Connect with us

ଓଡିଶା

କାଳିଆ ଯୋଜନାରେ ଅର୍ଥ ପାଇଥିବା ସରକାରୀ ଚାକିରିଆଙ୍କ ଠାରୁ ଆଦାୟ ହେବ ଟଙ୍କା

ସାଙ୍କେତିକ

କାଳିଆ ଯୋଜନାରେ ଅର୍ଥ ପାଇଥିବା ସରକାରୀ ଚାକିରିଆଙ୍କ ଠାରୁ ଆଦାୟ ହେବ ଟଙ୍କା
ଭୁବନେଶ୍ୱର, ୧୭ ସେପ୍ଟେମ୍ବର – ରାଜ୍ୟରେ ପ୍ରାୟ ୨୦ ହଜାର ସରକାରୀ ଚାକିରିଆ ବା ପେନସନଭୋଗୀ ମାନେ କାଳିଆ ଯୋଜନାରେ ସହାୟତା ପାଇଛନ୍ତି । ସେମାନଙ୍କ ଠାରୁ ଏହି ରାଶି ଫେରସ୍ତ କରିବାକୁ କୁହା ଯିବ ବା ସେମାନଙ୍କ ବେତନ ବା ପେନସନରୁ ଏହି ରାଶି ଭରଣା କରା ଯିବାର ବ୍ୟବସ୍ଥା କରା ଯିବ ବୋଲି କୃଷି ମନ୍ତ୍ରୀ ଅରୁଣ ସାହୁ ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ ଯାଂଚ ପ୍ରକ୍ରିୟା ପରେ ଜଣା ପଡିଛି ୨୦ ହଜାର ସରକାରୀ ଚାକିରିଆ ମାନଙ୍କ ଛଡା ପ୍ରାୟ ୧୨ ହଜାର ବଡ ଚାଷୀ ଏହି କାଳିଆ ଯୋଜନାରେ ଆର୍ଥିକ ସହାୟତା ପାଇଛନ୍ତି । ସେହି ଚାଷୀ ମାନଙ୍କୁ କାଳିଆ ଯୋଜନାରେ ପାଇଥିବା ସହାୟତା ଅର୍ଥ ଫେରସ୍ତ କରା ଯିବାକୁ ପ୍ରବର୍ତାଯିବ, କାରଣ ସେମାନେ ପିଏମ କିଷାନ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ପାରିବ ,ପ୍ରାୟ ୯ ହଜାର ନାବାଳକ/ ନାବାଳିକା ଏହି ଯୋଜନାରେ ସହାୟତା ପାଇଛନ୍ତି । ଯେହେତୁ ସେମାନଙ୍କ ପରିବାରର ମୁଖ୍ୟ ମାନେ ସହାୟତା ପାଇଛନ୍ତି, ସେହି ପରିବାର ମାନଙ୍କୁ ପରବର୍ତି କିସ୍ତି ସହାୟତା ରାଶିରେ ବ୍ୟବସ୍ଥିତ କରା ଯିବ ।

ସେ କହିଛନ୍ତି ଯେ ପ୍ରାୟ ୩ ଲକ୍ଷ ହିତାଧିକାରୀ ଗୋଟିଏ ଗୋଟିଏ ମନୋନୀତ ପରିବାରର ଏକାଧିକ ବ୍ୟକ୍ତି ଦର୍ଶାଇ ହିତାଧିକାରୀ ଭାବେ କାଳିଆ ସହାୟତା ପାଇଛନ୍ତି । ସେମାନଙ୍କ କ୍ଷେତ୍ରରେ ପରିବାରର ଜଣକୁ ସହାୟତା ପାଇଁ ଯୋଗ୍ୟ ବିବେଚନା କରି ଅନ୍ୟ ମାନେ ପାଇଥିବା ରାଶି ପରବର୍ତି କିସ୍ତିରେ ବ୍ୟବସ୍ଥିତ କରା ଯିବ । ସେ କହିଛନ୍ତି ଯେ ଯଦି କୌଣସି ହିତାଧିକାରୀ ମାନେ ଅନୁଭବ କରନ୍ତି ଯେ, ସେମାନେ ଭୁଲ କ୍ରମେ ଯୋଗ୍ୟ ବିବେଚିତ ତାଲିକାରୁ ବାଦ ପଡି ଯାଇଛନ୍ତି ତେବେ ସେମାନେ ସମସ୍ତ ଦସ୍ତାବିଜ ସହ କାଳିଆ ବେବ ସାଇଟ ମାଧ୍ୟମରେ ଆବେଦନ କରି ପାରିବେ । ସେହି ଦରଖାସ୍ତ ଗୁଡିକ ଜାଂଚ କରା ଯାଇ ସେମାନଙ୍କୁ ଯୋଗ୍ୟ ତାଲିକାରେ ସାମିଲ କରିବାକୁ ପଦକ୍ଷେପ ନିଆ ଯିବ ।

ସେ କହିଛନ୍ତି ଯେ, କାଳିଆ ସହାୟତା ପାଇଥିବା ଅଯୋଗ୍ୟ ହିତାଧିକାରୀ ମାନଙ୍କ ଆଉଥରେ ଜାଂଚ କରା ଯିବ ଏବଂ ଆବଶ୍ୟକ ସ୍ଥଳେ ସେମାନଙ୍କୁୂ କାଳିଆ ସହାୟତା ଫେରସ୍ତ କରିବାକୁ ପ୍ରବର୍ତା ଯିବ ବା ବାଧ୍ୟ କରା ଯିବ । ସେ କହିଛନ୍ତି ଯେ ବାକି ଥିବା ୪୦ ଲକ୍ଷ ୨୧ ହଜାର ୧୧୩ ଦରଖାସ୍ତ ଜାଂଚ ହୋଇ ସାରିଛି ଏବଂ ତନ୍ମଧ୍ୟରୁ କେତେ ବାଦ ପଡିବେ ତାହାର ପ୍ରକ୍ରିୟା ମଧ୍ୟ କ୍ଷେତ୍ରୀୟ ସ୍ତରରେ ଶେଷ ହୋଇ ସାରିଛି ।

Click to comment

Leave a Reply

Your email address will not be published. Required fields are marked *

More in ଓଡିଶା