Connect with us

ଅପରାଧ

ହାଇୱେ-ଇନ ହୋଟେଲରେ ମହିଳାଙ୍କୁ ହତ୍ୟା ଘଟଣା :- ଜଣେ ପେଷାଦାର ହତ୍ୟାକାରୀ

ସାଙ୍କେତିକ ଚିତ୍ର

ହାଇୱେ-ଇନ ହୋଟେଲରେ ମହିଳାଙ୍କୁ ହତ୍ୟା ଘଟଣା :- ଜଣେ ପେଷାଦାର ହତ୍ୟାକାରୀ

ଭୁବନେଶ୍ବର: ମଞ୍ଚେଶ୍ବର ଥାନା ଅଧୀନ ହାଇୱେ-ଇନ୍ ହୋଟେଲର ରୁମ୍ ନମ୍ବର ୧୨୧ରେ ଲକ୍ଷ୍ମୀପ୍ରିୟା ବିଶ୍ବାଳ ନାମ୍ନୀ ସ୍ବାମୀ ପରିତ୍ୟକ୍ତା ମହିଳାଙ୍କ ହତ୍ୟା ଘଟଣାରେ କମିସନରେଟ୍ ପୋଲିସ ହତ୍ୟାକାରୀକୁ ଚିହ୍ନଟ କରିଛି । ହତ୍ୟାକାରୀ ସମ୍ପର୍କରେ ପୋଲିସକୁ ଯେଉଁ ସୂଚନା ମିଳିଛି ସେଥିରେ ହତ୍ୟାକାରୀର ଅପରାଧ ରେକର୍ଡ ଅଭୂତପୂର୍ବ । ପୋଲିସ ରେକର୍ଡ ଅନୁସାରେ ହତ୍ୟାକାରୀ ଜଣେ ନିଷ୍ଠୁର ପିତୃ ମାତୃହନ୍ତା ଅପରାଧୀ,ଯାହାର ଅପରାଧ ମଧ୍ୟ ଲୋମଟାଙ୍କୁରା । କାରଣ ଏହି ନିଷ୍ଠୁର ହତ୍ୟାକାରୀ ଜଣକ ପୂର୍ବରୁ ନିଜ ବାପା ଓ ମା’ଙ୍କୁ ହତ୍ୟା କରି ଦୀର୍ଘ ଦିନ ପର୍ଯ୍ୟନ୍ତ ଝାରପଡ଼ା ଜେଲରେ ଆଜୀବନ କଏଦୀ ଭାବେ ସଜ୍ଜା କାଟୁଥିଲା ।

ସୂଚନାଅନୁସାରେ ହତ୍ୟାକାରୀର ନାମ ଶାରଦା ପ୍ରସାଦ ସେଠୀ ଓରଫ ‘ଲିଟୁ’ । ଘର କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅଧୀନ ପଳସୁଦାରେ । ଏଠାରେ ସେ ଖଣ୍ଡଗିରି ଥାନା ଅଧୀନ ଶ୍ୟାମପୁରରେ ରହୁଥିଲା । ଲିଟୁ ୨୦୦୯ ନଭେମ୍ବର ମାସ ୨୦ ତାରିଖରେ ବାପା ଅଭୟ କୁମାର ସେଠୀ ଓ ନିଜ ମାଙ୍କୁ କେତେକ ସହଯୋଗୀଙ୍କ ସହିତ ମିଶି ହତ୍ୟା କରିଥିଲା । ଲିଟୁ ସେତେବେଳେ ଯେଉଁ ଯୁବତୀଙ୍କୁ ପ୍ରେମ କରୁଥିଲା ତାକୁ ବାପା ମା’ ବିରୋଧ କରିବାରୁ ସେ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଭିଆଇ ଫେରାର ହୋଇଯାଇଥିଲାବେଳେ ଖଣ୍ଡଗିରି ଥାନା ପୋଲିସ ଲିଟୁର ସହଯୋଗୀଙ୍କୁ ଗିରଫ କରିଥିଲା ।

ଉକ୍ତ ଘଟଣାର ଦୁଇ ସପ୍ତାହ ପରେ ପୋଲିସ ତାକୁ ସୁଦୂର କାଶ୍ମୀରରୁ ଗିରଫ କରିବାକୁ ସକ୍ଷମ ହୋଇଥିଲା । ଏହି ହତ୍ୟାକାଣ୍ଡ ମାମଲାରେ ଲିଟୁ ଦୋଷୀ ସାବ୍ୟସ୍ତ ହୋଇ ଝାରପଡ଼ା ଜେଲରେ ସଜ୍ଜା କାଟୁଥିବା ଅବସ୍ଥାରେ ଗତବର୍ଷ ନଭେମ୍ବର ମାସ ୨୮ ତାରିଖରେ ସେ ଦୁଇ ସପ୍ତାହ ଲାଗି ପାରୋଲରେ ଯାଇ ଆଉ ଫେରି ନ ଥିଲା । ଏ ନେଇ ଝାରପଡ଼ା ଜେଲ କର୍ତୃପକ୍ଷ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ମଧ୍ୟ କରିଥିଲେ । ପାରୋଲରେ ଆସିବାପରେ ଲକ୍ଷ୍ମୀପ୍ରିୟାଙ୍କ ସହିତ ପରିଚୟ ହୋଇ ପ୍ରେମ ସମ୍ପର୍କରେ ପରିଣତ ହୋଇଥିଲା । ଏହାଦ୍ୱାରା ଲକ୍ଷ୍ମୀପ୍ରିୟା ଗର୍ଭବତୀ ହୋଇ ଲିଟୁକୁ ବିବାହ କରିବାକୁ ଜିଦ ଧରିଥିଲେ । ଏହି କାରଣରୁ ଲିଟୁ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରିଛି ବୋଲି ତଦନ୍ତକାରୀ ଅଫିସର ଜାଣିବାକୁ ପାଇଛନ୍ତି ।

ଆଶ୍ଚର୍ଯ୍ୟ ଜନକ ଘଟଣା ହଉଛିଯେ, ପୋଲିସ ପାଖରେ ଜଣେ ଦୁର୍ଦ୍ଧାନ୍ତ ଅପରାଧୀ ଫେରାର ହୋଇଯିବାର ସୂଚନା ଥିଲେହିଁ ପୋଲିସ ତାକୁ ଧରିବାକୁ କୌଣସି ଯୋଜନା କରିନଥିଲା କାରଣ , ଗତ ଅଗଷ୍ଟ ମାସ ୨୫ ତାରିଖ ସକାଳୁ ମଞ୍ଚେଶ୍ବର ଥାନା ପୋଲିସ ଲକ୍ଷ୍ମୀପ୍ରିୟାଙ୍କ ରକ୍ତାକ୍ତ ମୃତଦେହ ଜବତ କରି ରକ୍ତ ଭିଜା କପଡ଼ା, ଲୁହାରଡ୍, ମୋବାଇଲ୍ ଫୋନ୍ ଓ ଆଧାରକାର୍ଡ ଆଦି ଜବତ କରିଥିଲା । ହତ୍ୟା ଘଟଣାର ତଦନ୍ତରେ ମୋବାଇଲ ଫୋନ୍ ଓ ଆଧାରକାର୍ଡ ସୁରାକ ଯୋଗାଇ ଦେବ ବୋଲି ପୁଲିସ ନିଶ୍ଚିତ ହୋଇ ଯାଇଥିଲା । ଯାଞ୍ଚବେଳେ ଅଧାରକାର୍ଡରେ ଆଦିତ୍ୟ ମହାପାତ୍ରଙ୍କ ନାମ ଲେଖାଥିଲା । କିନ୍ତୁ ଆଦିତ୍ୟ ମହାପାତ୍ର ଜଣେ ପୁରୁଷ ହୋଇଥିଲେ ମଧ୍ୟ ଆଧାରକାର୍ଡରେ ପତି ଭୃଗୁନାଥ ମହାପାତ୍ର ଓ ଆଦିତ୍ୟ ମହାପାତ୍ର ଜଣେ ମହିଳା ବୋଲି ଉଲ୍ଲେଖଥିବା ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଥିଲେ ମଧ୍ୟ ପୋଲିସ ସେହି ଠିକଣାରେ ପହଞ୍ଚିଥିଲା ଓ ଆଦିତ୍ୟ ମହାପାତ୍ର ନାମକ ଯୁବକ ସେହି ସାହିରେ ରହୁ ନ ଥିବା ସ୍ପଷ୍ଟ ହୋଇଯାଇଥିଲା ।

ପୋଲିସ ଆଧାର କାର୍ଡ ର ନମ୍ବର କୁ ନେଇ ତଦନ୍ତ କଲେ ମଧ୍ୟ ଜାଣିପାରିଥାନ୍ତା ତାହା ଜାଲ ଓ ନକଲି ବୋଲି କିନ୍ତୁ ପୋଲିସ ଏହା ନକରି ସମୟ ନଷ୍ଟ କରିବାକୁ ଲାଗିଲା । ପରେ ପୁଲିସ ସେହି ଆଧାରକାର୍ଡରେ ଲାଗିଥିବା ଫଟୋକୁ ସାରା ରାଜ୍ୟର ପୁଲିସ ଷ୍ଟେସନ୍ ଓ ସମସ୍ତ ଜେଲକୁ ପଠାଇଥିଲା ଚିହ୍ନଟ ପାଇଁ । ଏହି କାର୍ଯ୍ୟକୁ ଯଦି ପୋଲିସ ପ୍ରଥମରୁ କରିଥାନ୍ତା କିମ୍ବା ଲିଟୁର ପାରୋଲରେ ଆସି ଫେରାର ହେବାର ତଦନ୍ତ କରିଥାନ୍ତା ତେବେ ଲିଟୁର ଚେହେରା ବିଷୟରେ ସମସ୍ତେ ଜାଣିଥାନ୍ତେ ଓ ପୋଲିସକୁ ଏତେ ସମୟ ଅପଚୟ କରିବାକୁ ପଡ଼ିନଥାନ୍ତା । ସେହି ଫଟୋକୁ ଝାରପଡ଼ା ଜେଲରେ ସଜ୍ଜା କାଟୁଥିବା ଜଣେ ପୁରୁଣା ହତ୍ୟାକାରୀ ଚିହ୍ନଟ କରିବରୁ ପୁଲିସ ଜାଣିବାକୁ ପାଇଛି କି ସେହି ଫଟୋଟି ହେଉଛି ଲିଟୁର । କିନ୍ତୁ ପୋଲିସ ଏଯାଏ ହତ୍ୟାକାରୀ ଲିଟୁକୁ ଗିରଫ କରିବାରେ ସକ୍ଷମ ହୋଇ ପାରିନାହିଁ ।

ହତ୍ୟା ଘଟଣାକୁ ସାଢ଼େ ୪ ମାସ ବିତି ଗଲାଣି । ପୁଲିସ ଯେଉଁ ଢଙ୍ଗରେ ତଦନ୍ତ ଆରମ୍ଭ କରିବା କଥା ତାହା ନ କରିବାରୁ ହତ୍ୟାକାରୀକୁ ଠାବ କରିବା ଏକ ପ୍ରକାର କଷ୍ଟକର ବ୍ୟାପାର ହୋଇ ପଡ଼ିଛି । ଅପରାଧୀ ପୁଣି ଏକ ଅପରାଧ ଘଟାଇବାପାଇଁ ଯୋଜନା ଯେ କରୁନଥିବ ତାହା କିଏ କହିବ ? ସେହିପରି ଆଧାରକାର୍ଡରେ ତ୍ରୁଟି ଥିଲେ ମଧ୍ୟ ହୋଟେଲ କର୍ତୃପକ୍ଷ କାର୍ଡ ନମ୍ବରକୁ ନେଇ ଯାଞ୍ଚ କରିବାରଥିଲା । ହୋଟେଲରେ ସିସିଟିଭି ମଧ୍ୟ ନ ଥିଲା ।

ଏଠାରେ ଉଲ୍ଲେଖଯୋଗ୍ୟଯେ, ଲକ୍ଷ୍ମୀପ୍ରିୟା ବିଶ୍ବାଳ ଜଣେ ସ୍ବାମୀ ପରିତ୍ୟକ୍ତା ମହିଳା ଥିଲେ । ୨୦୦୪ ମସିହାରେ ଗଡ଼ ଖୋର୍ଧାର ଅକ୍ଷୟ ବିଶ୍ବାଳଙ୍କ ସହିତ ତାଙ୍କର ବିବାହ ହୋଇଥିଲା । ତାଙ୍କର ଦୁଇ ପୁଅ ଥିବାବେଳେ ବିବାହର କିଛି ବର୍ଷ ପରେ ଦୁହିଁଙ୍କ ମଧ୍ୟରେ ମନାନ୍ତର ଘଟିଥିଲା । ଏହି ବାଦ ବିବାଦକୁ ନେଇ ଭୁବନେଶ୍ବର ମହିଳା ଥାନାରେ ମାମଲା ମଧ୍ୟ ରୁଜୁ ହୋଇଥିଲା । ଏହି କାରଣରୁ ଲକ୍ଷ୍ମୀପ୍ରିୟା ଭୁବନେଶ୍ବର ଚାଲିଆସି ଭିଣୋଇ ସୁଶାନ୍ତ ପାଣିଙ୍କ ପାଖରେ ରହୁଥିଲେ । ଲିଟୁ ପାରୋଲରେ ଆସି ଲକ୍ଷ୍ମୀପ୍ରିୟାଙ୍କ ସହିତ ସମ୍ପର୍କ ଆରମ୍ଭ କରିଥିଲା ।

ଅଗଷ୍ଟ ୨୨ ତାରିଖରେ ଲକ୍ଷ୍ମୀପ୍ରିୟା ସପି˚ କରିବାକୁ ଯାଉଛି ବୋଲି ଭଉଣୀ, ଭିଣୋଇକୁ କହି ଘରୁ ବାହାରକୁ ଆସିଥିଲେ ମଧ୍ୟ ଘରକୁ ଫେରିନଥିଲେ । ୨୫ ତାରିଖ ସକାଳୁ ମଞ୍ଚେଶ୍ବର ଥାନା ପୁଲିସ ଲକ୍ଷ୍ମୀପ୍ରିୟାଙ୍କ ରକ୍ତାକ୍ତ ମୃତଦେହକୁ ହୋଟେଲର ରୁମ ନଂ ୧୨୧ ଭିତରୁ ଜବତ କରିଥିଲେ ମଧ୍ୟ ପୋଲିସ ଏଯାଏ ହୋଟେଲ ମାଲିକଙ୍କ ଉପରେ କୌଣସି ଆଖି ଦୃଶିଆ କାର୍ଯାନୁଷ୍ଠାନ ମଧ୍ୟ ଗ୍ରହଣ କରିନାହିଁ । ଫଳରେ ପୋଲିସ ଭୂମିକାକୁ ନେଇ ଜନସାଧାରଣଙ୍କ ମନରେ ସନ୍ଦେହ ଦେଖାଦେଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ