Connect with us

ଅପରାଧ

ସହିଦ ଯବାନ ବ୍ରଜମୋହନ ବେହେରାଙ୍କ ମରଶରୀର ଭୁବନେଶ୍ୱରରେ ପହଞ୍ଚିଲା

ସାଙ୍କେତିକ ଚିତ୍ର

ସହିଦ ଯବାନ ବ୍ରଜମୋହନ ବେହେରାଙ୍କ ମରଶରୀର ଭୁବନେଶ୍ୱରରେ ପହଞ୍ଚିଲା

ଭୁବନେଶ୍ୱର:- ଛତିଶଗଡ଼ର ବିଜାପୁର ଜିଲ୍ଲାରେ ନକ୍ସଲମାନଙ୍କ ଦ୍ୱାରା ଲ୍ୟାଣ୍ଡମାଇନ ବିସ୍ଫୋରଣରେ ସହିଦ ହୋଇଥିବା ଓଡ଼ିଆ ଯବାନ ବ୍ରଜମୋହନ ବେହେରାଙ୍କ ମରଶରୀର ଭୁବନେଶ୍ୱର ପହଞ୍ଚି ଯାଇଛି । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ସହିଦ ଯବାନଙ୍କ ପାର୍ଥୀବ ଶରୀର ପହଞ୍ଚିବା ପରେ ସରକାରଙ୍କ ତରଫରୁ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଶେଷ ସମ୍ମାନ ଜଣାଇଛନ୍ତି । ସହିଦ ଯବାନଙ୍କ ମରଶରୀରକୁ କେନ୍ଦୁଝର ଜିଲ୍ଲାର ଘସିପୁରା ବ୍ଲକରେ ଥିବା ତାଙ୍କର ଗାଁକୁ ନିଆଯିବ।ର ପ୍ରସ୍ତୁତି କରାଯାଉଛି ।`

ଏଠାରେ ଉଲ୍ଲେଖଯୋଗ୍ୟଯେ , ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଶନିବାର ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୪ ଜଣ ଯବାନ ସହିଦ ଓ ୨ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି । ଓଡ଼ିଆ ଯବାନ ବିଏମ୍‌ ବେହେରା (୪୩) ଏହି ବିସ୍ଫୋରଣରେ ସହିଦ ହୋଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ