Connect with us

ଦେଶ

ମହାକାଶ ବିଜ୍ଞାନରେ ନୂଆ ରେକର୍ଡ

ସାଙ୍କେତିକ ଚିତ୍ର

ମହାକାଶ ବିଜ୍ଞାନରେ ନୂଆ ରେକର୍ଡ
୩୧ଟି ଉପଗ୍ରହ ପ୍ରେରଣ କଲା ପିଏସ୍ଏଲଭି
ନୂଆଦିଲ୍ଲୀ,୨୯ା୧୧ : ମହାକାଶ ଗବେଷଣା ବିଜ୍ଞାନରେ ଭାରତ ଆଉ ଏକ ଇତିହାସ ରଚନା କରିଛି । ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର (ଇସ୍ରୋ) ଗୁରୁବାର ହାଇପର ସ୍ପେକ୍ଟ୍ରାଲ ଇମେଜିଂ ସାଟେଲାଇଟ୍ (ଏଚ୍ୱାଇଏସ୍ଆଇଏସ୍) ଉପଗ୍ରହ ପ୍ରେରଣ କରିଛି । ଏଚ୍ୱାଇଏସ୍ଆଇଏସ୍ରୁ ପ୍ରେରିତ ତଥ୍ୟ ଶିଳ୍ପ ପ୍ରଦୂଷଣ, କୃଷି, ଜଙ୍ଗଲ, ଭୌଗୋଳିକ ବିଜ୍ଞାନ, ପ୍ରତିରକ୍ଷା ସମ୍ବନ୍ଧୀୟ ଗବେଷଣାରେ ସହାୟକ ହୋଇପାରିବ ବୋଲି ଇସ୍ରୋ ବୈଜ୍ଞାନିକମାନେ କହିଛନ୍ତି ।

ଗୁରୁବାର ପୂର୍ବାହ୍ନ ୯.୫୮ରେ ଶ୍ରୀହରିକୋଟା ସ୍ଥିତ ସତୀଶ ଧାୱନ୍ ମହାକାଶ ଗବେଷଣା କେନ୍ଦ୍ରରୁ ଏଚ୍ୱାଇଏସ୍ଆଇଏସ୍ ସହିତ ଅନ୍ୟ ୮ଟି ଦେଶର ୩୦ଟି ମାଇକ୍ରୋ ଓ ନାନୋ ଉପଗ୍ରହ ପ୍ରେରଣ କରାଯାଇଛି । ଏଥିପାଇଁ ୧୬ ଘଣ୍ଟାର କାଉଣ୍ଟଡାଉନ୍ ଗତ ବୁଧବାରଠାରୁ ଆରମ୍ଭ ହୋଇଥିଲା । ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ପିଏସ୍ଏଲଭି ସି ୪୩ ଉତକ୍ଷେପଣ ଯାନରୁ ଦୁଇଟି ଅର୍ବିଟକୁ ଏହି ଉପଗ୍ରହ ପ୍ରେରଣା କରାଯାଇଥିଲା । ୩୮୦ କେଜି ଓଜନ ବିଶିଷ୍ଟ ଏହି ଉପଗ୍ରହ ସୌର ମଣ୍ଡଳର ୬୩୬ କମି ଦୂରରେ ଅବସ୍ଥାନ କରିବ । ଏହାର କାର୍ଯ୍ୟକାଳ ୫ ବର୍ଷ ରହିବ ।

ଗୁରୁବାର ପ୍ରେରିତ ୩୦ଟି ବିଦେଶୀ ଉପଗ୍ରହ ମଧ୍ୟରୁ ଆମେରିକାର ସର୍ବାଧିକ ୨୨ଟି ନାନୋ ଉପଗ୍ରହ ରହିଛି । ଏତଦବ୍ୟତୀତ ଅଷ୍ଟ୍ରେଲିଆ, କାନାଡା, କଲମ୍ବିଆ, ଫିନ୍ଲାଣ୍ଡ, ମାଲେସିଆ, ନେଦରଲାଣ୍ଡ, ସ୍ପେନ୍ର ଉପଗ୍ରହ ଗୁରୁବାର ପିଏସ୍ଏଲଭି ଯୋଗେ ଉତକ୍ଷେପଣ କରାଯାଇଛି । ବିଦେଶୀ ଉପଗ୍ରହ ଗୁଡିକ ୫୦୪ ଅର୍ବିଟରେ ସ୍ଥାପନା କରାଯାଇଛି । ଏ ପର୍ଯ୍ୟନ୍ତ ପିଏସ୍ଏଲଭି ଭାରତର ୫୨ଟି ଓ ୨୮ଟି ଦେଶର ୨୩୯ଟି ଉପଗ୍ରହ ପ୍ରେରଣ କରିସାରିଲାଣି । ୨୦୧୭, ଫେବୃଆରୀ ୧୫ ତାରିଖରେ ଭାରତ ଏକାସହିତ ୧୦୪ଟି ଉପଗ୍ରହ ପ୍ରେରଣ କରି ରେକର୍ଡ ସୃଷ୍ଟି କରିଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ