Connect with us

ଓଡିଶା

ନୂଆ ଭାରତର ସାମଗ୍ରିକ ବିକାଶ କ୍ଷେତ୍ରରେ ଇଞ୍ଜିନର ସ୍ଥାନ ନେବ ଓଡ଼ିଶା : ପ୍ରଧାନମନ୍ତ୍ରୀ

ସାଙ୍କେତିକ

ନୂଆ ଭାରତର ସାମଗ୍ରିକ ବିକାଶ କ୍ଷେତ୍ରରେ ଇଞ୍ଜିନର ସ୍ଥାନ ନେବ ଓଡ଼ିଶା : ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର: ସୋମବାର ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦରରେ ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଆସି ପହଞ୍ଚିବା ପରେ ତାଙ୍କୁ ରାଜ୍ୟପାଳ ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ବରିଷ୍ଠ ଭାଜପା ନେତାମାନେ ସ୍ବାଗତ କରିଥିଲେ । ଏହା ପରେ ହେଲିକପ୍ଟର ଯୋଗେ ଅରୁଗୁଳରେ ପହଂଚିଥିଲେ ମୋଦି । ଅରୁଗୁଳସ୍ଥିତ ଆଇଆଇଟି ଭୁବନେଶ୍ୱର କ୍ୟାମ୍ପସରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ରାଜ୍ୟପାଳ ଗଣେଶୀଲାଲ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ୍‌, ଧର୍ମେନ୍ଦ୍ର ପ୍ରଧାନ ଓ ସାଂସଦ ପ୍ରସନ୍ନ ପାଟଶାଣୀ ଯୋଗ ଦେଇଥିଲେ । ମୋଦି ଅରୁଗୁଳସ୍ଥିତ ଆଇଆଇଟି କ୍ୟାମ୍ପସକୁ ରାଷ୍ଟ୍ର ଉଦେଶ୍ୟରେ ଅର୍ପଣ କରିଛନ୍ତି ।

ସେଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆଇଆଇଟି ଭୁବନେଶ୍ୱରର ନୂଆ କ୍ୟାମ୍ପସକୁ ରାଷ୍ଟ୍ର ଉଦେଶ୍ୟରେ ଅର୍ପଣ କରିବା ସହ ପାଇକ ବିଦ୍ରୋହର ୨ଶହ ବର୍ଷ ପୂର୍ତ୍ତି ଉପଲକ୍ଷେ ପାଇକ ବିଦ୍ରୋହ ସ୍ମାରକୀ ଡାକଟିକେଟ ଉନ୍ମୋଚନ କରିଥିଲେ । ପରେ ପାଇକ ବିଦ୍ରୋହ ଉପଲକ୍ଷେ ୨ଶହ ଟଙ୍କିଆ ମୁଦ୍ରାକୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଜାରି କରିବା ସହିତ ଉତ୍କଳ ବିଶ୍ୱବିଦ୍ୟାଳୟରେ ବକ୍ସି ଜଗବନ୍ଧୁ ଚେୟାର ପ୍ରତିଷ୍ଠାର ଶୁଭାରମ୍ଭ କରିଛନ୍ତି ।

ଦିନିକିଆ ଓଡ଼ିଶାଗସ୍ତରେ ଆସି ପ୍ରଧାନମନ୍ତ୍ରୀ ମୋଦି ୧୪, ୫୨୩ କୋଟିର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉନ୍ମୋଚନ କରିବା ସହ ଓଡ଼ିଶାର ବିକାଶ କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ ବୋଲି କହିଛନ୍ତି । ଏଥିସହ ତାଙ୍କ ସରକାର ‘ସବ୍‌କା ସାଥ୍‌ ସବ୍‌କା ବିକାଶ’ ସଂକଳ୍ପ ସହିତ ଦେଶର ପୂର୍ବାଞ୍ଚଳର ବିକାଶ ନେଇ ନିରନ୍ତର କାର୍ଯ୍ୟ କରୁଛି । ନୂଆ ଭାରତର ନିର୍ମାଣରେ ଓଡ଼ିଶାର ଏକ ମହତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା