Connect with us

ଆମ ଖବର

ବିଉଟି ଟିପ୍ସ

ସାଙ୍କେତିକ

ବିଉଟି ଟିପ୍ସ
ଫ୍ରିଜରେ ବହୁ ଦିନ ଧରି ରହିଯାଇଥିବା କେତେକ ଫଳ, ପରିବା ତ୍ୱଚାର ଉପଚାରରେ ଲାଗିଥାଏ । କିଛି ଦିନ ରହିଗଲେ ଲେମ୍ବୁ ଶୁଖିଯାଏ । ଶୁଖିଲା ଲେମ୍ବୁକୁ ନ ଫୋପାଡି କେଶରେ ଲଗାଇପାରିବେ । ସାମ୍ପୁ କରିସାରିଲା ପରେ ଲେମ୍ବୁ ରସ ଲଗାଇ କିଛି ସମୟ ଛାଡି ଦିଅନ୍ତୁ; ତାହା ପରେ କେଶ ଧୁଅନ୍ତୁ । ପାଚିଲା କଦଳୀ କଳା ପଡିଗଲେ ଖାଇବାକୁ ଭଲ ଲାଗେ ନାହିଁ । ଏହାକୁ ଚକଟି ମୁହଁରେ ଲଗାନ୍ତୁ । ୧୫-୨୦ ମିନିଟ୍ ପରେ ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ । ଚେହେରାର ଚମକ ଫେରିଆସିବ । ଖରାରେ ମୁହଁ, ହାତ, ବେକ ଆଦି କଳା ପଡିଯାଏ । ପାଚିଲା ଅମୃତଭଣ୍ଡାକୁ ମହୁ ସହ ମିଶାଇ ସାରା ଶରୀରରେ ଲଗାନ୍ତୁ । ଉଭୟ କେଶ ଓ ତ୍ୱଚାର ସୌନ୍ଦର୍ଯ୍ୟ ପାଇଁ ଅଣ୍ଡାକୁ କାମରେ ଲଗାନ୍ତୁ । ଅଣ୍ଡାର ଧଳା ଅଂଶରେ ମହୁ ମିଶାଇ କେଶରେ ଲଗାଇ ଧୋଇ ଦିଅନ୍ତୁ । ତାହା ଦ୍ୱାରା କେଶକୁ ପୋଷଣ ମିଳେ । ଅଣ୍ଡାର କେଶର ବା ହଳଦିଆ ଅଂଶକୁ ଲଗାଇଲେ ଔଜ୍ଜ୍ୱଲ୍ୟ ଫେରିଆସେ ।

Click to comment

Leave a Reply

Your email address will not be published. Required fields are marked *

More in ଆମ ଖବର