Connect with us

ଦେଶ

ଅଯୋଧ୍ୟା ମାମଲା- ଜାନୁଆରୀରେ ପରବର୍ତ୍ତୀ ଶୁଣାଣି

ସାଙ୍କେତିକ ଚିତ୍ର

ଅଯୋଧ୍ୟା ମାମଲା
ଜାନୁଆରୀରେ ପରବର୍ତ୍ତୀ ଶୁଣାଣି
ନୂଆଦିଲ୍ଲୀ,୨୯ା୧୦ : ରାମ ମନ୍ଦିରକୁ ନେଇ ସୁପ୍ରିମକୋର୍ଟରେ ଚାଲିଥିବା ମାମଲାର ଶୁଣାଣି ଆଜି ମାତ୍ର ୩ ମିନିଟ୍ ମଧ୍ୟରେ ୩ମାସ ପାଇଁ ଟଳି ଯାଇଛି । ଅଯୋଧ୍ୟା ରାମ ମନ୍ଦିର ପ୍ରସଙ୍ଗ ଏକ ଜାତୀୟ ପ୍ରସଙ୍ଗ ପାଲଟି ଥିବା ବେଳେ ଏହା ଉପରେ ସମସ୍ତ ରାଜନୈତିକ ଦଳ ନଜର ରଖିଛନ୍ତି । ଆଶା କରାଯାଉଥିଲା ନିର୍ବାଚନ ପୂର୍ବରୁ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗ ସୁପ୍ରିମକୋର୍ଟରେ ସମାଧାନ ହେଲେ ଏହାର ଫଳ ରାଜନୈତିକ ଦଳ ଆଗାମୀ ନିର୍ବାଚନରେ ଉଠାଇବେ । ଅଥଚ ଆଜିର ଶୁଣାଣିରେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଜାନୁଆରୀ ୨୦୧୯କୁ ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରିବା ଦ୍ୱାରା ପରିସ୍ଥିତି ଭିନ୍ନ ମୋଡ ନେଇଛି ।

ସୋମବାର ସୁପ୍ରିମକୋର୍ଟରେ ୨୦୧୦ରେ ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟର ରାୟକୁ ଚ୍ୟାଲେଞ୍ଜ କରି ହୋଇଥିବା ରାୟ ଉପରେ ଶୁଣାଣି ହେବାକୁ ଥିଲା । ତେବେ ପ୍ରଧାନବିଚାରପତି ରଞ୍ଜନ ଗୋଗୋଇ ଏଭଳି ସ୍ପର୍ଶକାତର ମାମଲାର ଶୁଣାଣି ତରବରିଆ ଭାବେ କରବାକୁ ମନାକ କରିଦେଇଥିଲେ । ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ସମେତ ଜଷ୍ଟିସ ସଞ୍ଜୟ କିଶନ କୌଲ ଓ ଜଷ୍ଟିସ ଏକେ ଜୋସେଫଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଅଯୋଧ୍ୟ ମାମଲାର ଶୁଣାଣି କରିଛନ୍ତି । ୨୦୧୦ ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟରେ ଗଠିତ ଖଣ୍ଡପୀଠ ୨:୧ ମତରେ ରାୟ ପ୍ରଦାନ କରିଥିଲେ । ରାମ ଜନ୍ମଭୂମିର ମୋଟ ୨.୭୭ ଏକର ଜମିକୁ ତିନି ପକ୍ଷଙ୍କୁ ସମାନ ଭାବେ ବାଣ୍ଟିବାକୁ ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଥିଲେ । ଏହି ତିନିଭାଗ ମଧ୍ୟରେ ସୁନ୍ନି ୱାକଅଫ ବୋର୍ଡ, ନିର୍ମୋହି ଆଖଡା ଓ ରାମ ଲଲାଙ୍କୁ ସମାନ ସମାନ ଭାବେ ବଣ୍ଟା ଯାଇଥିଲା । ତେବେ ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟର ଏପରି ରାୟକୁ କୌଣସି ପକ୍ଷ ଗ୍ରହଣ ନକରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ ।

ସୁପ୍ରିମକୋର୍ଟ ୨୦୧୧ରେ ସେପ୍ଟେମ୍ବର ୯ରେ ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟର ରାୟକୁ ସ୍ଥଗିତ କରି ମାମଲାର ଶୁଣାଣି ଆରମ୍ଭ କରିଥିଲେ । ଦୀର୍ଘଦିନ ଧରି ସୁପ୍ରିମକୋର୍ଟରେ ଉପରୋକ୍ତ ମାମଲାର ଶୁଣାଣି ଚାଲିଛି । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ପୁଣି ଥରେ ଅଯୋଧ୍ୟା ରାମ ଜନ୍ମୂଭମି ମାମଲା ଜୋର ଧରିବାରେ ଲାଗିଛି । ରାୟ କେବେ ପ୍ରକାଶ ପାଇବ ଏହା ଏବେ ଆକଳନ କରିବା ଅସମ୍ଭବ ହୋଇଥିଲେ ମଧ୍ୟ ରାମ ମନ୍ଦିର ନିର୍ମାଣ ସପକ୍ଷବାଦୀ ଓ ଏହାର ସମର୍ଥକ ଏହାକୁ ନେଇ ସ୍ୱର ଉଠାଇବା ଆରମ୍ଭ କରି ଦେଇଛନ୍ତି । ସୂଚନାଥାଉ କି, ରାମ ମନ୍ଦିର ପାଇଁ ହୋଇଥିବା ଆନ୍ଦୋଳନ ସମୟରେ ୧୯୯୨ ଡିସେମ୍ବର ୬ରେ ଅଯୋଧ୍ୟାରେ ବାବ୍ରି ମସଜିଦ୍କୁ ଧ୍ୱଂସ କରାଯାଇଥିଲା ।

ଏହି ମାମଲାରେ ଅପରାଧିକ କେସ ସହିତ ଦେୱାନୀ ମୋକଦ୍ଦମା ମଧ୍ୟ ଦାୟର ରହୋଇଥିଲା । ଟାଇଟଳ ବିବାଦ ସହିତ ସମ୍ବନ୍ଧିତ ମାମଲା ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି । ଏହି ମାମଲାରେ ଆହ୍ଲାବାଦ ହାଇକୋର୍ଟ ୨୦୧୦ ସେପ୍ଟେମ୍ବର ୩୦ରେ ନିର୍ଣ୍ଣୟ ଦେଇଥିଲେ । ଏଥିରେ ନ୍ୟାୟାଳୟ ବିବାଦୀୟ ସ୍ଥଳକୁ ତିନି ଭାଗରେ (ହିନ୍ଦୁ, ମୁସ୍ଲିମ ଏବଂ ନିର୍ମୋହୀ ଆଖଡା) ବାଣ୍ଟି ଦେଇଥିଲେ । ଯେଉଁଠି ରାମଲାଲଙ୍କ ମୂର୍ତ୍ତି ରହିଛି ସେହି ଜାଗାକୁ ରାମଲଲା ବିରାଜମାନ ହେବାକୁ ଦିଆଯାଉ । ସୀତା ରସୋଇ ଏବଂ ରାମ ଚବୁତରାକୁ ନିର୍ମୋହୀ ଆଖଡାକୁ ଏବଂ ବାକି ଏକ ତୃତୀୟାଂଶ ଜମିକୁ ସୁନ୍ନି ୱାକପ ବୋର୍ଡକୁ ଦିଆଯାଉ । ଏହାପରେ ହିନ୍ଦୁ ଏବଂ ମୁସିଲମ ଦୁଇ ପକ୍ଷକାର ଏହି ମାମଲାରେ ସୁପ୍ରିମକୋର୍ଟରେ ଅପିଲ କରିଥିଲେ ।

ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ୨୦୧୧ ମେରେ ହାଇକୋର୍ଟର ନିଷ୍ପତ୍ତି ଉପରେ ଆଗାମୀ ଆଦେଶ ପର୍ଯ୍ୟନ୍ତ ରୋକ ଲଗାଇଥିଲେ । ଏହା ହିନ୍ଦୁ ଏବଂ ମୁସଲିମ ଦୁଇ ପକ୍ଷକାର ଏହି ମାମଲାରେ ସୁପ୍ରିମକୋର୍ଟରେ ଅପିଲ କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ