Connect with us

ଅପରାଧ

ମହାବଳ ବାଘର ମୁଣ୍ଡକୁ କାଟି ଗଣ୍ଡିରୁ ଅଲଗାକରି ପୋତି ଦେଲେ

ସାଙ୍କେତିକ ଚିତ୍ର

ବରଗଡ଼:- ବରଗଡ଼ ଜିଲ୍ଲା ସ୍ଥିତ ଭଟଲି ରେଞ୍ଜ ଅଧିନ ଦେବ୍ରିଗଡ ଅଭୟାରଣ୍ୟରୁ ଏକ ମହାବଳ ବାଘର ପଚା ଶଢା ମୃତଦେହ ଉଦ୍ଧାର କରାଯାଇଛି । ଏହି ଘଟଣା ଖଜୁରିଆ ଗ୍ରାମ ନିକଟ ଦାମୋଦରପଡ଼ା ଜଙ୍ଗଲରେ ଘଟିଥିବାବେଳେ ଉକ୍ତ ମହାବଳ ବାଘର ମୁଣ୍ଡକୁ କାଟି ଗଣ୍ଡିରୁ ଅଲଗାକରି ପୋତି ଦେଇଥିବା ଅଭିଯୋଗ ହୋଇଛି । ଦୁର୍ବୃତ୍ତମାନେ ବାଘର ଦାନ୍ତ, ନଖକୁ କାଢ଼ି ନେଇଥିବା ସୂଚନା ମିଳିଛି ।

କିଛି ଦିନ ତଳେ ବନବିଭାଗର ଟ୍ରାପ କ୍ୟାମେରା ଏକ ମହାବଳ ବାଘକୁ ଠାବ କରିଥିଲା । ଟ୍ରାପ କ୍ୟାମେରା ଠାବ କରିଥିବା ବାଘକୁ ଶିକାର କରାଯାଇଥିବା ସନ୍ଦେହ କରାଯାଉଛି । ଜଙ୍ଗଲ ମାଫିଆମାନେ ବାଘ ଭୟରେ ଜଙ୍ଗଲକୁ ଯାଇପାରୁ ନଥିବା ଏବଂ ଏଥିପାଇଁ ସମ୍ପୃକ୍ତ ଜଙ୍ଗଲ ମାଫିଆମାନେ ଉକ୍ତ ମହାବଳ ବାଘକୁ ଶୀକାର କରିଥିବା ସାଧାରଣରେ ଆଲୋଚିତ ହେଉଛି ।

ଅପରପକ୍ଷ ସୂଚନା ଅନୁଯାୟୀ , ଶିକାରୀମାନେ ବାରହା ଶିକାର ପାଇଁ ବିଛେଇଥିବା ଜାଲରେ ମହାବଳ ପଡିବା ପରେ ମହାବଳକୁ ହତ୍ୟା କରିଥିଲେ । ଏହାପରେ ବାଘର ନଖ ଦାନ୍ତ କାଟି ନେଇ ଜଙ୍ଗଲ ଭିତରେ ଗାତ ଖୋଳି ମୃତ ବାଘ ଉପରେ ମାଟି ଓ ପଥର ପକେଇ ପୋତି ଦେଇଥିଲେ । ଘଟଣାକୁ ଚପାଇ ଦେବା ପାଇଁ ଦୁର୍ବୃତ୍ତମାନେ ଏଭଳି କରିଥିବା ସନ୍ଦେହ କରାଯାଉଛି । ମହାବଳକୁ ଏକ ସପ୍ତାହ ପୂର୍ବରୁ ହତ୍ୟା କରାଯାଇଥିବା ଅନୁମାନ କରାଯାଉଛି । ଖବର ପାଇ ଘଟଣାସ୍ଥଳକୁ ଭୁବନେଶ୍ୱରରୁ ଏକ ୱାଇଲଡ ଲାଇଫ ଟିମ ଯାଇ ଗଳିତ ମୃତଦେହକୁ ଦେଖିବା ପରେ ଏହା ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛି ୱାଇଲଡ ଲାଇଫ ଟିମ । ଡେବ୍ରିଗଡ଼ ଅଭୟାରଣ୍ୟରେ ସିସିଟିଭି କ୍ୟାମେରା ଖଞ୍ଜିତ ହୋଇଥିଲେ ମଧ୍ୟ ଗତ କିଛିଦିନ ହେଲା ସେହି କ୍ୟାମେରା ଗୁଡ଼ିକ ଅଚଳ କିମ୍ବା ବନ୍ଦ କରିଦିଆଯାଇଥିଲା ତାହା ତଦନ୍ତ ସାପେକ୍ଷ ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ