Connect with us

ଅପରାଧ

ଭୁବନେଶ୍ୱରରେ ପହଂଚିଲେ ଅଭିଜିତ୍ ଆୟାର ମିତ୍ର

ସାଙ୍କେତିକ ଚିତ୍ର

ଭୁବନେଶ୍ୱରରେ ପହଂଚିଲେ ଅଭିଜିତ୍ ଆୟାର ମିତ୍ର
ଭୁବନେଶ୍ୱର :- କୋଣାର୍କ ମନ୍ଦିର ସମ୍ପର୍କରେ ଅଶାଳୀନ ମନ୍ତବ୍ୟ ଦେଇ ବିବାଦରେ ଥିବା ଅଭିଜିତ ଆୟର ମିତ୍ରଙ୍କ ଅନ୍ତରୀଣ ସୁରକ୍ଷା ଶେଷ ହେବା ପରେ କୋଣାର୍କ ଥାନାରେ ହାଜର ହେବା ପାଇଁ ଶୁକ୍ରବାର ଅପରାହ୍ନରେ ଭୁବନେଶ୍ୱରରେ ପହଂଚିଛନ୍ତି ।
ଗତକାଲି ସୁପ୍ରିମକୋର୍ଟ ତାଙ୍କ ଜାମିନ ଅ।ବେଦନ ଖାରଜ୍ କରିଦେଇଥିଲେ । ଧର୍ମୀୟ ଭାବନା ପ୍ରତି ଆଘାତ ଦେଇଥିବାରୁ କୋର୍ଟ ତାଙ୍କ ଜାମିନ୍ ଖାରଜ କରିଥିଲେ । ଓଡ଼ିଶାରେ ଓକିଲମାନଙ୍କ ଆ ନ୍ଦୋଳନ ଚାଲିଥିବାରୁ ଓଡିଶାକୁ ଗଲେ ତାଙ୍କର ଜାମିନ ଅ।ବେଦନର ଶୁଣାଣି ହୋଇପାରିବ ନାହିଁ । ଏହା ସହିତ ଓଡ଼ିଶା ଗଲେ ଅଭିଜିତଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି ତାଙ୍କ ଓକିଲ କୋର୍ଟଙ୍କୁ ଜଣାଇଥିଲେ । କିନ୍ତୁ ଏହି ମାମଲାର ଶୁଣାଣି କରି ପ୍ରଧାନ ବିଚାରପତି ରଂଜନ ଗୋଗୋଇ କହିଥିଲେ ଯେ ଯଦି ତୁମ ଜୀବନ ପ୍ରତି ବିପଦ ଅଛି ତୁମ ପାଇଁ ଜେଲ ହିଁ ସବୁଠାରୁ ନିରାପଦ ସ୍ଥାନ । ତେଣୁ ପୋଲିସ୍ ନିକଟରେ ଆତ୍ମସମର୍ପଣ ନକଲେ ତାଙ୍କୁ ଗିରଫ କରାଯାଇଥାନ୍ତା । ଏଥିପାଇଁ ସେ ଶୁକ୍ରବାର ଓଡିଶା ଆସିଛନ୍ତି ।
ପୂର୍ବରୁ ନୂଆଦିଲ୍ଲୀରୁ ଅଭିଜିତଙ୍କୁ ଗିରଫ କରଯାଇ ସାକେତ କୋର୍ଟରେ ହାଜର କରାଯାଇଥିଲା । ସେଠାରୁ ସେ ଜାମିନରେ ଯାଇଥିଲେ । ପରେ ସୁପ୍ରିମକୋର୍ଟ ତାଙ୍କୁ ୫ ତାରିଖ ଯାଏ ଅନ୍ତରୀଣ ସୁରକ୍ଷା ଦେଇଥିଲେ ।
ଅଭିଜିତଙ୍କ କୋଣାର୍କ ମନ୍ଦିର ସମ୍ପର୍କରେ ବିବାଦୀୟ ଭିଡିଓ ପଦାକୁ ଅ।ସିବା ପରେ ସାରା ରାଜ୍ୟରେ ଏହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା ।

Click to comment

Leave a Reply

Your email address will not be published. Required fields are marked *

More in ଅପରାଧ