Connect with us

ଅପରାଧ

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେଡ଼ିର ପ୍ରଶ୍ନ

ସାଙ୍କେତିକ

ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେଡ଼ିର ପ୍ରଶ୍ନ
– ଜାଲ୍ ଗୁଇନ୍ଦା ଚିଠି ପ୍ରସାରକାରୀ ବିଜେପି ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କେବେ?
ଭୁବନେଶ୍ୱର,୨୮ ମାର୍ଚ୍ଚ – ପୁଲିସ ଓ ଗୁଇନ୍ଦା ବିଭାଗ ନାଁ ରେ ବିଜେପି ଏକ ଜାଲ୍ ଚିଠି ପ୍ରସ୍ତୁତ କରି ପ୍ରସାର କରାଯିବା ଭଳି ସଙ୍ଗୀନ ମାମଲାରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେବା ବିଜୁ ଜନତା ଦଳକୁ ଆଚମ୍ବିତ କରିଛି । ଏହି ସମ୍ବେଦନଶୀଳ ଘଟଣା ସମ୍ପର୍କରେ ଆଜି ପୁଣିଥରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଥିଲେ ବିଜେଡ଼ି ପ୍ରତିନିଧି ଦଳ । ପ୍ରଥମେ ୧୯ ତାରିଖ ଓ ପୁଣିଥରେ ୨୩ ତାରିଖରେ ଏ ସମ୍ପର୍କରେ ଅବଗତ କରାଯାଇଥିଲେ ହେଁ ଏ ପର୍ଯ୍ୟନ୍ତ ଦୋଷୀଙ୍କ ବିରୋଧରେ ନା ନିର୍ବାଚନ କମିଶନ ନା ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ହୋଇନାହିଁ ।
ବିଜେଡ଼ି ପକ୍ଷରୁ ଦର୍ଶାଯାଇଛି ଯେ ଗୁଇନ୍ଦା ନାଁ ନେଇ ବିଜେପି ପ୍ରଦର୍ଶିତ କରିଥିବା ଚିଠିଟି ସମ୍ପୂର୍ଣ୍ଣ ଜାଲ୍ ବୋଲି ଖୋଦ୍ ପୁଲିସ ଡିଜି ପ୍ରଥମରୁ ହିଁ ସ୍ପଷ୍ଟ କରିସାରିଛନ୍ତି । ଗତ ନିର୍ବାଚନ ବେଳେ କର୍ଣ୍ଣାଟକରେ ବିଜେପି ଏଭଳି ଜାଲ୍ ଚିଠି ବ୍ୟବହାର କରିଥିଲା ବୋଲି ମଧ୍ୟ ବିଜେଡ଼ି ପ୍ରମାଣ ଦେଖାଇଥିଲା ।
ଏହି ସଙ୍ଗୀନ ମାମଲାରେ ଦୋଷୀ ବିଜେପି ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ହେଲା ପର୍ଯ୍ୟନ୍ତ ନିର୍ବାଚନ କମିଶନଙ୍କ ପାଖକୁ ବିଜେଡ଼ି ବାରମ୍ବାର ଆସିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଜଣାଇ ଦିଆଯାଇଛି । ବିଜେଡ଼ି ପ୍ରତିନିଧି ଦଳରେ ଡ. ସସ୍ମିତ୍ ପାତ୍ର, ଲେଲିନ୍ ମହାନ୍ତି ଏବଂ ଶ୍ରୀମତୀ ସୁଲୋଚନା ଦାସ ସାମିଲ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ