Connect with us

ଓଡିଶା

ଆଖଣ୍ଡଳମଣି ବିବାହ ଉତ୍ସବ ପାଇଁ ସରିଲା ମଙ୍ଗଳକୃତ୍ୟ

ସାଙ୍କେତିକ

ଆଖଣ୍ଡଳମଣି ବିବାହ ଉତ୍ସବ ପାଇଁ ସରିଲା ମଙ୍ଗଳକୃତ୍ୟ
ଆଜି ବିବାହ ବନ୍ଧନରେ ବାନ୍ଧିହେବେ ଦେବଦମ୍ପତି
ଭଦ୍ରକ, ୬ ଜୁନ୍ – ମଣିକ୍ଷେତ୍ର ଆରଡି ଧାମର ବାବା ଆଖଣ୍ଡଳମଣିଙ୍କ ଚଳିତ ବିବାହ ଉତ୍ସବ ନିମନ୍ତେ ଗୁରୁବାର ପୂର୍ବପ୍ରସ୍ତୁତି ଅନୁଯାୟୀ ମଙ୍ଗଳକୃତ୍ୟ(ମଙ୍ଗନ) କାର୍ଯ୍ୟ ବୈଦିକ ରୀତିନୀତି ଓ ଲୈାକିକ ଚାରରେ ବର ଓ କନ୍ୟା ପିତା ମାତାଙ୍କ ପକ୍ଷରୁ ସମ୍ପନ୍ନ ହୋଇଥିବା ବେଳେ ଆଜି ଶୁକ୍ରବାର ବିବାହ ବନ୍ଧନରେ ବାନ୍ଧି ହେବେ ଦେବଦମ୍ପତି । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଥିବା ବେଳେ ମନ୍ଦିରର ସମସ୍ତ ନୀତିକାନ୍ତି ନିର୍ଦ୍ଧାରିତ ସମୟରେ ସମ୍ପନ୍ନ ହେବ ବୋଲି ସେବାୟତମାନେ ପ୍ରକାଶ କରିଛନ୍ତି ।

ବିଶେଷକରି ଦେବଦମ୍ପତିଙ୍କ ଯୁଗୋଳ ମୂର୍ତୀକୁ ଦର୍ଶନ କରିବା ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁ ଭକ୍ତମାନଙ୍କର ସମାଗମ ହେବ ପୀଠରେ । ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ପୁଲିସ ବ୍ୟବସ୍ଥା କରାଯାଇଛି ପୀଠରେ । ଗତ ଦୁଇଦିନ ଧରି ପୀଠରେ ଲାଗି ରହିଛି ଶ୍ରଦ୍ଧାଳୁ ଭକ୍ତମାନଙ୍କର ଭିଡ,ଏହି ବିବାହ ଉତ୍ସବରେ ହରହର ମହାଦେବ ଆଖଣ୍ଡଳମଣି ସାଜିବେ ବର ହିମାଳୟ ନନ୍ଦିନୀ ତଥା ଦକ୍ଷରାଜାଙ୍କ କନ୍ୟା ମାତା ପାର୍ବତୀ ସାଜିବେ କନ୍ୟା । ଏଥିସହ ପବନ ପୁତ୍ର ହନୁମାନ ସାଜିବେ ବରଧରା ସମ୍ପୁର୍ଣ୍ଣ ବୈଦିକ ଓ ଲୋକାଚାରରେ ଅନୁଷ୍ଠିତ ହେବ ଏହି ବିବାହ ଉତ୍ସବ । ଶୁକ୍ରବାର ସମସ୍ତ ସକାଳ ନୀତିକାନ୍ତି ୧୦ଟା ସୁଧା ସମ୍ପନ୍ନ ହେବା ପରେ ଦିବା ୧୧ଟାରେ କନ୍ୟାପିତାଙ୍କ ଘରୁ ପବନ ପୁତ୍ର ହନୁମାନ ବରଧରା ସାଜି ଏକ ବିରାଟ ପଟୁଆର ସହ ଶୋଭାଯାତ୍ରାରେ ବାହାରିବେ ବରପିତାଙ୍କ ଘର ଅଭିମୁଖେ । ତା’ ସହ ଅପରାହ୍ନ ୪ଟାରେ ବାବାଙ୍କୁ ରାଜରାଜେଶ୍ୱର ବେଶରେ ସଜ୍ଜିତ କରାଯିବା ସହ ମାତା ପାର୍ବତୀଙ୍କୁ ରାଜରାଜେଶ୍ୱରୀ ବେଶରେ ସଜ୍ଜିତ କରାଯିବ ।

ପରେ ଅପରାହ୍ନ ୫ଟାରେ ଦିଅଁ ମଙ୍ଗୁଳା କାର୍ଯ୍ୟ ଓ ସଂଧ୍ୟା ୭ଟାରେ ଏକ ବିରାଟ ଶୋଭାଯାତ୍ରାରେ ମଣିବାବାଙ୍କ ଚଳନ୍ତି ପ୍ରତିମା ହର ଗମନ କରିବେ କନ୍ୟାପିତାଙ୍କ ଘରକୁ ଏହି ଗମନରେ ସମସ୍ତ ଦେବାଦେବୀଙ୍କ ସହ ଭୁତପିଶ୍ଚାଚ ଓ ମାନବ ବରଯାତ୍ରୀ ଭାବେ ଯିବେ ମଣିବାବାଙ୍କ ସାଥିରେ । ବାଜା-ବାଣ ରୋଶଣୀରେ ପ୍ରକମ୍ପିତ ହୋଇ ଉଠିବ ସମଗ୍ର ପୀଠ । ପରେ ରୀତିନୀତି ଅନୁଯାୟୀ ରାତ୍ରରେ ଅନୁଷ୍ଠିତ ହେବ ଦେବ ଦମ୍ପତିଙ୍କ ବିବାହ ନିମନ୍ତେ ପାଣି ଗ୍ରହଣ ନୀତକାନ୍ତିି । ଏଥିପାଇଁ ପୀଠ ହୋଇ ପଡିଛି ବେଶ ଉତ୍ସବ ମୁଖର ବଇନା ନେଇଥିବା କଟକ ସାଅନ୍ତସାହିର ବିଦ୍ୟୁତ୍ କାରିଗରୀଙ୍କ ପକ୍ଷରୁ ଆଲୋକ ସଜ୍ଜା ସରିଥିବା ବେଳେ ଶ୍ରୀକ୍ଷେତ୍ର ପୁରୀରୁ ଘଂଟୁଆ ସେବକଙ୍କ ସହ ପ୍ରସିଦ୍ଧ ସାହିମେଢର ନୃତ୍ୟ ଶିଳ୍ପୀମାନେ ପହଁଚି ସାରିଛନ୍ତି ପୀଠରେ ।

ଢେଙ୍କାନାଳର ଦୁଲୁଦୁଲିବାଦ୍ୟ, କେନ୍ଦୁଝରର କଳସନୃତ୍ୟ. ବାନ୍ଥା ନୃତ୍ୟ, ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗର ମୟୁରଚୂଳ ବାଦ୍ୟ, କଳାହାଣ୍ଡିର ଘୁମୁରା ନାଚ , ବାଲେଶ୍ୱରର ପାଇକ ଆଖଡା,ବ୍ରହ୍ମପୁରର ଯୋଡିଶଙ୍ଖ, କଙ୍କାଳ ନାଚ, ଡାଇନୋସର, ବାଘ, ଝୁମର ବାଦ. ରାଜ୍ୟ ସରକାରଙ୍କ ପକ୍ଷରୁ ଯୋଡିଶଙ୍ଖ ଓ ଭଜନ ସମାହୋର ସମେତ ରାଜ୍ୟର ବହୁ ନାମିଦାମୀ ବାଦ୍ୟକାରମାନଙ୍କ ସହ ଓ ବିଭିନ୍ନ ଜିଲାର ସଂକିର୍ତନମାନେ ଏବେ ପଂହଚି ସାରିଛନ୍ତି ଆରଡି ପୀଠରେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା