Connect with us

ଓଡିଶା

ମହାପ୍ରଭୁଙ୍କୁ ଦର୍ଶନ କଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖରାଓ

ସାଙ୍କେତିକ

ମହାପ୍ରଭୁଙ୍କୁ ଦର୍ଶନ କଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖରାଓ
ପୁରୀ :- ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖରାଓ ସୋମବାର ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରି ଫେରିଯାଇଛନ୍ତି । ପୂର୍ବାହ୍ନ ୧୧ଟା ସମୟରେ କେ ଚନ୍ଦ୍ରଶେଖରାଓ ସପତ୍ନିକ ସିଂହଦ୍ୱାର ନିକଟରେ ପହଞ୍ଚିଥିଲେ । ସେମାନଙ୍କୁ ଜିଲାପାଳ ଜ୍ୟୋତିପ୍ରକାଶ ଦାସ, ନୀତି ପ୍ରକାଶକ ବିଶ୍ୱଜିତ୍‌ ବିଶ୍ୱାଳ ମହାପ୍ରଭୁଙ୍କ ଅଙ୍ଗଲାଗି ଖଣ୍ଡୁଆ ପ୍ରଦାନ କରି ସ୍ବାଗତ ଜଣାଇଥିଲେ । ଏହାପରେ କଡାସୁରକ୍ଷା ମଧ୍ୟରେ କେ ଚନ୍ଦ୍ରଶେଖରାଓଙ୍କୁ ମନ୍ଦିର ଭିତରକୁ ନିଆଯାଇଥିଲା ଓ ସେ ମହାପ୍ରଭୁଙ୍କ ଦର୍ଶନ କରିବା ସହିତ ବେଢା ପରିସରରେ ଥିବା ଅନ୍ୟାନ୍ୟ ପାର୍ଶ୍ୱ ଦେବାଦେବୀଙ୍କୁ ବୁଲି ଦେଖିଥିଲେ ।

କେ ଚନ୍ଦ୍ରଶେଖରାଓ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ସାରି କୋଣାର୍କ ଯାଇଥିଲେ । ସନ୍ଧ୍ୟାରେ କଲିକତା ଅଭିମୁଖେ ଯାଇ ସେଠାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା