Connect with us

ଆଞ୍ଚଳିକ

ଜୟପୁର ପ୍ରାଣୀ ଚିକିତ୍ସାଳୟ ପରସରରେ ଓଫୋଲଫେଡ ଚିକେନଫ୍ରେଶ ଉଦଘାଟନ

ସାଙ୍କେତିକ

ଜୟପୁର ପ୍ରାଣୀ ଚିକିତ୍ସାଳୟ ପରସରରେ ଓଫୋଲଫେଡ ଚିକେନଫ୍ରେଶ ଉଦଘାଟନ
ଜୟପୁର, ୦୧ ଅକ୍ଟୋବର – ଜୟପୁର ପ୍ରାଣୀ ଚିକିତ୍ସାଳୟ ପରସରରେ ସରକାର ଏବଂ ଘରୋଇ ଭାଗିଦାରୀ ବା ପିପିପି ମୋଡରେ ଓଫୋଲଫେଡ ଚିକେନଫ୍ରେଶକୁ ଉଦଘାଟନ କରାଯାଇଛି । ଜୟପୁର ବିଧାୟକ ତାରାପ୍ରସାଦ ବାହିନିପତୀ ଏହାକୁ ଉଦଘାଟନ କରିଛନ୍ତି । ମହିଳା ଉଦ୍ୟୋଗୀ ସୟଦ ରେଶମାଙ୍କ ଦ୍ୱାରା ଖୋଲାଯାଇଥିବା ଏହି ଓପୋଲଫେଡ ଚିକେନଫ୍ରେସରେ ଦୈନିକ ଦୁଇ ହଜାର କୁକୁଡା ବୈଜ୍ଞାନିକ ପଦ୍ଧତୀରେ ପ୍ରକ୍ରିୟାକରଣ କରାଯାଇ ପାରିବ । ଏହାଫଳରେ ସ୍ଥନୀୟ ଖାଉଟିମାନେ ସ୍ୱଳ୍ପ ସମୟ ମଧ୍ୟରେ ରକ୍ତଛିଟା ବିହୀନ ସୁସ୍ୱାଦୁ, ସ୍ୱାସ୍ଥ୍ୟପ୍ରଦ, ତଟକା କୁକୁଡା ମାଂସ ଇତ୍ୟାଦି ସୁଲଭ ମୂଲ୍ୟରେ ପାଇ ପାରିବେ । ଏହା ସହିତ ଓପୋଲଫେଡ ପ୍ୟାକେଟ ଅଣ୍ଡା, ଦେଶୀ ତଥା ବନରାଜା କକୁଡା ମାଂସ ମଧ୍ୟ ଖାଉଠିମାନଙ୍କ ପାଇଁ ଉପଲବ୍ଧ ହୋଇପାରିବ ।

ଚିକେନଫ୍ରେସ ଠାରେ ବଜାର ଦର ଠାରୁ କମ ଦାମରେ ଖାଉଟିମାନଙ୍କୁ ମାଂସ ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି । ଏହି ଅବସରରେ ଓପୋଲଫେଡର କାର୍ଯ୍ୟକାରୀ ନିର୍ଦ୍ଦେଶକ ଡା ବଳରାମ ସାହୁ, ଉପ ନିର୍ଦ୍ଦେଶକ ଡା ଦିଗମ୍ବର ନାୟକ, ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଧୀକାରୀ ଡା ସାରଙ୍ଗଧର ଶତପଥୀ, ମାର୍କେଟିଂ ମ୍ୟାନେଜର ତାରିଣୀ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ