Connect with us

ଓଡିଶା

ଧର୍ମେନ୍ଦ୍ର ପ୍ରଧାନଙ୍କ ଦୁର୍ନୀତି ଅଭିଯୋଗ ହାସ୍ୟାସ୍ପଦ : ବିଜେଡି

ସାଙ୍କେତିକ

ଧର୍ମେନ୍ଦ୍ର ପ୍ରଧାନଙ୍କ ଦୁର୍ନୀତି ଅଭିଯୋଗ ହାସ୍ୟାସ୍ପଦ : ବିଜେଡି
ଭୁବନେଶ୍ୱର:- ଦୁର୍ନୀତି ପ୍ରସଂଗରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯେଉଁ ଅଭିଯୋଗ ଆଣିଛନ୍ତି, ତାହା ହାସ୍ୟାସ୍ପଦ ଓ ଦୁର୍ଭାଗ୍ୟଜନକ । କେନ୍ଦ୍ରରେ ଶ୍ରୀ ପ୍ରଧାନ ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ଥାଇ ତାଙ୍କ ନିଜ ଭାଇ ଚଳାଇଥିବା ଏକ ଗ୍ୟାସ୍ ଏଜେନ୍ସିରେ କଳାବଜାରୀ ପାଇଁ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା । ନିଜକୁ ରକ୍ଷା କରିବାକୁ ହାଇକୋର୍ଟରେ ତାଙ୍କୁ ଜାମିନ ଆବେଦନ କରିବାକୁ ପଡିଥିଲା ।

ତେଣୁ ଶ୍ରୀ ପ୍ରଧାନ ପ୍ରସଂଗକୁ ନଏଡାଇ ବରଂ କୋଲ୍ ରୟାଲିଟି ସଂଶୋଧନ, ମହାନଦୀ ଓ ଅନ୍ୟ କେତେକ ବିଷୟ ଉପରେ ଓଡ଼ିଶା ଓ ଓଡ଼ିଶାବାସୀଙ୍କ ସହିତ କେନ୍ଦ୍ର ସରକାରଙ୍କ ସମର୍ଥନ ନଥିବା ସଂପର୍କରେ ନିଜର ସ୍ପଷ୍ଟ ମତ ଦେବା ଦରକାର ବୋଲି ବିଜେଡି ମୁଖପାତ୍ର ଡ. ସସ୍ମିତ ପାତ୍ର କହିଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା