Connect with us

ଓଡିଶା

ଶୀତ ଦିନରେ ବାତ୍ୟା ଭୟ :- ବଙ୍ଗୋପସାଗରରେ ଲଘୁଚାପ

IMD

ଶୀତ ଦିନରେ ବାତ୍ୟା ଭୟ :- ବଙ୍ଗୋପସାଗରରେ ଲଘୁଚାପ
ଭୁବନେଶ୍ୱର :- ଦକ୍ଷିଣ ପୂର୍ବ ବଙ୍ଗୋପସାଗର ର ତାମିଲନାଡୁ ଉପକୂଳରେ ସୃଷ୍ଟି ହୋଇଥିବା ଟ୍ରପ୍‌ଲାଇନ ଲଘୁଚାପରେ ରୂପାନ୍ତରିତ ହୋଇ ସାରିଛି । ଏହା ଧୀରେ ଧୀରେ ଘନୀଭୂତ ହେବାର ସମ୍ଭାବନା ରହିଥିବା ବେଳେ ଆସନ୍ତା ୧୪ ତାରିଖ ବେଳକୁ ଏହି ଲଘୁଚାପ ଡିପ୍ରେସନ(ଅବପାତ)ରେ ପରିଣତ ହେବ ବୋଲି ଅନୁମାନ କରାଯାଉଛି । ଏହା ସାଇକ୍ଲୋନିକ ଷ୍ଟର୍ମ(ଝଡ଼) ରୂପ ନେବ କି ନାହିଁ ତାହା ଆସନ୍ତା ୧୧ କିମ୍ବା ୧୨ ତାରିଖ ବେଳକୁ ଲଘୁଚାପର ଗତିବିଧି ଉପରେ ଜଣାପଡ଼ିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌.ଆର୍‌. ବିଶ୍ୱାସ କହିଛନ୍ତି ।

ଯଦି ଏହି ଲଘୁଚାପ ବାତ୍ୟା ରୂପ ନିଏ କିମ୍ବା ଏହା ତାମିଲନାଡୁ ଏବଂ ଆନ୍ଧ୍ର ପ୍ରଦେଶ ମଧ୍ୟ ଦେଇ ଗତି କରେ ତେବେ ଓଡ଼ିଶାର ଉପକୂଳ ଅଂଚଳ କିମ୍ବା ଦକ୍ଷିଣ ଓଡ଼ିଶାରେ ଆକାଶ ମେଘାଚ୍ଛନ୍ନ ରହିବା ସହ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ସେ ସୂଚନା ଦେଇଛନ୍ତି । ବର୍ତ୍ତମାନ ଧାନ କଟା ସମୟ ଥିବାରୁ ଓସୁରକ୍ଷିତ ସ୍ଥାନକୁ ନେଇଯିବାପାଇଁ ପରାମର୍ଶ ଦିଆଯାଇଛି ବର୍ଷା ସମ୍ଭାବନା ଥିବାରୁ ଚାଷୀମାନେ ଧାନ ଖଳାକୁ ନେଇ ଯିବାକୁ ପରାମର୍ଶ ଦିଆଯାଇଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା