Connect with us

ଓଡିଶା

“ମୋଦି ପୁରୀରୁ ଲଢ଼ିବାର ୯୦% ସମ୍ଭାବନା’

ସାଙ୍କେତିକ

“ମୋଦି ପୁରୀରୁ ଲଢ଼ିବାର ୯୦% ସମ୍ଭାବନା’
ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫୋକସରେ ରହିଛି ଓଡ଼ିଶା । ସେଥିପାଇଁ ସେ ୨୦୧୯ ସାଧାରଣ ନିର୍ବାଚନରେ ପୁରୀରୁ ଲଢ଼ିବା ନେଇ ୯୦ ପ୍ରତିଶତ ସମ୍ଭାବନା ରହିଛି ବୋଲି କହିଛନ୍ତି ବିଜେପି ବିଧାୟକ ପ୍ରଦୀପ ପୁରୋହିତ । ସେ କହିଛନ୍ତି ଯେ, ୨୦୧୪ ସାଧାରର ନିର୍ବାଚନ ପ୍ରଚାର ଆରମ୍ଭରୁ ମୋଦିଜୀ ପୁରି ଆସି ମହାପ୍ରଭୁଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇଥିଲେ । ମହାପ୍ରଭୁଙ୍କ ଆଶିଷ ନେଇ ସେ ସଫଳ ହୋଇଥିଲେ ଓ ପ୍ରଧାନମନ୍ତ୍ରୀ ହୋଇପାରିଥିଲେ । ପରେ ସେ ଶ୍ରୀକ୍ଷେତ୍ର ଆସି ମହାପ୍ରଭୁଙ୍କ ଦର୍ଶନ କରି ଯାଇଥିଲେ ।

ଜଗନ୍ନାଥ ମହାପ୍ରଭୁଙ୍କ ଆଶୀର୍ବାଦ ଯୋଗୁ ସେ ଆଜି ବିଶ୍ୱର ଶ୍ରେଷ୍ଠ ଓ ଶକ୍ତିଶାଳୀ ପ୍ରଧାନମନ୍ତ୍ରୀ ହୋଇପାରିଛନ୍ତି । ସେ ଆହୁରି କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ଭଲ ପାଉଛନ୍ତି । ସେଥିାପଇଁ ସେ ଓଡ଼ିଶାକୁ ବେଶୀ ଅନୁଦାନ ଦେଇଛନତ୍ି । ତାଙ୍କର ଦକ୍ଷ ନେତୃତ୍ୱ ଯୋଗୁ ରାଜ୍ୟରେ ବହୁ ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ପ୍ରତିଷ୍ଠା ହୋଇପାରିଛି । ପୂର୍ବାଞ୍ଚଳର ବିକାଶ ହେଲେ ଦେଶର ବିକାଶ ହେବ ବୋଲି ସେ ସ୍ୱପ୍ନ ଦେଖିଛନ୍ତି । ତାକୁ ସାକାର କରିବା ପାଇଁ ସେ ପୁରୀରୁ ନିର୍ବାଚନ ଲଢ଼ିବାର ସମ୍ଭାବନା ରହିଛି । କିନ୍ତୁ ସବୁ ନିଷ୍ପତ୍ତି ସଂସଦୀୟ କମିଟି ନେବ । ପ୍ରଦୀପ ପୁରୋହିତ କହିଛନ୍ତି ଯେ, ଓଡ଼ିଶାରେ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଯାଇଛି । ଚାଷୀ ଏବେ ଋଣଗ୍ରସ୍ତ । ଚାଷ ଜମିକୁ ଜଳ ସେଚନ ହୋଇପାରିନାହିଁ । ସେହି କାରଣରୁ ଏବେ ଋଣ ଛାଡ ଏକ ପ୍ରସଙ୍ଗ ହୋଇଛି । ରାଜ୍ୟରେ ବିଜେପି ଶାସନକୁ ଆସିଲେ କୃଷୠଣ ଛାଡ କରିବ । ଏନେଇ ପୂର୍ବରୁ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିସାରିଛନ୍ତି । ଏପରିକି ଏହା ଉପରେ ଦଳ ଭିତରେ ବିଚାର ବିମର୍ଷ ଆରମ୍ଭ ହୋଇଗଲାଣି ।

ସୂଚନାଥାଉ କି, ପ୍ରଧାନମନ୍ତ୍ରୀ ପୁରୀରୁ ନିର୍ବାଚନ ଲଢ଼ିବା ନେଇ ପୂର୍ବରୁ ମଧ୍ୟ ବିଭିନ୍ନ ସମୟରେ ଆଲୋଚନା ହୋଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା