Connect with us

ଅପରାଧ

ଦୁର୍ଘଟଣାରେ ୭ ହାତୀଙ୍କ ଜୀବନ ଯିବା ଘଟଣାକୁ କ୍ରାଇମବ୍ରାଞ୍ଚ ହାତକୁ ନେଲା

ସାଙ୍କେତିକ ଚିତ୍ର

ଦୁର୍ଘଟଣାରେ ୭ ହାତୀଙ୍କ ଜୀବନ ଯିବା ଘଟଣାକୁ କ୍ରାଇମବ୍ରାଞ୍ଚ ହାତକୁ ନେଲା

ଢ଼େଙ୍କାନାଳ:- ଢ଼େଙ୍କାନାଳରେ ବିଦ୍ୟୁତ ତାର ଦୁର୍ଘଟଣାରେ ୭ ହାତୀଙ୍କ ଜୀବନ ଯିବା ଘଟଣାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁତର ଭାବେ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ ପରେ କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ ଘଟଣାସ୍ଥଳକୁ ଯାଇଛନ୍ତି । କ୍ରାଇମବ୍ରାଞ୍ଚ ଡିଏସପିଙ୍କ ନେତୃତ୍ୱରେ ଏହି ୫ ଜଣିଆ ଟିମ ଢେଙ୍କାନାଳ କମଳାଙ୍ଗ ଗାଁକୁ ଗସ୍ତ କରିଛନ୍ତି ।

ଏଡିଜି ସନ୍ତୋଷ ଉପାଧ୍ୟାୟଙ୍କ ସୂଚନାନୁଯାୟୀ, ଜଣେ ଡିଏସ୍‌ପି ଉକ୍ତ ୪ ଜଣିଆ ଟିମ୍‌ର ନେତୃତ୍ୱ ନେଉଛନ୍ତି । ସେମାନେ ଘଟଣାସ୍ଥଳରେ ପହଞ୍ଚି ସେଠାକାର ପୋଲିସ, ବନବିଭାଗ କର୍ମଚାରୀ ଓ ପ୍ରତ୍ୟକ୍ଷଦର୍ଶୀଙ୍କ ସହ ଆଲୋଚନା କରିବେ । ତେବେ ଏହି ମାମଲାରେ କ୍ରାଇମ୍‌ବ୍ରାଞ୍ଚ ଓ୍ବାଇଲ୍ଡଲାଇଫ୍‌ର ସେକ୍ସନ ୫୧, ଆଇପିସିର ଧାରା ୧୬୬, ୪୨୯,୩୪, ବିଦ୍ୟୁତ ବିଭାଗର ଧାରା ୧୪୬ ଦଫାରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ