Connect with us

ଆଞ୍ଚଳିକ

ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ

ସାଙ୍କେତିକ

ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ : ୪,୫୦୦ କୋଟିରୁ ଊଦ୍ଧ୍ୱର୍ ଟଙ୍କାର ପ୍ରକଳ୍ପର କରିବେ ଲୋକାର୍ପଣ
ଭୁବନେଶ୍ୱର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଶନିବାର ଓଡିଶା ଗସ୍ତରେ ଆସିବେ । ଓଡିଶା ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ପ୍ରାୟ ୪,୫୦୦ କୋଟି ଟଙ୍କାରୁ ଊଦ୍ଧ୍ୱର୍ ପ୍ରକଳ୍ପ ସମୂହକୁ ରାଷ୍ଟ୍ର ନିମନ୍ତେ ଲୋକାର୍ପଣ କରିବେ ।
ପ୍ରକଳ୍ପ ଗୁଡିକ ମଧ୍ୟରେ ମୋଦି ୩୩୧୮ କୋଟି ଟଙ୍କା ବ୍ୟୟ ଅଟକଳରେ ୨୦୦ କିମି ଲମ୍ବ ତିନୋଟି ଜାତୀୟ ରାଜପଥ ପ୍ରକଳ୍ପ ପାଇଁ ଭୂମି ପୂଜନ କରିବେ । ଏହି ପ୍ରକଳ୍ପଗୁଡ଼ିକ ମଧ୍ୟରେ ରହିଛି ୨୧୫ ନମ୍ବର ଜାତୀୟ ରାଜପଥର ରିମୁଳି-କୋଇଡ଼ା ଭାଗ (ନୂତନ ୫୨୦ ନଂ ଜାତୀୟ ରାଜପଥ)କୁ ୪ ଲେନ ବିଶିଷ୍ଟ କରିବା, ୨୧୫ ନଂ ଜାତୀୟ ରାଜପଥ(ନୂଆ ୫୨୦ ନଂ ଜାତୀୟ ରାଜପଥ)ର କୋଇଡ଼ା-ରାଜାମୁଣ୍ଡା ଭାଗକୁ ଚାରି ଲେନ ବିଶିଷ୍ଟ କରିବା ଏବଂ ୬ ନଂ ଜାତୀୟ ରାଜପଥ (ନୂତନ ୪୯ ନଂ ଜାତୀୟ ରାଜପଥ)ର ସିଙ୍ଗାରା-ବିଞ୍ଜାବାହାଲ ଭାଗକୁ ୪ ଲେନବିଶିଷ୍ଟ କରାଯିବ । ଏହି ପ୍ରକଳ୍ପଗୁଡ଼ିକ ଅଧୀନରେ ୪ଟି ବାଇପାସ, ୩ଟି ଫ୍ଲାଏଓଭର, ୧୧ଟି ବାହନ ଅଣ୍ଡରପାସ, ୧୨ଟି ବୃହତ ସେତୁ, ୫୦ଟି ସାଧାରଣ ସେତୁ ଏବଂ ୩୪ କିମି ସର୍ଭିସ ରୋଡ ରହିଛି ।

ବାରିପଦାଠାରେ ସେ ବାଲେଶ୍ୱର-ହଳଦିଆ-ଦୁର୍ଗାପୁର ସେକ୍ସନ ଏଲପିଜି ପାଇପଲାଇନ ପ୍ରକଳ୍ପ ଏବଂ ବାଲେଶ୍ୱର ବହୁମୂଖୀ ଲଜିଷ୍ଟିକ ପାର୍କର ଲୋକାର୍ପଣ କରିବେ । ଏହା ବ୍ୟତୀତ ହରିପୁରଗଡ ଠାରେ ଥିବା ଐତିହାସିକ ଦୁର୍ଗର ରସିକରାୟ ମନ୍ଦିରର ବିକାଶ ଓ ସଂରକ୍ଷଣ କାର୍ଯ୍ୟକୁ ଶୁଭାରମ୍ଭ କରିବେ । ଏହାସହ ରାଜ୍ୟର ୬ଟି ପାସପୋର୍ଟ ସେବା କେନ୍ଦ୍ର ଉଦ୍ଘାଟନ କରିବା ସହ ବିଭିନ୍ନ ଜାତୀୟ ରାଜପଥ ପ୍ରକଳ୍ପର ପ୍ରଶସ୍ତିକରଣ କାର୍ଯ୍ୟ ପାଇଁ ଶିଳାନ୍ୟାସ କରିବେ । ଟାଟାନଗର-ବାଦାମପାହାଡ ମଧ୍ୟରେ ଦ୍ୱିତୀୟ ପାସେଞ୍ଜର ଟ୍ରେନର ଚଳାଚଳକୁ ପ୍ରଧାନମନ୍ତ୍ରୀ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବା ସହ ବାରିପଦାଠାରେ ଏକ ଜନସଭାରେ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ