Connect with us

ଆଞ୍ଚଳିକ

ଭୁବନେଶ୍ୱରର ସମସ୍ତ ପାର୍କର ହେବ ଉନ୍ନତି ଓ ସୌନ୍ଦର୍ଯ୍ୟକରଣ

ସାଙ୍କେତିକ

ଭୁବନେଶ୍ୱରର ସମସ୍ତ ପାର୍କର ହେବ ଉନ୍ନତି ଓ ସୌନ୍ଦର୍ଯ୍ୟକରଣ
ବିଜୁ ପଟ୍ଟନାୟକ ପାର୍କକୁ ଭାରତବର୍ଷର ଏକ ଶ୍ରେଷ୍ଠ ପାର୍କ ଭାବେ ପରିଣତ କରାଯିବ : ନଗର ଉନ୍ନୟନ ମନ୍ତ୍ରୀ
ଭୁୁବନେଶ୍ୱର, ୧୭ ସେପ୍ଟେମ୍ବର – ଭୁବନେଶ୍ୱର ସହରର ସମସ୍ତ ପାର୍କର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ପାଇଁ ପଂଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନାଙ୍କ ଅଧ୍ୟକ୍ଷତାରେ ଉନ୍ନତି ଭବନଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ୱର ଉନ୍ନୟନ କର୍ତୃପକ୍ଷ (ବିଡ଼ିଏ) ପକ୍ଷରୁ ଏଥି ନିମନ୍ତେ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି

। ବିଜୁ ପଟ୍ଟନାୟକ ପାର୍କକୁ ଭାରତବର୍ଷର ଏକ ଶ୍ରେଷ୍ଠ ପାର୍କରେ ପରିଣତ କରାଯିବା ସହ ଏହା ଯେପରି ଆନ୍ତର୍ଜାତିକ ମାନର ହୋଇପାରିବ ସେଥିପାଇଁ ସମସ୍ତ ଚେଷ୍ଟା କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଜେନା ବୈଠକରେ ପ୍ରକାଶ କରିଛନ୍ତି । ବିଜୁ ପଟ୍ଟନାୟକ ପାର୍କ ସମେତ ମଧୁସୂଦନ ଦାସ ପାର୍କ, ଇନ୍ଦିରାଗାନ୍ଧୀ ପାର୍କ ଓ ବୁଦ୍ଧ ଜୟନ୍ତୀ ପାର୍କରେ ଡିଜିଟାଲ୍ ବୋର୍ଡ, ସାଉଣ୍ଡ ସିଷ୍ଟମ୍, କିଓସ୍କ (ଫୁଡ୍ ଓ ବେଭେରେଜ୍), ରେସ୍ତୋଁରା, କାଫେଟେରିଆ ଓ ଲେଡିସ୍ କର୍ଣ୍ଣର ଆଦି ବ୍ୟବସ୍ଥା ରହିବ । କେବଳ ବୁଦ୍ଧ ଜୟନ୍ତୀ ପାର୍କରେ ଫରେଷ୍ଟ ଟ୍ରେଲ୍ ସୁବିଧା କରାଯିବ । ଏଥିସହ ଭୁବନେଶ୍ୱରର ପ୍ରତ୍ୟେକ ପାର୍କରେ ଜଣେ ଜଣେ ଯୋଗ ଶିକ୍ଷକ ରହିବା ସହ ଚାରା ବିକ୍ରୟ ଓ ଜୈବିକ ଖତସାର ସୁବିଧା ଉପଲବ୍ଧ ହେବ ବୋଲି ବୈଠକରୁ ଜଣାପଡ଼ିଛି ।

ଇଭେଂଟ ମ୍ୟାନେଜ୍ମେଂଟ କମ୍ପାନୀ ସହାୟତାରେ ପ୍ରତି ସପ୍ତାହରେ ପାର୍କ ଉତ୍ସବ ଆୟୋଜିତ ହେବ । ଏହି ଉତ୍ସବରେ ଯୋଗ କ୍ଲାସ୍, ମ୍ୟୁଜିକ୍, ଆର୍ଟ, ଥିଏଟର,ପିଲାମାନଙ୍କ ପାଇଁ ଖେଳ, କୌତୁକ ବେଶ ପ୍ରତିଯୋଗିତା, ଫ୍ଲି ମାର୍କେଟ୍, କମ୍ୟୁନିଟି ଗାଡେନିଂ, ଫିଲ୍ମ ନାଇଟସ୍, କବିତା ପାଠୋତ୍ସବ, ସଚେତନତା କାର୍ଯ୍ୟକ୍ରମ, କଳା ପ୍ରଦର୍ଶନୀ, ଖାଦ୍ୟ ପ୍ରସ୍ତୁତି କର୍ମଶାଳା, ଶାରୀରିକ କଳା, ଗଳ୍ପକଥନ ଉତ୍ସବ ଆଦି କାର୍ଯ୍ୟକ୍ରମ ରହିବ । ପାର୍କ ଭିତର ପାଦ ଚଲା ରାସ୍ତାକୁ ୫ରୁ ୬ ଫୁଟ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପାର୍କଗୁଡ଼ିକରେ ଗୁଳ୍ମ ଜାତୀୟ ଗଛ ଲଗାଇବା ସହ ଉପଲବ୍ଧ କରିବା ଓ ତାଲିକାଭୁକ୍ତ ଏଜେନ୍ସିମାନଙ୍କ ଦ୍ୱାରା ଲ୍ୟାଣ୍ଡ ସ୍କେପିଂ କାର୍ଯ୍ୟ କରିବା ପାଇଁ ସ୍ଥିର ହୋଇଥିବା ବୈଠକରୁ ଜଣାପଡ଼ିଛି । ନଭେମ୍ବର ୧୫ ସୁଦ୍ଧା ଏହି କାଯର‌୍ୟ ସମାପ୍ତ ହେବ ବୋଲି ବିଡ଼ିଏ ଉପାଧ୍ୟକ୍ଷ ଶ୍ରୀ ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି । ଏହି ବୈଠକରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଶ୍ରୀ ପି.କେ ଝା, ସିଏମ୍ସି କମିଶନର ଅନନ୍ୟା ଦାସଙ୍କ ସମେତ ସଂପୃକ୍ତ ବରିଷ୍ଠ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Click to comment

Leave a Reply

Your email address will not be published. Required fields are marked *

More in ଆଞ୍ଚଳିକ