Connect with us

ଓଡିଶା

ବିଜେପିର ରାଜ୍ୟବ୍ୟାପୀ ଗାନ୍ଧୀ ସଂକଳ୍ପ ଯାତ୍ରାର ଶୁଭାରମ୍ଭ

ସାଙ୍କେତିକ

ବିଜେପିର ରାଜ୍ୟବ୍ୟାପୀ ଗାନ୍ଧୀ ସଂକଳ୍ପ ଯାତ୍ରାର ଶୁଭାରମ୍ଭ
ଗାନ୍ଧୀ ବିଚାରକୁ ଜନ ଆନ୍ଦୋଳନରେ ପରିଣତ କରିବା ହେବ ଗାନ୍ଧୀଙ୍କ ଜନ୍ମଦିନର ଶ୍ରେଷ୍ଠ ଉପହାର
ଭୁବନେଶ୍ୱର, ୦୨ ଅକ୍ଟୋବର – ୧୫୦ତମ ଗାନ୍ଧୀ ଜୟନ୍ତୀରୁ ଭାରତୀୟ ଜନତା ପାର୍ଟୀ ପକ୍ଷରୁ ଦେଶ ବ୍ୟାପୀ ଗାନ୍ଧୀ ସଂକଳ୍ପ ଯାତ୍ରା ଶୁଭାରମ୍ଭ କରାଯାଇଛି ।

ଏହି ପରିପ୍ରେକ୍ଷୀରେ ରାଜ୍ୟରେ ସମସ୍ତ ସଂସଦୀୟ ଓ ବିଧାନସଭା କ୍ଷେତ୍ରରେ ଏହି କାର୍ଯ୍ୟକ୍ରମ ହୋଇଛି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ରାଜ୍ୟ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତାମାନେ କଟକ ଜିଲ୍ଲା ତେଲଙ୍ଗାପେଣ୍ଠସ୍ଥିତ ଗାନ୍ଧୀ ସ୍ମୃତି ପୀଠରେ ଗାନ୍ଧୀଜୀଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ପରେ କେନ୍ଦ୍ରମନ୍ତ୍ରୀଙ୍କ ସମେତ ରାଜ୍ୟ ନେତୃବୃନ୍ଦ ଗାନ୍ଧୀ ସ୍ମୃତି ପୀଠରୁ ପଦଯାତ୍ରା ଆରମ୍ଭ କରି କୋଟା ସାହି, ବଢେଇ ସାହି, ନାଛିପୁର, କାଜିପୁର, ଅମାନିଆ ଗୋରଡା, ସଇଁଡା ଦେଇ ବାଲିସାହିରେ ପହଂଚିଥିଲେ ।

ସେଠାରେ ଶ୍ରୀ ପ୍ରଧାନ ଏକ ସାଧାରଣ ସଭାରେ ଯୋଗ ଦେଇ ଭାରତକୁ ସିଙ୍ଗିଲ୍ ୟୁଜ୍ ପ୍ଲାଷ୍ଟିକ୍ ବା ଥରେ ମାତ୍ର ବ୍ୟବହାର ହେଉଥିବା ପ୍ଲାଷ୍ଟିକ୍ ପ୍ରଭାବରୁ ମୁକ୍ତ କରିବା ତଥା ପରିବେଶ ସୁରକ୍ଷା, ପ୍ଲାଷ୍ଟିକ ବଦଳରେ କାଗଜ ଓ କପଡା ବ୍ୟାଗ୍ ବ୍ୟବହାର କରିବା, ଜଳ ସଂରକ୍ଷଣ ଓ ଜନସଂଖ୍ୟା ନିୟନ୍ତ୍ରଣ ବାର୍ତାର ପ୍ରଚାର ସହ ଡିଜିଟାଲ ପ୍ଲାଟ୍ଫର୍ମକୁ ଲୋକପ୍ରିୟ କରିବା ପାଇଁ ପ୍ରତ୍ୟେକ ଜନସାଧାରଣଙ୍କ ପାଖକୁ ଯିବା ପାଇଁ ଶପଥ ପାଠ କରାଇବା ସହ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତା ଜନସାଧାରଣଙ୍କ ସହିତ ଭାଗୀଦାର ହୋଇ ଦେଶର ବିକାଶ ଓ ଗରିବ କଲ୍ୟାଣ ଅଭିଯାନକୁ ଏକ ଜନ ଆନ୍ଦୋଳନରେ ପରିବର୍ତନ କରିବା ପାଇଁ ଆହ୍ୱାନ କରିଥିଲେ । ଗାନ୍ଧୀ ବିଚାରର ଲକ୍ଷ୍ୟ- ସର୍ବୋଦୟ । ଏହି ସର୍ବୋଦୟ ହିଁ ନରେନ୍ଦ୍ର ମୋଦିଙ୍କ ଶାସନ ବ୍ୟବସ୍ଥାର ମୂଳବିନ୍ଦୁ । ଗରିବ ମା’ ଘରେ ଉଜ୍ଜ୍ୱଳା ମାଧ୍ୟମରେ ସ୍ୱଚ୍ଛ ଇନ୍ଧନ ପହଁଚାଇ ତା ଆଖିର ଲୁହ ପୋଛିବା ହେଉ କି ସ୍ୱଚ୍ଛ ଭାରତ ଅଭିଯାନରେ ଗରିବ ଘରେ ପାଇଖାନା, ଗରିବଙ୍କ ମୁଣ୍ଡ ଉପରେ ପକ୍କା ଘର ଅଥବା ଆୟୁଷ୍ମାନ ଯୋଜନା ମାଧ୍ୟମରେ ଦରିଦ୍ର, ବଂଚିତ, ନିଷ୍ପେସିତ ଓ ଅବହେଳିତଙ୍କ ସ୍ୱାସ୍ଥ୍ୟସେବା ହେଉ, ସବୁଠି ବାପୁଙ୍କ ସ୍ୱପ୍ନକୁ ସାର୍ଥକ କରିବା ପାଇଁ ମୋଦି ସରକାର ଅଙ୍ଗୀକାରବଦ୍ଧ ।

ବାପୁଙ୍କ ସ୍ୱାବଲମ୍ବନଶୀଳତାର ସୂରୂପ ହେଉଛି ମୋଦିଙ୍କ ମେକ୍ ଇନ୍ ଇଣ୍ଡିଆ । ଗାନ୍ଧୀଜୀଙ୍କ ଦର୍ଶନର ସମାହାର ହିଁ ମୋଦିଙ୍କ ମନ୍ତ୍ର- ସବ୍କା ସାଥ୍- ସବ୍କା ବିକାଶ- ସବ୍କା ବିଶ୍ୱାସ । ବାପୁଙ୍କ ୧୫୦ତମ ଜୟନ୍ତୀ ଅବସରରେ ଏହି ମହାମାନବଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ନବଭାରତ ନିର୍ମାଣ କରିବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଦେଇଥିବା ଆହ୍ୱାନକୁ କାର୍ଯ୍ୟକାରୀ କରିବାକୁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି ।

ଏହି ପଦଯାତ୍ରା ଅକ୍ଟୋବର୨ ରୁ ୩୦ ତାରିଖ ଦିନ ଧରି ଏହି ପଦଯାତ୍ରା କାର୍ଯ୍ୟକ୍ରମ ଚାଲିବ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା