Connect with us

ଓଡିଶା

ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନର କଡା ଜବାବ ରଖିଲେ କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ପାଲଟା ପ୍ରଶ୍ନ

ସାଙ୍କେତିକ

ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନର କଡା ଜବାବ ରଖିଲେ କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ପାଲଟା ପ୍ରଶ୍ନ
ଭ୍ରଷ୍ଟାଚାରୀ ରୂପୀ ଛୋଟ ଦାନବ ସରୋଜ ସାହୁ ସହ କି ସମ୍ପର୍କ ଅଛି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ-ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର ଚିଟଫଣ୍ଡ, ଖଣି ଦୁର୍ନୀତି, ପିସିର ଦାନବକୁ କିଏ ଦାନା ଦେଉଛି ମୁଖ୍ୟମନ୍ତ୍ରୀ ମହାଶୟ ଏହାର ଜବାବ ଦେବାର ଆବଶ୍ୟକ ରହିଛି । ସରୋଜ ସାହୁ ନାମକ ବ୍ୟକ୍ତି ଜଣଙ୍କ କିଏ । ଭ୍ରଷ୍ଟାଚାରୀ ରୂପୀ ଏହି ଛୋଟିଆ ଦାନବ ସହ କଣ ସମ୍ପର୍କ ମୁଖ୍ୟମନ୍ତ୍ରୀଙ୍କର ରହିଛି ତାର ଜବାବ ଦେବାକୁ ଆହ୍ୱାନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ବିଜେଡିର ପ୍ରତିଷ୍ଠା ଦିବସର ମୁଖ୍ୟମନ୍ତ୍ରୀ ଉଠାଇଥିବା ପ୍ରଶ୍ନର କଡା ଜବାବ ଦେବା ସହ ଶ୍ରୀ ପ୍ରଧାନ ନବୀନଙ୍କୁ ପଚାରିଛନ୍ତି ପାଲଟା ପ୍ରଶ୍ନ । ସନ୍ଧ୍ୟା ସୁଦ୍ଧା ଏ ସମସ୍ତ ପ୍ରଶ୍ନର ଉତର ନିଜେ ମୁଖ୍ୟମନ୍ତ୍ରୀ ଦିଅନ୍ତୁ ବୋଲି ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ, ଭ୍ରଷ୍ଟାଚାରୀ ରୂପୀ ଦାନବକୁ ନବୀନ ବାବୁ ଦାନା ଦେଉଛନ୍ତି । ସରୋଜ ସାହୁ ନାମକ ଏହି ବ୍ୟକ୍ତି ଜଣଙ୍କ କିଏ । କାହା ତରଫରୁ ସେ ଦସ୍ତଖତ କରେ, ଏହି ସମସ୍ତ ପ୍ରଶ୍ନର ଉତର ମୁଖ୍ୟମନ୍ତ୍ରୀଙ୍କୁ ଦେବାର ଆବଶ୍ୟକ ରହିଛି । ଉଜ୍ଜଳା ଯୋଜନା ଉପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନର ଉତରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଭାରତ ସରକାରଙ୍କର ସବୁଠୁ ବଡ ଯୋଜନା ଭାବେ ଉଜ୍ଜଳା ପରିଗଣିତ । ସାରା ଭାରତରେ ବର୍ତମାନ ସୁଦ୍ଧା ୬ କୋଟି ଗରିବ ମା ଭଉଣୀଙ୍କୁ ମାଗଣାରେ ଗ୍ୟାସ୍ କନେକସନ ଦିଆଯାଇଛି ।

ଓଡିଶାରେ ୨୦୧୪ ମସିହା ବେଳକୁ ୧୦୦ରେ ୨୦ ଜଣ ଗ୍ୟାସ କନକସନ ନେଉଥିବା ବେଳେ ଏବେ ଏହି ସଂଖ୍ୟା ୭୫ରେ ପହଁଚିଛି । କେବଳ ଉଜ୍ଜଳା ଯୋଜନାରେ ଏହି ସଂଖ୍ୟା ୩୫ ଲକ୍ଷରେ ପହଁଚିଲାଣୀ । ଗ୍ୟାସ୍ ସବସିଡ ଗରିବଙ୍କ ପାଇଁ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ୨୦୧୮ ମସିହାରେ ୧୮୫୦ ଟଙ୍କା ସବସିଡ୍ ନେଇଛନ୍ତି । ଉଜ୍ଜଳା ଯୋଜନା ସଫଳ କି ବିଫଳ ଏହାର ସ୍ପଷ୍ଟତା ଜାଣିବା ମୁଖ୍ୟମନ୍ତ୍ରୀ ହିଞ୍ଜିଳିର କେଉଁ ବି ପରିବାର ଓ ତାଙ୍କ ପସନ୍ଦ ମୁତାବକ ଦିନ ଓ ସମୟ ସ୍ଥିର କଲେ ସେ ସେଠାକୁ ଯାଇ ଚା ପିଇ ପ୍ରମାଣ ଦେବାକୁ ପ୍ରସ୍ତୁତ ବୋଲି କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା