Connect with us

ଦେଶ

ଦିଲ୍ଲୀ ଏସପିଙ୍କ ଆତ୍ମହତ୍ୟା

ସାଙ୍କେତିକ ଚିତ୍ର

ଦିଲ୍ଲୀ ଏସପିଙ୍କ ଆତ୍ମହତ୍ୟା
ନୂଆଦିଲ୍ଲୀ,୨୯ା୧୧ : ଗୁରୁବାର ଦିଲ୍ଲୀ ପୋଲିସ ମୁଖ୍ୟ କାର୍ଯ୍ୟାଳୟର ୧୦ ମହଲାରୁ ଡେଇଁ ଜଣେ ଏସପି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ପ୍ରାଥମିକ ତଦନ୍ତ ରିପୋର୍ଟ ଅନୁଯାୟୀ ଆତ୍ମହତ୍ୟା କରିଥିବା ଏସପି ହେଉଛନ୍ତି ୫୩ ବର୍ଷୀୟ ପ୍ରେମ ବଲ୍ଲଭ । ତାଙ୍କ ମୃତଦେହ କାର୍ଯ୍ୟାଳୟର ମୁଖ୍ୟ ଫାଟକ ନିକଟରେ ପଡିଥିବା ଦେଖିବାକୁ ମିଳିଥିଲା । ମୃତ ପ୍ରେମ ବଲ୍ଲଭ ଦିଲ୍ଲୀ ପୋଲିସର କ୍ରାଇମ ଓ ଟ୍ରାଫିକ୍ ୟୁନିଟରେ କାର୍ଯ୍ୟରତ ଥିଲେ । ୨୦୧୬ରେ ସେ ଉତ୍ତମ ସେବା ପାଇଁ ପଦକ ହାସଲ କରିଥିଲେ ।

ତେବେ ଏସପି ପ୍ରେମ ବଲ୍ଲଭଙ୍କ ଆତ୍ମହତ୍ୟା ପଛର କାରଣ କ’ଣ ଏନେଇ ଦିଲ୍ଲୀ ପୋଲିସ ପକ୍ଷରୁ କୌଣସି ସୂଚନା ମିଳିନାହିଁ । ଅନ୍ୟପକ୍ଷରେ ଏସିପି ପ୍ରେମ ବଲ୍ଲଭ ଆତ୍ମହତ୍ୟା କରିଛନ୍ତି କିମ୍ବା ତାଙ୍କୁ କେହି ଅଟ୍ଟାଳିକାରୁ ଠେଲି ହତ୍ୟା କରିଛନ୍ତି ତାହା ସନ୍ଦେହ ଘେରରେ ରହିଛି । ପ୍ରକାଶଥାଉ କି, ଗତ କିଛିଦିନ ମଧ୍ୟରେ ଅନେକ ପୋଲିସ ଅଧିକାରୀ ଆତ୍ମହତ୍ୟା କରିଥିବା ଖବର ମିଳିଛି । ଚଳିତ ବର୍ଷ ମେ’ ୨୯ରେ ଉତ୍ତରପ୍ରଦେଶର ଜଣେ ପିପିଏସ୍ ଅଧିକାରୀ ରାଜେଶ ସାହାନୀ କାର୍ଯ୍ୟାଳୟରେ ନିଜକୁ ଗୁଳିକରି ଆତ୍ମହତ୍ୟା କରିଥିଲେ । ଏହା ପୂର୍ବରୁ ମେ ୧୧ ତାରିଖରେ ଏନକାଉଣ୍ଟର ସ୍ପେଶାଲିଷ୍ଟ ଆଇପିଏସ୍ ହିମାଂଶୁ ରାୟ ଆତ୍ମହତ୍ୟା କରିଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଦେଶ