Connect with us

ଦେଶ

ପଦ୍ମ ପୁରସ୍କାର ପାଇଁ ୪୯,୯୯୨ ସୁପାରିସ ଗ୍ରହଣ

ସାଙ୍କେତିକ ଚିତ୍ର

ପଦ୍ମ ପୁରସ୍କାର ପାଇଁ ୪୯,୯୯୨ ସୁପାରିସ ଗ୍ରହଣ
ଭୁବନେଶ୍ୱର,୧୨ା୧୦ : ପଦ୍ମ ପୁରସ୍କାର-୨୦୧୯ ପାଇଁ ରେକର୍ଡ ସଂଖ୍ୟକ ୪୯,୯୯୨ଟି ସୁପାରିସ ହସ୍ତଗତ ହୋଇଛି । ଯାହାକି ୨୦୧୦ ମସିହା ତୁଳନାରେ ୩୨ ଗୁଣ ଅଧିକ । ୨୦୧୦ରେ ୧୩୧୩ଟି ସୁପାରିସ ମିଳିଥିବା ବେଳେ ୨୦୧୬ରେ ୧୮,୭୬୮ଟି ଏବଂ ୨୦୧୭ରେ ୩୫,୫୯୫ଟି ସୁପାରିସ ଗ୍ରହଣ କରାଯାଇଥିଲା ।

ପ୍ରକୃତ ଅର୍ଥରେ ପଦ୍ମ ପୁରସ୍କାରକୁ ସରକାର ‘ଲୋକଙ୍କ ପୁରସ୍କାର’ରେ ପରିଣତ କରଛନ୍ତି । ଏହି ସର୍ବୋଚ୍ଚ ବେସାମରିକ ପୁରସ୍କାର (ପଦ୍ମ ବିଭୂଷଣ, ପଦ୍ମଭୂଷଣ ଏବଂ ପଦ୍ମଶ୍ରୀ) ପାଇଁ ଲୋକ ଲୋଚନକୁ ଆସି ନଥିବା ବ୍ୟକ୍ତିଙ୍କ ନାମ ପ୍ରସ୍ତାବ କରିବାକୁ ପ୍ରୋତ୍ସାହନ କରାଯାଇଛି । ପଦ୍ମ ପୁରସ୍କାର ସକାଶେ ନାମ ପ୍ରସ୍ତାବ କରିବା ପାଇଁ ୨୦୧୬ରେ ଅନଲାଇନ ବ୍ୟବସ୍ଥା ଆରମ୍ଭ କରାଯାଇଥିଲା । ଏହି ସରଳ ବ୍ୟବସ୍ଥାରେ ଭାଗ ନେବାକୁ ସାଧାରଣ ଲୋକଙ୍କୁ ବହୁ ସଂଖ୍ୟାରେ ପ୍ରୋତ୍ସାହିତ କରାଯାଇପାରିଛି ।

୨୦୧୯ ଗଣତନ୍ତ୍ର ଦିବସରେ ଘୋଷଣା ହେବାକୁ ଥିବା ପଦ୍ମ ପୁରସ୍କାର ପାଇଁ ଅନଲାଇନରେ ସୁପାରିସ ଗ୍ରହଣ ପ୍ରକ୍ରିୟା ୨୦୧୮ ମେ ୧ ତାରିଖରେ ଆରମ୍ଭ ହୋଇଥିଲା । ସୁପାରିସ ଗ୍ରହଣ କରିବାର ଶେଷ ତାରିଖ ଥିଲା ୨୦୧୮ ସେପ୍ଟେମ୍ବର ୧୫ ତାରିଖ । ବିଭିନ୍ନ କେନ୍ଦ୍ରୀୟ ମନ୍ତ୍ରଣାଳୟ/ବିଭାଗ, ରାଜ୍ୟ/କେନ୍ଦ୍ରଶାସିତ ଅଂଚଳର ସରକାର, ଭାରତରତ୍ନ ଏବଂ ପଦ୍ମବିଭୂଷଣ ପୁରସ୍କାରରେ ସମ୍ମାନିତ ବ୍ୟକ୍ତି ଏବଂ ବିଭିନ୍ନ ରାଜ୍ୟର ଉକ୍ରର୍ଷ କେନ୍ଦ୍ର ତଥା ଅନ୍ୟାନ୍ୟ କ୍ଷେତ୍ର ମାଧ୍ୟମରେ ମଧ୍ୟ ପଦ୍ମ ପୁରସ୍କାର ପାଇଁ ସୁପାରିସ ଆହ୍ୱାନ କରାଯାଇଥାଏ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ