Connect with us

ଓଡିଶା

ଚାଷୀ ଉତ୍ପାଦର ମୂଲ୍ୟ ନେଇ ନବନିର୍ମାଣ ସଂଗଠନର ପ୍ରଧାନମନ୍ତ୍ରୀଙ୍କୁ ନିଶାଣ

ସାଙ୍କେତିକ

ଚାଷୀ ଉତ୍ପାଦର ମୂଲ୍ୟ ନେଇ ନବନିର୍ମାଣ ସଂଗଠନର ପ୍ରଧାନମନ୍ତ୍ରୀଙ୍କୁ ନିଶାଣ
ସ୍ୱାମୀନାଥନ କମିଶନର ଠିକଣା ସୁପାରିଶ ଦାବିରେ ଶୋଭାଯାତ୍ରା, ପ୍ରଧାନମନ୍ତ୍ରୀଙ୍କୁ ସ୍ମାରକପତ୍ର
ଭୁବନେଶ୍ୱର :- ନରେନ୍ଦ୍ର ମୋଦୀଙ୍କ ରାଜ୍ୟ ଗସ୍ତ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଖୋର୍ଦ୍ଧାରେ ଜନସଭାକୁ ସମ୍ବୋଧିତ କରିବା କାର୍ଯ୍ୟକ୍ରମ ଅବସରରେ ନବନିର୍ମାଣ ସଂଗଠନ ବିଶାଳ ଶୋଭାଯାତ୍ରା କରି ମୋଦୀଙ୍କୁ ସ୍ମାରକପତ୍ର ପଠାଇବା ସହ ସାଧାରଣ ସଭା କରିଛି ।

ଆଜି ଖୋର୍ଦ୍ଧାରେ ଶୋଭାଯାତ୍ରାରେ ସାମିଲ ଥିବା ହଜାର ହଜାର କୃଷକଙ୍କୁ ସମ୍ବୋଧିତ କରି ନବନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଥିଲେ ଯେ, କୃଷି ପ୍ରଧାନ ରାଜ୍ୟରେ ଚାଷୀ ଚରମ ଅବହେଳାର ଶିକାର ହୋଇ ଆତ୍ମହତ୍ୟାର ପନ୍ଥା ବାଛି ନେଇଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କର୍ପୋରେଟ୍ ଓ କର୍ମଚାରୀଙ୍କ ପାଇଁ ମାତ୍ରାଧିକ ସମ୍ବେଦନ ହୋଇ ସେମାନଙ୍କୁ କର୍ପୋରେଟ୍ ଇନ୍ସେଂଟିଭ୍ ଓ ବିପୁଳ ପରିମାରଣ ଦରମା ବଢ଼ାଇ ସପ୍ତମ ବେତନ ଓ ମହଙ୍ଗା ଭତା ଦେଉଥିବା ବେଳେ ଚାଷୀଙ୍କୁ ସୁରକ୍ଷା ଭତା ଦେଲାବେଳକୁ ବିଭିନ୍ନ ବାହାନା କରି ଅନ୍ୟାନ୍ୟ ଯୋଜନା ପ୍ରସ୍ତୁତ କରୁଛନ୍ତି । ଦେଶର ପ୍ରଧାନମନ୍ତ୍ରୀ ନିଜେ ନିର୍ବାଚନ ଜିଣିବା ପୂର୍ବରୁ ଯେଉଁ ପ୍ରତିଶ୍ରୁତି ବିଭିନ୍ନ ଜନସଭାମାନଙ୍କରେ ଦେଇଥିଲେ ତା’ର ପାଳନ କରୁନାହାନ୍ତି ।

ସ୍ୱାମିନାଥନ କମିଟି ସୁପାରିଶ ନରେନ୍ଦ୍ର ପ୍ରଧାନମନ୍ତ୍ରୀ ହେବାର ଚାରିମାସ ପରେ ପାଳନ ନକରିବା ତନ୍ମଧ୍ୟରୁ ଅନ୍ୟତମ ।  କଂଗ୍ରେସ ‘ଜୟ ଜବାନ, ମର କିଷାନ’ କହୁଛି ବୋଲି ଅଭିଯୋଗ କରି ସ୍ୱାମୀନାଥନ କମିଟି ସୁପାରିଶର ପ୍ରତିଶ୍ରୁତି ମୋଦୀଜୀ ଦେଇଥିଲେ । ଦିଲ୍ଲୀରେ ପହଂଚିବା ପରେ ଚାଷୀ ବିରୋଧି କର୍ପୋରେଟ୍ ଲବିରୁ ମୁକୁଳି ନପାରି ନରେନ୍ଦ୍ର ମୋଦୀ ଚାଷୀଙ୍କୁ ହତାଦର କରି ପ୍ରତିଶ୍ରୁତି ପାଳନରେ ଖିଲାପ କରିଛନ୍ତି ।

ସଂଗଠନର ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ ଚାଷୀ ପେନ୍ସନ୍ ଉପରେ କୃଷକମାନଙ୍କୁ ଉଦ୍ବୋଧନ ଦେଇ କହିଥିଲେ ଯେ,  ଚଳିତ ଓଡ଼ିଶା ନିର୍ବାଚନ ଚାଷୀଙ୍କ ପ୍ରସଙ୍ଗ ନେଇ ଅନୁଷ୍ଠିତ ହେବ । ଯେଉଁ ଦଳ ଚାଷୀ ପେନସନ ଓ ଧାନର ଉଚିତ୍ ମୂଲ୍ୟ ନେଇ ପ୍ରତିଶ୍ରୁତି ନରଖିବେ ସେ ଦଳମାନେ କ୍ଷମତା ରାଜନୀତିରେ ଇତିହାସ ପାଲଟି ଯିବେ ।

ରାଜ୍ୟ ସହ-ସଂଯୋଜକ ଉମାକାନ୍ତ ଭାରତ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ନବନିର୍ମାଣ କୃଷକ ସଂଗଠନ ଏକମାତ୍ର ଶୃଙ୍ଖଳିତ ଓ ସମର୍ଥ ସଂଗଠନ ଯେ କି ରାଜ୍ୟରେ ଜନମତକୁ ପ୍ରଭାବିତ କରିବାରେ ସମର୍ଥ ହୋଇପାରିଛି ।

ଆଜିର ଏହି ଶୋଭାଯାତ୍ରାରେ ରାଜ୍ୟ ସହ-ସଂଯୋଜକ ନିମାଇଁ ରାୟ, ରଶ୍ମିରଂଜନ ସ୍ୱାଇଁ, ଖୋର୍ଦ୍ଧା ଜିଲ୍ଲା ସଂଯୋଜକ ସୁରେଶ ମାନସିଂହ, ନୟାଗଡ଼ କାର୍ଯ୍ୟକାରୀ ସଂଯୋଜକ ମହେଶ୍ୱର ଜେନା, ଯୁବଛାତ୍ର ରାଜ୍ୟ ସଂଯୋଜକ ମନୱର ଅଲ୍ଲୀ, ଯାଜପୁର ସଂଯୋଜକ ଦୁର୍ଗା ପ୍ରସାଦ ଦାସ, ନିରଞ୍ଜନ ପ୍ରଧାନ, ମଦନ ସାହୁ, ଜୟନ୍ତ ତ୍ରିପାଠୀ, ସଂଗ୍ରାମ କିଶୋର, ସଚ୍ଚିନ୍ମୟ ମହାପାତ୍ର, ଶୁଭେନ୍ଦୁ ମଲ୍ଲିକ, ସାଇ ପ୍ରସାଦ ପଲାଇ, ଦିନେଶ ଦାସ, ସୁରେନ୍ଦ୍ର ମହାରଣା, କୁଶଧ୍ୱଜ ନାୟକ, ମମତା ନାଥ, ରମେଶ ସ୍ୱାଇଁ, ଦୁର୍ଗା ବାରିକ, ରବି ସାହୁ, ବୀଣାପାଣି ପାତ୍ର ପ୍ରମୁଖ ଯୋଗ ଦେଇଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା