Connect with us

ଆଞ୍ଚଳିକ

ମୋ ସରକାରର ଶୁଭାରମ୍ଭ : ରୋଗୀଙ୍କ ସହ କଥା ହେଲେ ସ୍ୱାସ୍ଥ୍ୟ ସଚିବ

ସାଙ୍କେତିକ

ମୋ ସରକାରର ଶୁଭାରମ୍ଭ : ରୋଗୀଙ୍କ ସହ କଥା ହେଲେ ସ୍ୱାସ୍ଥ୍ୟ ସଚିବ
ଭୁବନେଶ୍ୱର, ୦୨ ଅକ୍ଟୋବର – ଡାକ୍ତରଖାନା ଗୁଡିକରେ ରୋଗୀ କିଭଳି ସେବା ପାଇବେ ସେ ସଂକ୍ରାନ୍ତରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦା ମଧ୍ୟ ନିଜେ ଟେଲିଫୋନ୍ କରି ଲୋକଙ୍କୁ ସୂଚନା ଦେଇଛନ୍ତି ।

ଡାକ୍ତର ମେହେର୍ଦ୍ଦା ଆଜି ସିଧାସଳଖ ଫୋନ୍ କରି କେତେକ ରୋଗୀଙ୍କ ସହ କଥାହେବା ସମୟରେ ଡାକ୍ତରଖାନାରେ ସେମାନେ କିଭଳି ବ୍ୟବହାର ପାଇବେ, ଡାକ୍ତରମାନେ କିଭଳି ଚିକିତ୍ସା କରିବେ ତାହା ବୁଝାଇଥିଲେ । ସେହିଭଳି ଡାକ୍ତରମାନେ ଲୋକଙ୍କୁ ହଇରାଣ କରିବେ ନାହିଁ କିମ୍ବା ଲାଂଚ ମାଗିବେ ନାହିଁ, ଔଷଧ ଓ ବିଭିନ୍ନ ପ୍ରକାର ପରୀକ୍ଷା ନିରୀକ୍ଷା ସବୁ ମାଗଣାରେ ହେବ । କୌଣସି ରେରାଗୀଙ୍କୁ ଘରୋଇ ଡାକ୍ତରଖାନା, ଘରୋଇ ଔଷଧ ଦୋକାନ କିମ୍ବା ଘରୋଇ ନିଦାନକେନ୍ଦ୍ର ଆଦିକୁ ଯିବାପାଇଁ କେହି ବାଧ୍ୟ କରିପାରିବେ ନାହିଁ ବୋଲି ସ୍ୱାସ୍ଥ୍ୟ ସଚିବ ସୂଚନା ଦେଇଥିଲେ ।

ଉଲ୍ଲେଖନୀୟ ଯେ ଆଜି ଠାରୁ ରାଜ୍ୟର ୨୧ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ୩ଟି ସରକାରୀ ମେଡିକାଲ କଲେଜ ଯଥା କଟକ ସ୍ଥିତ ଏସସିବି, ବ୍ରହ୍ମପୁର ସ୍ଥିତ ଏମକେସିଜି ଏବଂ ବୁର୍ଲା ସ୍ଥିତ ଭିମସାରରେ ମୋ ସରକାର ଯୋଜନା ଆରମ୍ଭ କରାଯାଇଛି । ଚଳିତମାସ ୩୦ ତାରିଖ ସୁଦ୍ଧା ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଏହା ସମ୍ପ୍ରସାରିତ ହେବ । ଲୋକଙ୍କ ମତାମତ ଆଧାରରେ ଡାକ୍ତର ଓ କର୍ମଚାରୀମାନଙ୍କୁ ପଦୋନ୍ନତି ଓ କାର୍ଯ୍ୟାନୁଷ୍ଠାନର ବ୍ୟବସ୍ଥା ଥିବାରୁ ଡାକ୍ତରଖାନା ଗୁଡିକରେ ଯେଭଳି ସଫଳତାର ସହ ମୋ ସରକାର ଯୋଜନା କାର୍ଯ୍ୟକାରୀ ହେବ ତାହା ଉପରେ ଡାକ୍ତର ମେହେର୍ଦ୍ଦା ଗୁରୁତ୍ୱ ଆରୋପ କରିଛନ୍ତି । ଏଥିପାଇଁ ସିଡିଏମଓମାନେ ସଜାଗ ରହିବାକୁ ଡାକ୍ତର ମେହେର୍ଦ୍ଦା ନିର୍ଦ୍ଦେଶ ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ