Connect with us

ଦେଶ

ମିଳିଲା ସହିଦ ସମ୍ମାନ

ସାଙ୍କେତିକ ଚିତ୍ର

ମିଳିଲା ସହିଦ ସମ୍ମାନ
ଭୁବନେଶ୍ୱର :- ଆଜି ଛତିଶଗଡର ଦନ୍ତୱାଡାରେ ମାଓବାଦୀଙ୍କ ଆକ୍ରମଣରେ ନିହତ ହୋଇଥିବା ଦୂରଦର୍ଶନ କ୍ୟାମେରମ୍ୟାନ ଅଚ୍ୟୁତାନନ୍ଦ ସାହୁଙ୍କୁ ସହିଦ ମାନ୍ୟତା ସହ ଛତିଶଗଡ଼ରେ ପୋଲିସ ପକ୍ଷରୁ ଅନ୍ୟ ୨ ସହିଦ ଯବନାଙ୍କ ସହ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି । ଓଡ଼ିଶାର ବଲାଙ୍ଗୀର ଜିଲ୍ଲାର ଲୋଇସିଂହା ବ୍ଲକ ଘୁଷୁରାମୁଣ୍ଡା ଗ୍ରାମରେ ଥିବା ତାଙ୍କର ପରିବାର ପକ୍ଷରୁ ତାଙ୍କୁ ସହିଦ ମାନ୍ୟତା ପାଇଁ ଦାବି କରାଯାଇଥିଲା । ପରିବାର ଲୋକଙ୍କ ଆଶାକୁ ସରକାର ସମ୍ମାନ ଜଣାଇ ଏପରି ପଦକ୍ଷେପ ନେଇଥିବା ମନେ କରାଯାଉଛି । ଏହାସହିତ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ସହିଦ ଅଚ୍ୟୁତାନନ୍ଦଙ୍କ ପରିବାରକୁ ୧୫ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରାଯାଇଛି ।

ସୂଚନାଯୋଗ୍ୟ ଯେ, ଦୂରଦର୍ଶନରେ ଗ୍ରେଡ-୨ ଭିଡିଓ ଜର୍ଣ୍ଣାଲିଷ୍ଟ ଭାବେ କାର୍ଯ୍ୟ କରୁଥିବା କ୍ୟାମେରାମ୍ୟାନ୍ ଅଚ୍ୟୁତାନନ୍ଦ ଦୂରଦର୍ଶନ ଟିମ୍ ସହ ଛତିଶଗଡ଼ରେ ନିର୍ବାଚନ ପ୍ରକ୍ରିୟା ସମ୍ପର୍କିତ ସମ୍ବାଦ ସଂଗ୍ରହ ଲାଗି ଆସିଥିଲେ । ଆଜି ଦାନ୍ତେୱାଡା ଅଞ୍ଚଳର ଅରଣପୁରଠାରେ ନକ୍ସଲଙ୍କ ଆକ୍ରମଣରେ ତାଙ୍କର ଅକାଳରେ ମୃତ୍ୟୁ ହୋଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ