡଗିରି ଥାନା ଅଧୀନ ଆଇଗିଣିଆ ଅଂଚଳର ଆଉ ଜଣେ ରଶ୍ମିତା ରାଜୁ ନାମ୍ନୀ ମହିଳା ଏଭଳି ଠକେଇର ଶିକାର ହୋଇଛନ୍ତି । ସମାନ ଢଙ୍ଗରେ ୨୨ ହଜାର ଟଙ୍କା ମ୍ୟାଜିକ ପେନ ସହାୟତାରେ ଠକେଇ ହୋଇଛି । ରଶ୍ମିତା ରାଜୁଙ୍କୁ ଜଣେ ଠକ ୨ ଲକ୍ଷ ଟଙ୍କା ଋଣ କରାଇ ଦେବାକୁ କହି ଆଧାର କାର୍ଡ, ପାନକାର୍ଡ ଆଦି ନେବା ସହିତ ଏକ କ୍ୟାନ୍ସେଲ ଚେକ ନେଇଥିଲା । ରଶ୍ମିତାଙ୍କ ଠାରୁ ୪ଟି କ୍ୟାନ୍ସେଲ୍ ଚେକ ନେଇ ଠକ ଜଣକ ଋଣ ପାଇଁ କୋର୍ଟ ଆଫିଡେଭିଟ୍ ଦରକାର ବୋଲି କହି ସେଠାରୁ ଚାଲିଯାଇଥିଲା । ଏହାର କିଛି ସମୟ ପରେ ରଶ୍ମିତାଙ୍କ ମୋବାଇଲକୁ ବ୍ୟାଙ୍କ ଆକାଉଣ୍ଟରୁ ୨୨ ହଜାର ଟଙ୍କା ଉଠି ଯାଇଥିବା ନେଇ ଏକ ଏସ୍ଏମ୍ଏସ୍ ଆସିଥିଲା । ଏ ନେଇ ରଶ୍ମିତା ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ ।

ଏହା ଏକ ନୂଆ ପ୍ରକାର ଠକେଇ ହୋଇଥିବାରୁ ପୋଲିସକୁ ମଧ୍ୟ ବିଭିନ୍ନ ଦିଗକୁ ନେଇ ତଦନ୍ତ କରୁଛି । ଏହା ପୂର୍ବରୁ ଜଗନ୍ନାଥ ଗ୍ରାଫିକ୍ସର ମାଲିକ ରଂଜନ କୁମାର ମଲ୍ଲଙ୍କ ୧.୫ ଲକ୍ଷ ଟଙ୍କା ମଧ୍ୟ ସମାନ ଢଙ୍ଗରେ ଠକେଇ ହୋଇଥିଲା । ଶ୍ରୀ ନାୟକ ଓ ତାଙ୍କ ଟିମ୍ ବମିଖାଲ ଛକରେ ଥିବା ଆଇଡିବିଆଇ ବ୍ୟାଙ୍କ ଓ ବାଣୀବିହାର ସତସଙ୍ଗ ମନ୍ଦିର କାର୍ଯ୍ୟାଳୟ ନିକଟରେ ଥିବା ଆୟକର କାର୍ଯ୍ୟାଳୟ ଓ ଆଇଡିବିଆଇ ବ୍ୟାଙ୍କକୁ ଯାଇ ସେଠାରେ ଲାଗିଥିବା ସିସିଟିଭି ଫୁଟେଜକୁ ନେଇ ଛାନଭିନ ଆରମ୍ଭ କରିବା ସହିତ ଠକର ପ୍ୟାନକାର୍ଡ ଯାଞ୍ଚ କରିସାରିଛନ୍ତି । ଠକ ମାନେ ପେସାଦାର ବୋଲି ପୋଲିସ ଜାଣିବାକୁ ପାଇଛି । ସେମାନେ ସଂଗଠିତ ହୋଇ ଋଣ ଦେବା ନାଁରେ କାଗଜପତ୍ର ସଂଗ୍ରହ କରିବା ସହିତ କ୍ୟାନସେଲ ଚେକ ମ୍ୟାଜିକ ପେନରେ ଲେଖେଇନେଇ ପରବର୍ତୀ ସମୟରେ ତାକୁ ଲିଭାଇ ବ୍ୟାଙ୍କରୁ ଟଙ୍କା ଉଠାଇ ନେଉଛନ୍ତି ।

ଏଠାରେ ଉଲ୍ଲେଖଯୋଗ୍ୟଯେ , ଏହି ଠକ ଗ୍ୟାଙ୍ଗ ପ୍ରଥମେ ଆସାମ ଓ ତା’ପରେ କୋଲକାତା ଏବଂ ଏବେ ଭୁବନେଶ୍ବରରେ ଠକେଇ ଆରମ୍ଭ କରିଛନ୍ତି । ପୁଲିିସ ଜବତ କରିଥିବା ପ୍ୟାନକାର୍ଡର ତଥ୍ୟ ଅନୁସାରେ ସେମାନଙ୍କର ଘର ପଶ୍ଚିମବଙ୍ଗର ୨୪ପ୍ରଗଣା କାଚେରା ବଜାରରେ ବୋଲି ଜଣାପଡିଛି । ଖୁବଶୀଘ୍ର କମିସନରେଟ୍ ପୁଲିସର ଏକ ଟିମ୍ ତଦନ୍ତ ପାଇଁ ପଶ୍ଚିମବଙ୍ଗ, ଆସାମ ଯିବାର ଯୋଜନା କରିଛି । ଯଦି ପ୍ୟାନ କାର୍ଡ଼ର ତଥ୍ୟ ଜାଲ ଥାଏ ତେବେ ପୋଲିସର ତଦନ୍ତ କଷ୍ଟକର ହେବ । ପ୍ୟାନକାର୍ଡ ର ତଥ୍ୟ ଜାଲ ହୋଇଥାଇପାରେ କାରଣ ଯଦି ଠିକ ଥାନ୍ତା ତେବେ ଆସାମ ଓ କୋଲକାତା ପୋଲିସ ସେମାନଙ୍କୁ ଗିରଫ କରିସାରନ୍ତେଣି ।

ପୋଲିସ ଗଣମାଧ୍ୟମ ଜରିଆରେ ଜନସଧାରଙ୍କୁ ଅନୁରୋଧ କରିଛିଯେ , କୌଣସି ଅପରିଚିତ ବ୍ୟକ୍ତି ଋଣ କରାଇ ଦେବାକୁ କହିଲେ ପ୍ରଥମେ ତାଙ୍କୁ ଆଦୌ ବିଶ୍ବାସ କରନ୍ତୁ ନାହିଁ । ସେମାନଙ୍କୁ ଆପଣଙ୍କର କୌଣସି ଅଧାରକାର୍ଡ, ପ୍ୟାନକାର୍ଡ, ଏଟିଏମ ନମ୍ବର ଦିଅନ୍ତୁ ନାହିଁ । ଏପରିକି କୌଣସି ଅଜଣା ବ୍ୟକ୍ତିଙ୍କୁ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କରେ କିଛି ବି ସୂଚନା ଦିଅନ୍ତୁ ନାହିଁ । ଚେକ୍ ଦେବାବେଳେ କେବଳ ନିଜ ପେନରେହିଁ ଚେକ୍ ପୂରଣ କରନ୍ତୁ । କେହି ଅଜଣା ବ୍ୟକ୍ତି ଋଣ କରାଇ ଦେବାକୁ କହି ଆପଣଙ୍କ ପାଖକୁ ଆସିଲେ ତାର ଫୋଟା ମୋବାଇଲରେ ଉଠାଇବା ସହିତ ଗତିବିଧି ସନ୍ଦେହଜନକ ହେଲେ ତୁରନ୍ତ ପୁଲିସକୁ ଖବର ଦିଅନ୍ତୁ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ